ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଟି.ଏମ୍. ଏକାଡେମୀ ଡଅଁର ହାଇସ୍କୁଲରେ ୨୦୨୬ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ଡଅଁର ଗ୍ରାମର ଅଜୟ କୁମାର ପ୍ରଧାନଙ୍କ ଝିଅ ଅର୍ପିତା ପ୍ରଧାନଙ୍କୁ ‘ବାବାଜୀ ଚରଣ ଜେନା ସ୍ମାରକୀ’ ସମ୍ମାନ ପ୍ରଦାନ କରାଯାଇଛି। ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅର୍ପିତାଙ୍କୁ ବାବାଜୀ ଚରଣ ଜେନାଙ୍କ ଜ୍ୟେଷ୍ଠ ପୁତ୍ର ସାଗର ଚନ୍ଦ୍ର ଜେନା ଏହି ସମ୍ମାନ ପ୍ରଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜ୍ୟୋତିର୍ମୟ ନାୟକ, ଉର୍ମିଳା ଜେନା, ଲକ୍ଷ୍ମୀଧର ଜେନା, ସତ୍ୟବାମା ବାରିକ, ରାଜଶ୍ରୀ ବାରିକ, ଓମ୍ ପ୍ରକାଶ ସେଠୀ, ଜଗୁ ହେମ୍ବ୍ରମ୍, ସବିତା ନାୟକ, ଜ୍ୟୋତିର୍ମୟୀ ସାହୁଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ,ପରିଚାଳନା ସମିତିର ସଦସ୍ୟା, ସଦସ୍ୟ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ। ଛାତ୍ରୀଛାତ୍ରଙ୍କୁ ଅଧ୍ୟୟନ ପ୍ରତି ଉତ୍ସାହିତ କରିବା ସହ ମେଧାବୀ ଛାତ୍ରୀଛାତ୍ରଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ସ୍ମାରକୀ ସମ୍ମାନ ପ୍ରଦାନ କରାଯାଉଛି ବୋଲି ପ୍ରତିଷ୍ଠାତା ଅଧ୍ୟାପକ ମହେଶ୍ୱର ଜେନା କହିଥିଲେ। ଅର୍ପିତାଙ୍କ ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଥିଲା।
Dharitri – Odisha’s No.1 Odia Daily

