ଆମ ଜିଲା ଖବର

ସମ୍ପତ୍ତି ଭାଗବଣ୍ଟାକୁ ନେଇ ମହାଭାରତ: ବଡ଼ ଭାଇର ଚୋଟରେ ସାନ ଭାଇ, ମାଉସୀ ଶାଶୁ ଲହୁଲୁହାଣ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ମଙ୍ଗଳବାର ସକାଳେ ପାରିବାରିକ ହିଂସା କାରଣରୁ ବଡ଼ଭାଇ ବି.ଦଣ୍ଡ ରେଡ୍ଡୀଙ୍କ କାତି ଚୋଟରେ ସାନଭାଇ ବି.ନାରାୟଣ ରେଡ୍ଡୀ ଏବଂ ତାଙ୍କ ମାଉସୀ ଶାଶୁ କେ. ସାରସା ରେଡ୍ଡୀ ଗୁରୁତର…

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବିବାହ କଲେ ୩୯ ଯୋଡି, ଯୋଗ ଦେଲେ ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ …

ବଲାଙ୍ଗୀର, ୨୧।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର କୋଶଳ କଳା ମଣ୍ଡଳ ପଡ଼ିଆରେ ମଙ୍ଗଳବାର ଏକ ଅଭିନବ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଜିଲାର ୩୯ ଯୋଡି ଯୁବତୀ-ଯୁବକଙ୍କ ସାମୂହିକ ବିବାହ ସମ୍ପନ୍ନ ହୋଇଛି। ଏହି…

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉଠିଲା ଥାଳ: ହରିବୋଲ ଧ୍ୱନିରେ ଦୁଲକିଲା ଶୈବ ପୀଠ

ବଲାଙ୍ଗୀର,୨୧।୪(ସୁନିଲ କୁମାର ମହାନ୍ତି): ପବିତ୍ର ଅକ୍ଷୟ ତୃତୀୟା ତିଥିରେ ବଲାଙ୍ଗୀର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଥାଳ ଉଠା ପର୍ବ ପରମ୍ପରା ଓ ରୀତିନୀତି ଓ ଅନୁସାରେ ସମ୍ପନ୍ନ ହୋଇଛି l ପରମ୍ପରା ଅନୁସାରେ ବଲାଙ୍ଗୀର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା…

ଷ୍ଟିଲ୍‌ସିଟିରେ ରାଷ୍ଟ୍ରପତି: ଅଭିଭାଷଣରେ କହିଲେ ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ, ସଂଗ୍ରାମ ହେଉଛି…

ରାଉରକେଲା,୨୧ା୪: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଷ୍ଟିଲସିଟି ରାଉରକେଲାରେ ମଙ୍ଗଳବାର ପହଞ୍ଚିଛନ୍ତି। ଏଠାରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ପରେ ଅଭିଭାଷଣ ରଖିଛନ୍ତି ମହାମହିମ। ସେ କହିଛନ୍ତି, ଓଡ଼ିଶାର…

ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ: ବଟେଶ୍ୱର ପୀଠରେ ସପ୍ତଫେଣୀ ନାଗ ଦେଖି…

ଗଞ୍ଜାମ,୨୧।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ଗ୍ରାମ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବାବା ବଟେଶ୍ୱର ପୀଠରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୂତନ ସପ୍ତଫେଣୀ ନାଗ ମୃତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିକଟସ୍ଥ ଛଅ ଖଣ୍ଡ…

ବରୁଣେଇ ପୀଠରେ ସାମୁହିକ ବିବାହ ଉତ୍ସବ: ୪୯ ଯୋଡ଼ିଙ୍କର ଏକାସାଙ୍ଗେ ପଡ଼ିଲା ହାତଗଣ୍ଠି

ଖୋର୍ଦ୍ଧା,୨୧ା୪(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ବରୁଣେଇ ପୀଠରେ ସାମୁହିକ ବିବାହୋତ୍ସବ ଅନୁଷ୍ଠିତ ହୋଇଛି। ଜିଲାରେ ବିଭିନ୍ନ ବ୍ଲକରୁ ମନୋନୀତ ହୋଇଥିବା ୪୯ ଯୋଡ଼ି ଏହି ବିବାହରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ କନ୍ୟାବିବାହ ଯୋଜନାରେ ଜିଲା ପ୍ରଶାସନ ପକ୍ଷରୁ ଏହି…

ଗତକାଲିଠୁ ଥିଲେ ନିଖୋଜ, ଆଜି ମୁର୍ମୂଷୁ ଅବସ୍ଥାରେ କେନାଲରୁ ମିଳିଲେ ନାବାଳକ

ଭଦ୍ରକ, ୨୧।୪(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ନଳାଙ୍ଗ କେନାଲ ବନ୍ଧରୁ ମୁର୍ମୂଷ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ସୋମବାର ସନ୍ଧ୍ୟାରୁ ନାବାଳକ ଜଣକ ଘରୁ ବାହାରକୁ ଆସିଥିବାବେଳେ ରାତି ସାରା ତାଙ୍କ ମୋବାଇଲ ବନ୍ଦ ଥିଲା ।…

