ଆମ ଜିଲା ଖବର

ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଚିଠି ଲେଖିଲେ ବିଧାୟକ

ଖଡ଼ିଆଳ,୨୫ା୪(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଦୀର୍ଘବର୍ଷ ହେଲା ଟ୍ରାଫିକ ସମସ୍ୟା ଦେଖା ଦେଇଆସୁଛି। ଏଥିଯୋଗୁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଖଡ଼ିଆଳ ସହର ଦେଇ ଯାଇଥିବା ୩୫୩ନଂ ଜାତୀୟ ରାଜପଥରେ ଦୈନିକ ଶତାଧିକ ଭାରିଯାନ…

ଝାରସୁଗୁଡ଼ା ପରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ଼

ବ୍ରହ୍ମପୁର,୨୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ପୁନଃତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ୍‌ ଝାରସୁଗୁଡ଼ା ପରେ ଏବେ ବ୍ରହ୍ମପୁରରେ ଆସି ଖୋଳତାଡ଼ କରୁଛି। ଗୁରୁବାର ମାମଲାର ଅଭିଯୁକ୍ତ ପୂର୍ବତନ ପୋଲିସ ଏସ୍‌ଆଇ ଗୋପାଳ ଦାସଙ୍କ ପରିବାର…

ଅପମିଶ୍ରିତ ଦେଶୀମଦ ଜବତ ଘଟଣା: ଫେରାର ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରୁ ଫେରାର ଥିବା ଚୋରାମଦ ମାଫିଆ ତ୍ରିଲୋଚନ ସାହୁଙ୍କୁ ଶୁକ୍ରବାର ସକାଳେ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌ଆଇ ଜଗବନ୍ଧୁ ବାର୍ଲା ଗିରଫ କରି କୋର୍ଟ ଚାଲାଣ…

 ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ

ଆନନ୍ଦପୁର,୨୫ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନ କନ୍ତୋ ପଞ୍ଚାୟତ ନୂଆପଡ଼ା ଗାଁ ପୋଖରୀରେ ବୁଡ଼ିଯାଇ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ନୂଆପଡ଼ା ଗ୍ରାମର ନାଉରି ମୁଣ୍ଡାଙ୍କ ୧୨ ବର୍ଷୀୟ ପୁଅ ଆଦିତ୍ୟ। ସୂଚନାରୁ ଜଣାପଡ଼ିଛି,…

ଗଠନ ହେଲା ୫୪ ବିପର୍ଯ୍ୟୟ ପରିଚାଳନା କମିଟି, ଦୈବୀ ଦୁର୍ବିପାକ ମୁକାବିଲାରେ…

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବିପର୍ଯ୍ୟୟ ପ୍ରଶମନ ସମିତି ଓ ଓସ୍‌ଡିଏମା ସହାୟତାରେ ଭଞ୍ଜନଗର ବ୍ଲକ ପ୍ରଶାସନ ସହଯୋଗରେ ବାର୍ଡ ସଂସ୍ଥା ଦ୍ୱାରା ଭଞ୍ଜନଗରରେ ବ୍ଲକରେ ଥିବା ୧୦ଟି କୁଲାଡ଼,ଗୋଲାପଡା, ବାଉଁଶଲୁଣ୍ଡି, ଡିହପଢାଳ , ତୁରୁମୁ,ତିଳିଶିଙ୍ଗୀ,ବ୍ରାହ୍ମଣପଦର, ଦୋମୁହାଣି, ହରିଗଡ଼ ଓ ଗାଲେରୀ…

ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା: ମୃତ ପର୍ଯ୍ୟଟକଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ବୁଗୁଡା,୨୫।୪(କାଳୀଚରଣ ଦାଶ): ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ପଡ଼ୋଶୀ ଦେଶ ପାକିସ୍ତାନର ପ୍ରୋତ୍ସାହନରେ ଆତଙ୍କବାଦୀଙ୍କ ବର୍ବରତା ସବୁ ସୀମା ଟପି ଯାଇଥିବା ବେଳେ ଏଭଳି ଘଟଣାକୁ ଦୃଢ ନିନ୍ଦା କରି ସ୍ଥାନୀୟ ହିନ୍ଦୁ…

ଗହୀରମଥା ଚଳଚଞ୍ଚଳ: ଦୁଇଦିନରେ ୮୨ ଲକ୍ଷ କଇଁଛ ଶାବକ ଅଣ୍ଡାରୁ ବାହାରି ହେଲେ ସମୁଦ୍ରମୁହାଁ

ରାଜନଗର,୨୫ା୪: ଦୀର୍ଘ ୫୦ ଦିନ ପରେ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ ହୋଇପଡ଼ିଛି। ଲକ୍ଷଲକ୍ଷ ମାଈ କଇଁଛ ଗହୀରମଥାର ଅଗରନାସୀ-୨ରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ କରିଛନ୍ତି। ଗତ ଦୁଇଦିନ ଭିତରେ ୮୨ ଲକ୍ଷ ଶାବକ ଅଣ୍ଡାରୁ ବାହାରି ମା’ଙ୍କ…

ନିୟମକୁ ଅଣଦେଖା: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଯାତ୍ରୀ ଥାଇ ଡିଜେଲ ଭର୍ତ୍ତି କରୁଛି ଲକ୍ଷ୍ମୀବସ୍‌, ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୫ା୪(ଅରୁଣ ସାହୁ): ରାଜ୍ୟ ସରକାର ସମସ୍ତ ପଞ୍ଚାୟତରୁ ବ୍ଲକ ହେଡକ୍ୱାର୍ଟରକୁ ସୁବିଧା ଓ ଶସ୍ତାରେ ଯାତାୟାତ ପାଇଁ ଲକ୍ଷ୍ମୀବସ୍‌ର ବ୍ୟବସ୍ଥା କରିଛନ୍ତି କିନ୍ତୁ ଅନେକ ସମୟରେ ଏହି ବସ୍‌ରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ମନମାନି ଓ ସରକାରୀ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ…

ଅଟୋରେ ଯାଉଥିବା ବେଳେ ଉପରେ ପଡ଼ିଲା ଗଛ: ଚାଲିଗଲା ୨ ଜୀବନ

ବଲାଙ୍ଗୀର,୨୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଆଠଗାଁ ରାସ୍ତା କଂସାବାହାଲ ଛକ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। କାଳବୈଶାଖୀ ତାଣ୍ଡବରେ ଜୋରରେ ପବନ ବହି ଏକ ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା…

ଆତଙ୍କବାଦୀ ଆକ୍ରମଣରେ ନିହତଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ଗଞ୍ଜାମ,୨୫ା୪(ବିଦ୍ୟାଧର ସାହୁ): ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ସରଳ ନିରୀହ ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଗଞ୍ଜାମ ସହର ବଜରଙ୍ଗ ଦଳ ଓ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି…

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କେସିଙ୍ଗା ମୁସଲମାନ ସମାଜର ବିରୋଧ, ଦୋଷୀଙ୍କୁ କଠୋର ଦଣ୍ଡ ସହ ଫାଶୀ ପାଇଁ ଦାବି

କେସିଙ୍ଗା,୨୫ା୪(ତୁମେଶ୍ୱର ସାହୁ): କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ କେସିଙ୍ଗା ମୁସଲମାନ ସମାଜ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବି କରି ସ୍ଥାନୀୟ…

ବର୍ଷେ ହେଲା ପମ୍ପ ହାଉସ୍‌ ଅଚଳ: ଝରଣା ପାଣି ପିଉଛନ୍ତି ଗ୍ରାମବାସୀ

ସୁନାବେଡା,୨୫ା୪(କୃତ୍ତିବାସ ପ୍ରଧାନ): ସରକାର ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପାଣି ଟାଙ୍କି ସହ ପମ୍ପ ହାଉସ କରିଥିଲେ ସୁଦ୍ଧା ଲୋକେ ସେଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ସୁନାବେଡ଼ା ପୌର ପରିଷଦ ସୀମାବର୍ତ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?