ଆମ ଜିଲା ଖବର

ହୃଦୟ ଜିତିଲା ‘ସ୍ବାମୀମାନେ ସାବଧାନ’ ନାଟକ

ଗଞ୍ଜାମ,୧୮ା୬(ବିଦ୍ୟାଧର ସାହୁ):ଗଞ୍ଜାମ ସହର ନିକଟସ୍ଥ ଅଗସ୍ତି ନୂଆଗାଁ ଠାକୁରାଣୀ ଯାତ୍ରା ତ୍ରୟୋଦଶ ଦିବସରେ ପହଞ୍ଚତ୍ଛି। ଏହି ଉପଲକ୍ଷେ ଗ୍ରାମର ମା’ ବୁଢ଼ୀ ଠାକୁରାଣୀ ଯୁବ ନାଟ୍ୟ ସାଂସଦ ପକ୍ଷରୁ ମଙ୍ଗଳବାର ସାମାଜିକ ନାଟକ ସ୍ବାମୀମାନେ ସାବଧାନ ମଞ୍ଚସ୍ଥ ହୋଇଥିଲା। ସ୍ବାମୀ ସ୍ତ୍ରୀର…

IAS ଧୀମାନ ଚକମାଙ୍କ ତ୍ରିପୁରାସ୍ଥିତ ଜନ୍ମସ୍ଥାନରେ ତଦନ୍ତ କଲା ଓଡ଼ିଶା ଭିଜିଲାନ୍ସ

ଭୁବନେଶ୍ୱର,୧୮।୬: ଲାଞ୍ଚ ନେବା ମାମଲାରେ ଗିରଫ ହୋଇଥିବା ଆଇଏଏସ ଅଧିକାରୀ ଧୀମାନ ଚକମାଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକରେ ତଦନ୍ତ ପାଇଁ ତ୍ରିପୁରା ଓ ହିମାଚଳ ପ୍ରଦେଶରେ ଓଡିଶା ଭିଜିଲାନ୍ସର ତିନିଟି ଦଳ ଚଢ଼ାଉ କରିଛି। ଭିଜିଲାନ୍ସ ଏକ ବିବୃତିରେ କହିଛି ଯେ…

କୂଳ ଲଂଘୁଛି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ; ୨୪ରୁ ଧାରଣା ଦେବେ…

ଛତ୍ରପୁର,୧୮ା୬(ଦିଲୀପ ସାମଲ): ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ନିକଟରେ ସମୁଦ୍ର କୂଳ ଲଂଘୁଛି । ପୂର୍ବରୁ ସମୁଦ୍ରଠାରୁ ୨ କି.ମି. ଦୂରରେ ଗାଁଗୁଡିକ ଥିଲା। ବର୍ତ୍ତମାନ ଗାଁଠାରୁ ମାତ୍ର ୫୦ ମିଟର ଦୂରରେ ସମୁଦ୍ର ରହିଛି। ଏଥିଯୋଗୁ ଗଙ୍ଗାଦେବୀ ଏବଂ ଠାକୁରାଣୀ…

କୋଟପାଡ଼ରେ ଦୁର୍ଘଟଣା: ଚାଲିଗଲା ନୀଳାମ୍ବରଙ୍କ ଜୀବନ, ଜଣଙ୍କ ପରିଚୟ ଖୋଜୁଛି…

କୋଟପାଡ଼,୧୮।୬(ରାଜଶେଖର): କୋରାପୁଟ ଜ଼ିଲା କୋଟପାଡ଼ ଅଞ୍ଚଳରେ ବୁଧବାର ୨ଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ହେଇଥିବା ଜଣାପଡିଛି । ଅପରାହ୍ନ ୩ଟାରେ କୋଟପାଡ଼ ସହ କୁସୁମୀକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ବୋବେୟା ପଞ୍ଚୟତ ଚିଲିଗୁଡା…

ଦୁର୍ଘଟଣାରେ ଚାଲିଗଲା ତ୍ରୀନାଥଙ୍କ ଜୀବନ,କ୍ଷତିପୂରଣ ଦାବିରେ ରାସ୍ତାରେ ବସିଛନ୍ତି ରଘୁନାଥପୁର ଗ୍ରାମବାସୀ

ଆନନ୍ଦପୁର,୧୮।୬.(ସୁଶାନ୍ତ କୁମାର ସାହୁ): ଅଜଣା ଗାଡି ଧକ୍କାରେ ରଘୁନାଥପୁର ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତେବେ ପରିବାରକୁ କ୍ଷତିପୂରଣ ଦାବିରେ ରଘୁନାଥପୁର ଗ୍ରାମବାସୀ ବୁଧବାର ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି। ବର୍ଷା ହେଉଥିଲେ ସୁଦ୍ଧା ଲୋକେ ସେମାନଙ୍କ ଜିଦ୍‌ରେ ଅଟଳ…