ଯାଜପୁର ରେଳ ଷ୍ଟେଶନରୁ ୧୪ ନାବାଳକ ଉଦ୍ଧାର: କୁଆଡେ ଯାଉଥିଲେ, କିଏ ନେଉଥିଲେ… ତଦନ୍ତ ଆରମ୍ଭ

ଭଦ୍ରକ, ୨୧।୪(ସନାତନ ରାଉତ): ବିହାର ରାଜ୍ୟରୁ ଯାଜପୁରରୋଡ଼ ଷ୍ଟେଶନ ଅଭିମୁଖେ ଯାଉଥିବା ୧୪ ନାବାଳକଙ୍କୁ ଉଦ୍ଧାର କରିଛି ଭଦ୍ରକ ଚାଇଲଡ ଲାଇନ ଓ ରେଳବାଇ ପୋଲିସ l ଜନ ଶତାବ୍ଦୀ ଏକ୍ସପ୍ରେସରେ ସନ୍ଦେହଜନକ ଭାବେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଶିଶୁମାନଙ୍କୁ ଟ୍ରେନ…

ଚାଲିଗଲେ ଗୁଣପୁର ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟର ପିଅନ, ଝୁରି ହେଉଛନ୍ତି କର୍ମଚାରୀ

ଗୁଣପୁର,୨୧ା୪(ସଙ୍କେତ ପାତ୍ର): ଗୁଣପୁର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଚକ୍ରଗୁଡ଼ା ଗ୍ରାମ ନିବାସୀ ପୀତାମ୍ବର ଶବରଙ୍କର ମଙ୍ଗଳବାର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ସେ ବହୁଦିନ ଧରି ଟିବି ରୋଗରେ ପୀଡ଼ିତ ଥିଲେ। କିଛିଦିନ ସୁସ୍ଥ ହେବା…

ଶ୍ୱଶୁରଘର ଗାଁ ଗଛରେ ଝୁଲୁଛି ରାଜସ୍ଥାନୀ ଯୁବକଙ୍କ ମୃତଦେହ, ସ୍ତ୍ରୀଙ୍କ ସହ…

ଉଦଳା,୨୧ା୪(ସନ୍ତୋଷ କୁମାର ବାଚ୍ଛିନୀ): ରାଜସ୍ଥାନୀ ଯୁବକ ହେଲେ ବାହା ହୋଇଥିଲେ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ଝିଅକୁ। ଆଉ ବାହାଘର ପରେ ଉଦଳା ଥାନା କୋଚିଳାଡିହା କଇଁଫୁଲିଆ ଗ୍ରାମରେ ସ୍ତ୍ରୀଙ୍କ ସହ ରହୁଥିଲେ। ମଙ୍ଗଳବାର ସକାଳୁ ଯୁବକଙ୍କ ଝୁଲନ୍ତା ମୃତଦେହ ଏକ…

ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଏସ୍‌ଡିପିଓଙ୍କୁ ପଡ଼ିଲା ମହଙ୍ଗା: ରାତି ୧୨ଟାରେ ଫୋନ୍‌ କରି କହୁଥିଲେ ଏମିତି…

ନୟାଗଡ଼,୨୧ା୪(ଲୋକନାଥ ମିଶ୍ର): ମହିଳାଙ୍କୁ ଯୌନ ନିର୍ଯାତନା ଦେବା ମହଙ୍ଗା ପଡ଼ିଛି। ନୟାଗଡ଼ ଜିଲା ଖଣ୍ଡପଡ଼ା ସବ୍‌ଡିଭିଜନାଲ ପୋଲିସ ଅଫିସର (ଏସ୍‌ଡିପିଓ) ମଦନ ମୋହନ ପ୍ରଧାନଙ୍କ ମଙ୍ଗଳବାର ମୁଖ୍ୟାଳୟକୁ ବଦଳି ହୋଇଛି। ନୂଆ ଏସ୍‌ଡିପିଓ ନ ଆସିବା ପର୍ଯ୍ୟନ୍ତ ପୋଲିସ ମୁଖ୍ୟାଳୟର ଡିଏସ୍‌ପି…

ଜଗନ୍ନାଥ ଦର୍ଶନ କରି ବାହାରିଥିଲେ ଦମ୍ପତି, ବାଟରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଆଉ ତା’ ପରେ…

ନନ୍ଦପୁର,୨୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ଜୟପୁର-ବିଶାଖାପାଟଣା ସଂଯୋଗୀ ପୂର୍ତ୍ତ ବିଭାଗ ଅଧୀନ ରାଜ୍ୟ ରାଜପଥର ସୁବୁଲାର ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଚଳନ୍ତା କାର୍‌ ଜଳି ପୋଡ଼ି ପାଉଁଶ ହୋଇଛି। କାର୍‌ରେ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri