ଆମ ଜିଲା ଖବର

ଭେଣ୍ଡିଂ ଜୋନର ଅବ୍ୟବସ୍ଥା ଦେଖି ବିଧାୟକ କ୍ଷୁବ୍ଧ

ପାରଳାଖେମୁଣ୍ଡି, ୪।୩ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଅଚାନକ କାଶୀନଗର ବସ ଷ୍ଟାଣ୍ଡଠାରେ ପହଞ୍ଚି ସେଠାରେ ହେଉଥିବା ଦୈନିକ ପରିବା, ମାଛ ଓ ମାଂସ ବଜାର ପରିଦର୍ଶନ କରି ସେଠାକାର ପରିବେଶ ପରିଚ୍ଛନ୍ନ ସ୍ବଚ୍ଛତା ଦେଖି ଖୋଭ…

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ମା’ଙ୍କ ସହ ଥାନା ସମ୍ମୁଖରେ ଯୁବତୀଙ୍କ ଧାରଣା

ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମର ଶ୍ରାବଣୀ ମହାରଣାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଗତ ୧୭ ବର୍ଷ ହେଲା ସମ୍ପର୍କ ରଖିବା ପରେ ମାଣିକ୍ୟପୁର ଗ୍ରାମର ଅମରେଶ କୁମାର ପ୍ରଧାନ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି।…

Big appointment announced for Puri temple: ପୁରୀ ଶ୍ରୀମନ୍ଦିର ପାଇଁ ବାହାରିଲା ବଡ଼ ନିଯୁକ୍ତି ସୁଯୋଗ, ୧୦୮୩ ପଦବୀ ଖାଲି, ଜାଣନ୍ତୁ ଆବେଦନ ପ୍ରକ୍ରିୟା

ପୁରୀ,୪।୩: ଶ୍ରୀକ୍ଷେତ୍ର ପୁରୀ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୁରୀରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ଶ୍ରୀମନ୍ଦିର ସୁରକ୍ଷା ଓ ଦର୍ଶନ ଗହଳିକୁ ଶୃଙ୍ଖଳିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ…

ଓଡ଼ିଶା ଜଳସାଥି ମହାସଂଘ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର, ପ୍ରତିଶ୍ରୁତି ଦେଇ ବିଧାୟକ କହିଲେ…

ଭଞ୍ଜନଗର,୪।୩(ବାବୁଲା ପ୍ରଧାନ): ଓଡ଼ିଶା ଜଳସାଥି ମହାସଂଘ ଭଞ୍ଜନଗର ଶାଖା ପକ୍ଷରୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ୨୦ ଦଫା ସମ୍ବଳିତ ଏକ ଦାବିପତ୍ର ମଙ୍ଗଳବାର ପ୍ରଦାନ କରାଯାଇଛି । ସଙ୍ଘର ଭଞ୍ଜନଗର ଶାଖା ନେତ୍ରୀ କଲ୍ୟାଣୀ ଗୌଡ, ସୁଗ୍ୟାନି ଗୌଡ,…

ପୋତି ହୋଇଛି ମାଛଧରା ଜେଟି ମୁହାଣ: ଗାଁ ଆଡକୁ ମାଡି ଆସୁଛି ସମୁଦ୍ର

ଛତ୍ରପୁର, ୪।୩(ସନ୍ତୋଷ ପାଢ଼ୀ/(ଦିଲ୍ଲୀପ ସାମଲ)): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟରେ ଥିବା ମସ୍ଥ୍ୟ ବିଭାଗର ମାଛଧରା ଜେଟିର ସମୁଦ୍ର ମୁହାଣ ପୋତି ହୋଇଯାଇଛି । ଦୀର୍ଘବର୍ଷ ଧରି ଏପରି ସ୍ଥିତି ଲାଗି ରହିଛି । ଏଥିଲାଗି ମତ୍ସ୍ୟଜୀବୀମାନେ ମଧ୍ୟ…

ସିଏମସି କାଉନସିଲ ବୈଠକରେ ହାଇଡ୍ରାମା: କଥା କଟାକଟି ହେଲେ…

କଟକ,୩।୪: ସିଏମସି କାଉନସିଲ ବୈଠକରେ ହାଇଡ୍ରାମା ଦେଖିବାକୁ ମିଳିଛି। କର୍ପୋରେଟର ଓ ଯନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଛି। କର୍ପୋରେଟରଙ୍କୁ ନ ଜଣାଇ କାମ କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଣିଲେ ୫୬ ନମ୍ବର କର୍ପୋରେଟର ମେୟର, କମିଶନର ଓ ଯନ୍ତ୍ରୀଙ୍କୁ…

ସବୁଠି ଭକ୍ତିମୟ ପରିବେଶ: ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ରାଇକିଆ

ରାଇକିଆ,୪।୩(ପ୍ରଦୀପ ବେହେରା):ଆଜି ଠାରୁ ୭ ଦିନବ୍ୟାପି କନ୍ଧମାଳ ଜିଲା ରାଇକିଆ ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଛି ରାଇକିଆ ସହର। ମଙ୍ଗଳ ବାର ଅନୁଷ୍ଠିତ କଳସ ଯାତ୍ରାରେ ମହିଳାମାନେ ନଗର…

ଘର ଭିତରୁ ସ୍ୱାମୀ, ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ

ନବରଙ୍ଗପୁର,୪।୩: ନବରଙ୍ଗପୁର ଜିଲାରେ ଏକ ବନ୍ଦ ଘର ଭିତରେ ଦମ୍ପତିଙ୍କ ମୃତଦେହ ମିଳିଛି। ପାରିପାର୍ଶ୍ବିକ ସ୍ଥିତିରୁ ଦମ୍ପତି ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଜିଲାର କୁଣ୍ଡେଇ ପୋଲିସ ସୀମା ଅନ୍ତର୍ଗତ ଆମପାରା ଗାଁରେ ଦୁର୍ଜନ ଗଣ୍ଡ (୪୦) ଏବଂ ତାଙ୍କ…

ଗଞ୍ଜାମ ଐତିହସିକ ଦୋଳଯାତ୍ରା: ଥାନା ପରେ ଏନଏସି ପକ୍ଷରୁ ଶାନ୍ତି କମିଟି ବୈଠକ

ଗଞ୍ଜାମ,୪।୩(ବିଦ୍ୟାଧର ସାହୁ): ମାର୍ଚ୍ଚ ୧୦ରୁ ଗଞ୍ଜାମ ସହରରେ ଆରମ୍ଭ ହେବ ଐତିହାସିକ ଦୋଳ ଯାତ୍ରା। ଏହି ଯାତ୍ରା ପାଞ୍ଚ ଦିନ ଧରି ଚାଲିବ। ଏଥିପାଇଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସାହିବାସୀ ଓ ଯାତ୍ରା ପରିଚାଳନା କମିଟିକୁ ନେଇ ଏକ…

ପାଣି ପାଇଁ ପାରଳାଖେମୁଣ୍ଡି ସେରଙ୍ଗ ମୁଖ୍ୟ ରାସ୍ତା ଅବରୋଧ; ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ପାଣି ସମସ୍ୟା

ଗଜପତି,୪।୩(ଗିରିଧାରୀ ପରିଛା): ସରକାର ଘରେ ଘରେ ପାଇପ୍‌ ଦ୍ୱାରା ପାନୀୟ ଜଳ ଯୋଗାଇ ଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ହେଲେ ଦୀପତଳ ଅନ୍ଧାର ଭଳି ଦେଖିବାକୁ ମିଳିଛି ଗଜପତି ଜିଲା ଗୁମ୍ମା ପଞ୍ଚାୟତ ଅଧିନସ୍ତ ବ୍ଲକ କାର୍ଯ୍ୟାଳୟର…

ଚୋରା କାଠ ନେଇ ଯାଉଥିଲା ପିକଅପ୍‌ ଭ୍ୟାନ୍‌: ମାଡ଼ି ବସିଲା ବନ ବିଭାଗ

କେନ୍ଦୁଝର,୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅଧୀନ ଦେଓବନ୍ଧ ସେକସନ୍‌ ରଘୁବେଡା ଅଞ୍ଚଳରୁ ଚୋରା କାଠ ନେଇ ଯାଉଥିବା ଏକ ପିକଅପ୍‌ ଭ୍ୟାନକୁ ବନ ବିଭାଗ ଧରଛି। ମିଳିଥିବା ସୂଚନା ମୁତାବକ, କାଠ ଚୋରା ଚାଲାଣ ହେଉଥିବା ନେଇ…

OSSC ୨୫ କିଲୋମିଟର ଦୌଡ଼ ପରୀକ୍ଷା ବେଳେ ଅଘଟଣ: ଚାକିରି ଅଶାୟୀଙ୍କ ମୃତ୍ୟ

ସୁନ୍ଦରଗଡ,୪।୩(ଜୟ ନାରାୟଣ ମେଣ୍ଡୁଳି): ଓଏସ୍‌ଏସ୍‌ସି ଦ୍ୱାରା ଆୟୋଜିତ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରୀକ୍ଷକ ପଦବୀ ପାଇଁ ଶାରୀରିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଘଟିଛି ଦୁଃଖଦ ଘଟଣା। ଏହି ପରୀକ୍ଷା ଦୌଡ଼ ବେଳେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?