ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଅଧ୍ୟକ୍ଷାଙ୍କୁ ଭେଟିଲେ ଗ୍ରାମବାସୀ: ଦେଲେ ଦାବିପତ୍ର
ଅମରପାଲି,୫।୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତର ଭୁତିଆପାଲି ଗ୍ରାମବାସୀ ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗୋଟିଏ ୱାର୍ଡ ବିଶିଷ୍ଟ ଭୁତିଆପାଲି ଗ୍ରାମରେ ପ୍ରାୟ ୮…
କଲ୍ୟାଣସିଂହପୁର ଲ୍ୟାମ୍ପ୍ସରେ ଦୁର୍ନୀତି ଅଭିଯୋଗ: ପରିଚାଳନା ନିର୍ଦ୍ଦେଶକଙ୍କୁ ଦାୟିତ୍ୱରୁ ହଟାଗଲା
ଗୁଣପୁର,୫।୫( ସୁଜାତା ପାଢ଼ୀ/ସଂକେତ ପାତ୍ର): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଲ୍ୟାମ୍ପ୍ସରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିଛି। ଚାଷୀମାନଙ୍କ ଜମା ଟଙ୍କା ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ ତ୍ରିପାଠୀ ହଡ଼ପ କରିଥିବା ଅଭିଯୋଗ ହୋଇଛି । ଶନିବାର ଏଆରସିଏସ୍ କାର୍ଯ୍ୟାଳୟ ଟିମ୍…
ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା: ସିସିଟିଭି ନଜରରେ ରହିବ ବଡ଼ଦାଣ୍ଡ
ପୁରୀ,୫।୫: ପାଖେଇ ଆସୁଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ରଥଯାତ୍ରା ପ୍ରସ୍ତୁତି ନେଇ ପୁରୀ ଏସ୍ପି ପ୍ରତୀକ ସିଂହ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଶୃଙ୍ଖଳିତ ଏବଂ ସୁରକ୍ଷିତ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା ଏସ୍ପି କହିଛନ୍ତି। ରଥଯାତ୍ରା ପାଇଁ…
୨ ମାଟ୍ରିକ ପଢୁଆ ଛାତ୍ରୀଙ୍କୁ ଅପହରଣ, ଘରେ ପଡ଼ିଛି ଭାଳେଣି: ଖୋଜୁଛି ପୋଲିସ
ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ମାଟ୍ରିକ ପଢୁଥିବା ଛାତ୍ରୀ(୧୬)ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ମାମଲା…
ଭଞ୍ଜନଗର ଯାତ୍ରାରେ ଜମୁଛି ଭିଡ: ସରକାରଙ୍କ ଦ୍ୱାରା ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ
ଭଞ୍ଜନଗର,୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଦିନକୁ ଦିନ ଭିଡ ଜମୁଛି। ମଙ୍ଗଳବାର ଯାତ୍ରା ୧୦ ଦିନରେ ପହଞ୍ଚିଛି। ସହର ଅପେକ୍ଷା ଗ୍ରାମାଞ୍ଚଳ ଲୋକ ଯେତେବେଳେ ଯାତ୍ରା ଦେଖିବାକୁ ଆସନ୍ତି ସେହି ସମୟରେ ଯାତ୍ରାରେ ଭିଡ ପରିଲକ୍ଷିତ ହୋଇଥାଏ।…
ଦାଦନ ଖଟିବାକୁ କେରଳ ଯାଇଥିଲେ ଅଭିମନ୍ୟୁ, ପାଲଟିଲେ ଶବ
ଚିକିଟି,୫।୫(ପ୍ରକାଶ ଚନ୍ଦ୍ର ସାହୁ): କେରଳସ୍ଥିତ ଥିରୁଭାନନ୍ତପୁରମ ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ରବିବାର ମୃତ୍ୟୁ ଘଟିଛି l ସେ ହେଲେ ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡା ପଞ୍ଚାୟତର ବି ନୂଆପଡା ଗ୍ରାମର ଅଭିମନ୍ୟୁ ପ୍ରଧାନ…
ବୈତରଣୀ ନଦୀ କୂଳରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ସୋମବାରଠୁ ଥିଲେ ନିଖୋଜ
ପାଟଣା,୫ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କେନ୍ଦୁଯୋଡା ଗ୍ରାମ ନିକଟସ୍ଥ ବୈତରଣୀ ନଦୀ କୂଳରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କେନ୍ଦୁଯୋଡା ଗ୍ରାମର ପ୍ରମିଳା ମହାନ୍ତ । ସୂଚନା ଅନୁସାରେ…
ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ
ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଖବର ଅନୁସାରେ, ଗତ ବିଳମ୍ବିତ ରାତିରେ ଡିଆରଆଇ ୟୁନିଟରେ…
ବିଷାକ୍ତ ଖାଦ୍ୟ ଖାଇ ୨୧ ଛେଳି ମୃତ: ସରକାରଙ୍କୁ କ୍ଷତିପୂରଣ ଦାବି କଲେ ଗୋପୀନାଥ
ମୋହନା,୫।୫( ମନ୍ମଥ ମିଶ୍ର ): ବିଷାକ୍ତ ଖାଦ୍ୟ ଖାଇ ୨୧ ଛେଳି ମୃତ, ୫ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ମୁଡୁମୁଡ଼ିଆ ଗାଁରେ। ସୋମବାର ଗାଁର ଗୋପୀନାଥ ଗୌଡ଼ ନାମକ ଜଣେ…
ଭିଜିଲାନ୍ସ ଜାଲରେ ଆଟିଗାଁ ପଞ୍ଚାୟତ ଏଡିଇଓ, ପ୍ରଧାନମନ୍ତ୍ରୀ ଆବାସ ପାଇଁ ୬ ହଜାର ଲାଞ୍ଚ ନେବା ବେଳେ…
ଭବାନୀପାଟଣା,୫।୫(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଆଟିଗାଁ ପଞ୍ଚାୟତ ଏଡିଇଓ ଦେବେନ୍ଦ୍ର ସାହୁ । ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇ ଦେବା ପାଇଁ ଆଟିଗାଁର ଶ୍ରୀବତ୍ସ ଭୋଇଙ୍କ ଠାରୁ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ…
ପଶ୍ଚିମବଙ୍ଗରେ ଭାଜପାର ବିଜୟ: କଲ୍ୟାଣସିଂହପୁରରେ ବିଜୟ ଉତ୍ସବ
କଲ୍ୟାଣସିଂହପୁର,୪।୫(ଦୀପକ କୁମାର ପରିଡା): ଭାଜପା ଜିଲା ସଭାପତି ଗୋପୀ ଆନନ୍ଦଙ୍କ ଆଦେଶ କ୍ରମେ ଜିଲା ସମ୍ପାଦକ ସନ୍ଦୀପ ଗୁଡୁଲାଙ୍କ ନେତୃତ୍ୱ ରେ ରାୟଗଡା ଜିଲା କଲ୍ୟାଣସିଂହପୁର ଟାଉନ ଠାରେ ପଶ୍ଚିମବଙ୍ଗରେ ଭାଜପା ବିଜୟକୁ ନେଇ ସୋମବାର ସାରେ ବିଜୟ ଉତ୍ସବ ଅନୁଷ୍ଠିତ…
ରାଜପଥରେ ଟ୍ରକକୁ ପିଟିଲା ହାଇୱା ହେଲପର ମୃତ, ଡ୍ରାଇଭର ଗୁରୁତର
ବାଲେଶ୍ୱର,୫।୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥ ରୂପସା ଥାନା ଅନ୍ତର୍ଗତ ଯୁକନଣ୍ଡି ଛକ ନିକଟରେ ମଙ୍ଗଳବାର ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ ହୋଇଥିବା ସୂଚନା ମିଳିଛି…
Archives


