ଭୁବନେଶ୍ୱର,୩।୮: ରାଜ୍ୟରେ ବନ୍ୟା ପ୍ରକୋପ ହ୍ରାସ ପାଇଥିବା ସର୍ବୋଚ୍ଚ ଯନ୍ତ୍ରୀ ସୋମବାର ପ୍ରକାଶ କରିଛନ୍ତି। ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ। ସୋମବାର ହୀରାକୁଦ ଜଳସ୍ତର ୬୨୦.୭୭ ଫୁଟ ରହିଛି। ମଙ୍ଗଳବାର ସୁଦ୍ଧା ୬୧୮ ଓ ବୁଧବାର ସୁଦ୍ଧା ୬୧୫ ଫୁଟ ଜଳସ୍ତର ରଖାଯିବ ବୋଲି ସେ କହିଛନ୍ତି। ଏପରିକି ୩ ଲକ୍ଷ ୩ ହଜାର କ୍ୟୁସେକ ଜଳ ଛଡ଼ା ଯାଉଛି। ମୁଣ୍ଡଳିରେ ୫ ଲକ୍ଷ ୮୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।
୫ ତାରିଖ ପରେ ବର୍ଷା ଅଛି ବୋଲି କିଛି ଅନ୍ତର୍ଜାତୀୟ ମଡେଲ ପକ୍ଷରୁ ପୂର୍ବନୁମାନ କରାଯାଉଛି। ବର୍ଷା ନେଇ IMD ଏଯାଏ କୌଣସି ଆକଳନ କରିନାହିଁ। ହେଲେ ଏଲ୍ନିନୋ ପାଇଁ ସତର୍କ ରହିବାକୁ ପଡିବ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

