ସୀମାନ୍ତ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରୁଛି ଆନ୍ଧ୍ର

ପଟ୍ଟାଙ୍ଗି,୧୫ା୧୦(ଶରତ ଧଳ)ଓଡ଼ିଶାର ସୀମାନ୍ତ ଗ୍ରାମଗୁଡିକ ଉପରୁ ପଡ଼ୋଶୀ ଆନ୍ଧ୍ରର ନଜର ହଟୁନି। ଗତ ୮ରେ ଓଡ଼ିଶା ସୀମାନ୍ତରେ ଜଳପ୍ରକଳ୍ପ ନିର୍ମାଣ ଲାଗି ଏହି ରାଜ୍ୟ ସର୍ଭେ ଆରମ୍ଭ କରିଥିଲା। ଏହା ଜାଣିବା ପରେ ୯ରେ ଓଡ଼ିଶା ପକ୍ଷରୁ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ସମ୍ପୃକ୍ତ ସ୍ଥାନରେ ଚଢାଉକରି ଆନ୍ଧ୍ରର ସର୍ଭେରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ୩ଜଣ କର୍ମଚାରୀଙ୍କୁ ଅଟକ ରଖିଥିଲା। ସେମାନଙ୍କଠାରୁ ଲିଖିତ ଭାବେ ରଖିବା ପରେ ପୋଲିସ ସେମାନଙ୍କୁ ଛାଡିଥିଲା। ଏହା ସତ୍ତ୍ୱେ ଆନ୍ଧ୍ରର ଚେତା ପଶିନାହିଁ। ଘଟଣାର ୪ ଦିନ ପରେ ଆନ୍ଧ୍ର ପୁଣି ଓଡ଼ିଶା ସୀମାନ୍ତ ପଟ୍ଟାଙ୍ଗି ବ୍ଲକର ଏକ ଗ୍ରାମରେ ଅନୁପ୍ରବେଶ କରି ସ୍ବାସ୍ଥ୍ୟସେବା ଶିବିର କରିଛି। ବାରମ୍ବାର ସୀମାନ୍ତ ଗ୍ରାମରେ ପଶି ଆନ୍ଧ୍ର ବିଶୃଙ୍ଖଳା ସୃଷ୍ଟି କରୁଛି। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଖବରରୁ ଜଣାପଡିଛି, ପଟ୍ଟାଙ୍ଗି ବ୍ଲକର ୧୫ କି.ମି. ଦୂରରେ ଥିବା ନୂଆଗାଁ ପଞ୍ଚାୟତର ଗାଲିଗାବଡାର ଗ୍ରାମରେ ଆନ୍ଧ୍ରର ମାନ୍ୟମ୍‌ ଜିଲା ପାର୍ବତୀପୁରମ୍‌ ଅନ୍ତର୍ଗତ ସାଲୁର ବ୍ଲକ ପ୍ରଶାସନ ଶୁକ୍ରବାର ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର କରିଛି। ଗାଲିଗାବଡାରରେ ପହଞ୍ଚତ୍ ଏହି ସ୍ବାସ୍ଥ୍ୟ ଟିମ୍‌ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରିଛି। ଏହି ଅବସରରେ ଲୋକଙ୍କୁ ମଧ୍ୟ ଭତ୍ତା ଓ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି ଆନ୍ଧ୍ର କର୍ମଚାରୀ। ଏହି ଖବର ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗୀ ପାଇଥିଲେ ମଧ୍ୟ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ନିକଟରେ ଖବର ନ ଥିଲଶ। ଫଳରେ ଏହି ସୁଯୋଗ ନେଇ ସୀମାନ୍ତରେ ନିଜ କାର୍ଯ୍ୟକ୍ରମ କରିବାକୁ ଆନ୍ଧ୍ରକୁ ବେଶ୍‌ ସୁହାଇଥିଲା। ବ୍ଲକ ଅଧ୍ୟକ୍ଷା ପାଙ୍ଗୀ ଘଟଣାସ୍ଥଳରେ ପହଞ୍ଚତ୍ ଅନୁପ୍ରବେଶକାରୀ ଆନ୍ଧ୍ର ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଓଡ଼ିଶାର ସୀମାନ୍ତ ଗ୍ରାମଗୁଡିକରେ କାହିଁକି ଅନୁପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଛ ବୋଲି ପ୍ରଶ୍ନ କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ବନ୍ଦ କରି ତୁରନ୍ତ ଉକ୍ତ ଗ୍ରାମ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆନ୍ଧ୍ର ସ୍ବାସ୍ଥ୍ୟ ଟିମ୍‌ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଏହି ସୂଚନା ପାଇ ଅପରାହ୍ନରେ ବିଡିଓ ସୁକାନ୍ତ ପଟ୍ଟନାୟକ ଗାଲିଗାବଡାର ଗ୍ରାମକୁ ଗସ୍ତ କରିଥିଲେ। ଶନିବାର ମଧ୍ୟ ସେ ଏହି ଗ୍ରାମକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ବାହାର ରାଜ୍ୟର କର୍ମଚାରୀଙ୍କ ସ୍ବାସ୍ଥ୍ୟସେବାର ସୁଯୋଗ ନ ନେବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କ ପକ୍ଷରୁ ଏଠାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରୁ ଯେକୌଣସି ରୋଗ ପାଇଁ ଚିକିତ୍ସା କରି ଔଷଧ ନେବାକୁ ସେ କହିଥିଲେ। ସୂଚନାଯୋଗ୍ୟ, ଆନ୍ଧ୍ର କେବଳ କୋଟିଆ ପଞ୍ଚାୟତ ନୁହେଁ, କୋଟିଆ ସମେତ ଅନ୍ୟ ସୀମାନ୍ତ ପଞ୍ଚାୟତର ଗ୍ରାମଗୁଡିକରେ ଅନୁପ୍ରବେଶ କରି ନିଜର ସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri