ନୂଆପଡ଼ା,୧୩ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ପଞ୍ଚାୟତ ଅଞ୍ଚଳରେ ନେଟ୍ୱାର୍କ ସମସ୍ୟା ଯୋଗୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ପଞ୍ଚାୟତ ଅନ୍ତର୍ଗତ ରୁପିଆମ, ଗୁତମା, ଅଡାର, ଧାକଲି, ଦେଓସିଲ, ଭାଓସିଲ, ଗୁରୁପାଣି, ଜଲମଡେଇ, ତାଲାବେଲା, କେଛୋପଖାନ, ହିରାପୁର, ଚନ୍ଦରସିଲ, କେନ୍ଦୁପଡା ଆଦି ଗାଁରେ ନେଟ୍ୱାର୍କ ପାଉ ନ ଥିବାରୁ ଛାତ୍ରୀଛାତ୍ରଙ୍କ ଅନ୍ଲାଇନ ପାଠ ପଢା ବାଧାପ୍ରାପ୍ତ ହେଉଛି। ଅନ୍ଲାଇନ କାମ ପଡିଲେ ଲୋକଙ୍କୁ ୩୦ କିଲୋମିଟର ଦୂର ଉଦ୍ୟାନବନ୍ଧ, ତରବୋଡ, କୋମନାକୁ ଯିବାକୁ ପଡୁଛି। ଏଥିଯୋଗୁ ଅଧିକ ଖର୍ଚ୍ଚାନ୍ତ ସହ ହଇରାଣ ହେବାକୁ ପଡୁଛି। ବର୍ତ୍ତମାନ ସମୟରେ ସରକାରୀ ହେଉ କିମ୍ବା ବେସରକାରୀ କୌଣସି କାର୍ଯ୍ୟ ପାଇଁ ଅନ୍ଲାଇନ କରିବାକୁ ପଡୁଛି। ପଞ୍ଚାୟତରେ ନେଟ୍ୱର୍କ ପାଉ ନ ଥିବାରୁ କର୍ମଚାରୀ ପାହାଡ ଉପରକୁ ଯାଇ କାମ କରୁଛନ୍ତି। ପାହାଡକୁ ହିତାଧିକାରୀ ଯାଇ ଫିଙ୍ଗର ପ୍ରିଣ୍ଟ ଦେଇ ପଞ୍ଚାୟତକୁ ଆସି ରାଶନ ସାମଗ୍ରୀ ନେଉଛନ୍ତି। ଅଭୟାରଣ୍ୟରେ ହିଂସ୍ରଜନ୍ତୁଙ୍କ ଭୟ ରହିଥିଲେ ମଧ୍ୟ ଲୋକେ ବାଧ୍ୟହୋଇ ପାହାଡ ଚଢୁଛନ୍ତି। ସୂଚନାଯୋଗ୍ୟ, ସୁନାବେଡା ଅଭୟାରଣ୍ୟ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ବରକୋଟ, ଜାମଗାଁ, ସୁନାବେଡା ଓ ସୋସେଙ୍ଗଠାରେ ୪ଟି ପୋଲିସ କ୍ୟାମ୍ପ ହୋଇଛି। କ୍ୟାମ୍ପ ବସିବା ଦିନଠାରୁ ଜାମଗାଁ, ସୋସେଙ୍କ ଓ ସୁନାବେଡାଠାରେ ୩ଟି ବିଏସ୍ଏନ୍ଏଲ୍ ଟାୱାର ନିର୍ମାଣ ହୋଇ ଅନ୍ଲାଇନ କାର୍ଯ୍ୟ ଚାଲିଥିଲା। ହେଲେ ୬ ମାସ ହେବ ସୋସେଙ୍ଗଠାରେ ଥିବା ବିଏସ୍ଏନ୍ଏଲ୍ ଟାୱାର ଅଚଳ ହୋଇଯିବାରୁ ଅନଲାଇନ କାମ ହୋଇପାରୁ ନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହି ଟାୱାର ମରାମତି ସହ ନୂତନ ଭାବରେ ଜିଓ ଟାୱାର ସ୍ଥାପନ କରିବାକୁ ସରପଞ୍ଚ ମେଘନାଦ ମାଝି ଓ ଅଞ୍ଚଳବାସୀ ଦାବି କରିଛନ୍ତି।
Posted inଆମ ଜିଲା ଖବର, ନୂଆପଡ଼ା View All
ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ଜଳନିଧି ସ୍କୁଲ ଝିଅ, ୧୧ଟି ଦଳକୁ ପଛରେ ପକାଇ …
ଗୁଡ଼ାରି, ୭।୧୧ (ପ୍ରମୋଦ କୁମାର ପତି): ଆସନ୍ତା ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ୨୦୨୬” ରେ…
ଦିଗପହଣ୍ଡି ବନାଞ୍ଚଳରେ ହାତୀ ଭୟ: ଆକାଶରୁ ଡ୍ରୋନ୍ ରଖୁଛି ନଜର, ଫଟୋ-ଭିଡିଓ ନଉଠାଇବାକୁ…
ଦିଗପହଣ୍ଡି, ୭।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ତିଳେଶ୍ୱର, ବଳଧିଆ ଖଇର ପଦର, ସିଙ୍ଗପୁର, ହରିଣା, ସୁମନ୍ତପୁର, ଗଙ୍ଗାପୁର, ଗୁଣ୍ଡୁରିଗୁଡ଼ା, ଆଦିକନ୍ଦପୁର, ସୁନାଖଣ୍ଡି…
ଗଞ୍ଜାମ ବନ୍ୟା କ୍ଷୟକ୍ଷତି ୫ ହଜାର କୋଟି ଟପିବ: ଜାତୀୟ ବିପର୍ଯ୍ୟୟ ଘୋଷଣା ଦାବି କଲେ…
ଛତ୍ରପୁର, ୭।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ଏହାର ପରିମାଣ ୫…
ଜୁଆଆଡ୍ଡା ରେ ପୋଲିସ ଚଢା଼ଉ: ୯ ଜୁଆଡ଼ି ଗିରଫ
ଦିଗପହଣ୍ଡି,୭|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଓଡ଼ାସିଙ୍ଗିି ଗ୍ରାମରେ ଚାଲିଥିବା ଜୁଆଆଡ୍ଡା ରେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରି ୯ ଜୁଆଡିଙ୍କୁ ଗିରଫ…
ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କଲେ ପିସିସି ସଭାପତି, ମୋହନାର ବିକାଶ, ମୌଳିକ ସମସ୍ୟା ନେଇ ଉଠାଇଲେ ପ୍ରଶ୍ନ
ମୋହନା, ୭।୧୧(ମନ୍ମଥ ମିଶ୍ର): ଅର୍ଣ୍ଣବ ବାତ୍ୟା ପରେ ମୋହନା ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ପହଞ୍ଚିଥିଲେ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ। ପ୍ରଥମେ…
ଘୁମୁସର ଗସ୍ତ କରନ୍ତୁ ମୁଖ୍ୟମନ୍ତ୍ରୀ: ସିଭିଲ ସୋସାଇଟି
ଭଞ୍ଜନଗର, ୭।୧୧ (ବାବୁଲା ପ୍ରଧାନ): ଘୁମୁସର ଅଞ୍ଚଳରେ ବନ୍ୟା, ବାତ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ସହ କ୍ଷତିଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପ୍ରଦାନ…
ମାଛ ମାରିବାକୁ ଯାଇ ଆଉ ଫେରିଲେନି….
ଅତାବିରା,୭।୧୧(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା(ଗମ୍ଭାଟିକ୍ରା) ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ମାଛ ମାରିବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି…
ସୀମାନ୍ତ ଗାଁର ସରକାରୀ ଜମି ଜବରଦଖଲ ଅଭିଯୋଗ: ଥାନା ଓ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
କର୍ଲାମୁଣ୍ଡା, ୭।୧୧ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ଜିଲା ସୀମାନ୍ତରେ ଥିବା ଦେଉଳଗୁଡ଼ି ଛକ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ। ବଲାଙ୍ଗୀର…

