ଆମ ଜିଲା ଖବର

ବାପ, ପୁଅଙ୍କୁ ମରଣାନ୍ତକ ଆକ୍ରମଣ

ତିହିଡ଼ି,୨।୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବୋଡ଼କ ପଞ୍ଚାୟତର ଅଣ୍ଡରାଇ ଗ୍ରାମରେ ଏକ ନଡ଼ିଆ ଗଛକୁ କେନ୍ଦ୍ରକରି ଗୋଟିଏ ପରିବାରର ବାପ, ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ପୁଅ ଶ୍ରୀଧର ଜେନା(୨୩) ଗୁରୁତର ହୋଇ କଟକ ବଡ଼…

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ: ଏହିଭଳି ରହିବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୨।୭: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, ପୁରୀ, ଏବଂ ଖୋର୍ଦ୍ଧା ଆଦି ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ସୁରକ୍ଷାକୁ…

ଗଣିତ ପଢ଼ାଇଲେ ବିଧାୟକ

କୋରାପୁଟ,୨।୭: କୋରାପୁଟ ବିଧାୟକ ରଘୁରାମ ମାଛ ମଙ୍ଗଳବାର ସେମିଲିଗଡାରେ ଥିବା ଆର କେ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢାଇଛନ୍ତି । ସେ ପିଲାଙ୍କୁ ଗଣିତ ପଚାରିବା ସହିତ ଗଣିତ ପଢାଇଥିଲେ । ଏହା ସହ ସେ କହିଛନ୍ତି ନିଜ ଉପରେ…

ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କଲେ ମନମୋହନ: କହିଲେ…

ଭୁବନେଶ୍ୱର,୨।୭: ସୋମବାର ସଂସଦରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ଭାଜପା। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ଶିଷ୍ଟାଚାର ଭୁଲି ଯାଇଛି। ଆତ୍ମଗର୍ବ, ଅହଂକାର ପାଇଁ କଂଗ୍ରେସର ଅବସ୍ଥା ଆଜି ଏମିତି ହୋଇଛି…

ସିଲ୍‌ ହେଲା ବଲେ ବଲେ ଢାବା

ଧର୍ମଶାଳା,୨ା୭:ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁରସ୍ଥିତ ବଲେ ବଲେ ଢାବା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସିଲ୍‌ ହୋଇଛି। ଏହାସହ ହୋଟେଲ୍‌ରେ ଥିବା ସମସ୍ତଙ୍କ ଆସବାବପତ୍ର ଖୋଲି ନିଆଯାଇଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ସିଲ୍‌ ହେବା ନେଇ ନୋଟିସ୍‌ ଜାରି କରାଯାଇଥିଲା। ନେଉଳପୁରସ୍ଥିତ ଧର୍ମଶାଳା…

ରାଜଧାନୀରେ ୩ ବର୍ଷର ଝିଅଙ୍କୁ ବଳାତ୍କାର: ଅଭିଯୁକ୍ତ ଯୁବକଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୨।୭: ରାଜଧାନୀରେ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ୩ ବର୍ଷର ନାବାଳିକା ଝିଅଙ୍କୁ ବଳାତ୍କାର କରାଯାଇଥିବା ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଫେରାର ଥିବା ଅଭିଯୁକ୍ତଙ୍କୁ ମଙ୍ଗଳବାର କମିଶନରେଟ୍‌ ପୋଲିସ ଗିରଫ…

ସିଆର୍‌ପିଏଫ୍‌ ଯବାନଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଖଇରା,୨।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ଗଗନଧୁଳି ଗ୍ରାମର ରାଘବାନନ୍ଦ ମାଝିଙ୍କ ଘରୁ ରାତିରେ ଚୋରି ହୋଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଜମ୍ମୁରେ ସିଆର୍‌ପିଏଫ ଯବାନ ଭାବେ କାର୍ଯ୍ୟରତ ରାଘବାନନ୍ଦ ୭ଦିନ ତଳେ…

ଅଣସର ଘରେ  ମହାପ୍ରଭୁ:  ଆଜି ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ

ପୁରୀ,୨।୭: ଅଣସର ଘରେ ମହାପ୍ରଭୁ। ତାଙ୍କୁ ସୁସ୍ଥ କରିବାକୁ ଲାଗିପଡ଼ିଛନ୍ତି ରାଜବୈଦ୍ୟ। ଏ ନେଇ ପବିତ୍ର ଏକାଦଶୀ ତିଥିରେ ମଙ୍ଗଳବାର ଶ୍ରୀଜିଉମାନଙ୍କୁ ଦଶମୂଳ ମୋଦକ ଲାଗି ହେବ । ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ଏହି ଦଶମୂଳମୋଦକ…

ରଥଯାତ୍ରା ପାଇଁ ପୋଲିସ ଡିଜିଙ୍କ ସମୀକ୍ଷା:ନିୟୋଜିତ ହେବ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ, ୨ା୭(ଅଜିତ୍‌ କୁମାର ମହାନ୍ତି):ଆସନ୍ତା ୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଦୀର୍ଘ ୫୩ ବର୍ଷପରେ ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରଉସତ୍ବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ପଡୁଛି। ତେଣୁ ଦୁର୍ଲ୍ଲଭ ରଥଯାତ୍ରାରେ ଭକ୍ତଙ୍କ ସମାଗମ…

ମହିଳାଙ୍କଠାରୁ ଠକିନେଲେ କୋଟିଏ ଟଙ୍କା

ଯାଜପୁର ଟାଉନ,୨ା୭ (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) :ଜଣେ ଯୁବକ ପ୍ରଲୋଭନ ଦେଖାଇ ଶତାଧିକ ମହିଳାଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ କରିନେଇଥିବା ଅଭିଯୋଗ ହୋଇଥିଲା ା ସମ୍ପୃକ୍ତ ମହିଳାମାନେ ଜିଲା ପ୍ରଶାସନ ଓ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଯାଜପୁର ଟାଉନ୍‌ ଥାନା…

କଟକର ସମସ୍ତ ବେଆଇନ ହସ୍ପିଟାଲ ବନ୍ଦ ପାଇଁ ନିର୍ଦ୍ଦେଶ

କଟକ,୨ା୭ (କାର୍ତ୍ତିକ ସାହୁ) :କଟକରେ ବିନା ରେଜିଷ୍ଟ୍ରେଶନରେ ଚାଲିଥିବା ଏକ ନିର୍ଦ୍ଦିଷ୍ଟ ହସ୍ପିଟାଲ ସମେତ ଅନ୍ୟ କେତେକ ହସ୍ପିଟାଲକୁ ତୁରନ୍ତ ବନ୍ଦ କରିବାକୁ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ହସ୍ପିଟାଲକୁ ବନ୍ଦ…

ମୃତ ବ୍ୟକ୍ତିଙ୍କ ନାମରେ ଆସୁଛି ଭତ୍ତା ଟଙ୍କା

କାଏମା,୨ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତରେ ଭତ୍ତା ଟଙ୍କା ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ବର୍ଷ ବର୍ଷ ଧରି ମୃତବ୍ୟକ୍ତିଙ୍କ ନାମରେ ଆସୁଛି ଭତ୍ତା ଟଙ୍କା। ଏହି ପଞ୍ଚାୟତରେ ପାଖାପାଖି ୭୦୦ ହିତାଧିକାରୀ ଭତ୍ତା ପାଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?