ଭଞ୍ଜନଗର ଡିଏଫ୍‌ଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା: କାଠ ଚୋରିକୁ ରୋକିବା, ନୂତନ ବନୀକରଣରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭଞ୍ଜନଗର,୧୮।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବୁଧବାର ଅପରାହ୍ନରେ ଡିଏଫ୍‌ଓ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସିଏଫ୍‌ ପ୍ରଦୀପ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଡିଏଫ୍‌ଓ ଆଚାର୍ଯ୍ୟ ସଭାରେ…

ବନ୍ୟା-ବାତ୍ୟା ବିପର୍ଯ୍ୟୟ ପରିଚାଳନା ପାଇଁ ଦାରିଙ୍ଗବାଡ଼ିରେ ମକ୍‌ଡ୍ରିଲ୍‌, ମହିଳା ଶିଖିଲେ ଗ୍ୟାସ ଟାଙ୍କିରେ ନିଆଁ ଲାଗିଲେ…

ଦାରିଙ୍ଗବାଡି, ୧୮।୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୁଧବାର ପ୍ରଶାସନ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ପାଇଁ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ବନ୍ୟା, ବାତ୍ୟା ତଥା ବିପତ୍ତି ସମୟରେ ବିପନ୍ନଙ୍କୁ କିଭଳି ଉଦ୍ଧାର କରାଯିବ, ଆହତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର…

ଓକିଲସଂଘ ପକ୍ଷରୁ ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର,୧୮।୬, (ସିମାଞ୍ଚଳ ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁର ଓକିଲସଂଘ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ସଭାପତି ତଥା ସରକାରୀଓକିଲ କ୍ରୁଷ୍ଣଚନ୍ଦ୍ର ଗୌଡଙ୍କ ପୌରହିତ୍ୟରେ ବୁଧବାର ଅନୁଷ୍ଟିତ ହୋଇଯାଇଛି। ଏଥିରେ ଆସିଷ୍ଟାଣ୍ଟ ସେସନ୍ସଜଜ ତଥା ସିନିୟର ସିଭିଲଜଜ ଶରତକୁମାର ସାହୁ ଓ ପ୍ରଥମଶ୍ରେଣୀ ବିଚାରପତି ପୂଜାପ୍ରିୟଦର୍ଶନୀ…

ବଢୁଛି ଚୋରି, ପୋଲିସ ହାତ ଖାଲି

ଧର୍ମଶାଳା,୧୮।୬, (ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ବଢୁଛି ଚୋରି କିନ୍ତୁ ପୋଲିସ ହାତ ଖାଲି । ଏଥର ଜଣେ ମହିଳା ଲୁଟର ଶିକାର ହୋଇଥିବା ଥାନରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ବ୍ରହ୍ମବରଦା ଥାନା ରୁଦ୍ରପୁର ବଡ଼ବାଘସାହି…

ସୌରା ପାହାଡ଼ ଡବଲ ମର୍ଡର ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଆଜୀବନ

ବ୍ରହ୍ମପୁର, ୧୮।୬ (ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବହୁ ଚର୍ଚ୍ଚିତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପାଳଝାଢ଼ି ଗ୍ରାମର ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର ପାତ୍ର ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ ହୋଇଛି। ଉପଯୁକ୍ତ ପ୍ରମାଣ ଆଧାରରେ…

ଝିଅ ଘରକୁ ଯାଇ ଫେରୁଥିଲେ, ପଛପଟୁ ପିଟିଲା ବାଇକ୍‌: ଚାଲିଗଲା ରାମଙ୍କ ଜୀବନ

କଲ୍ୟାଣସିଂହପୁର,୧୮।୬(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶିପୁର ବ୍ଲକ କଲ୍ୟାଣସିହପୁର ସିମାନ୍ତ ମାଣ୍ଡିବିସି ପଞ୍ଚାୟତରର ଭିତରଚରା ଗାଁରେ ଏକ ବାଇକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି। ସୁଚନା ମୁତାବକ, ଭିତର ଚୋରା ଗାଁର ରାମ ମାଝି (୬୩) ତାଙ୍କ…

ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବୀଣାପାଣି: ବିଜୟ ପରେ ବିଜେଡି ଛାଡ଼ି ଭାଜପାରେ ଦେଲେ ଯୋଗ

ପାଟଣା,୧୮ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାଧ୍ୟକ୍ଷା ପାଇଁ ବୁଧବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉପନିର୍ବାଚନ ବ୍ଲକସଭା ଗୃହରେ ଅନୁଷ୍ଠିତ ହୋଇଛି। ଏଥିରେ ପାଟଣା ବ୍ଲକ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ଏକ ମାତ୍ର ପ୍ରାର୍ଥୀ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?