ଆମ ଜିଲା ଖବର

ଆଉ ୧୬ ନମୁନାରେ ହଇଜା

ଯାଜପୁର,୧୯ା୬,(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ହଇଜା(କଲେରା) ବ୍ୟାପିବାରେ ଲାଗିଛି। ବୁଧବାର ଆଉ ୧୬ ନମୁନାରେ ହଇଜା (ଭିବ୍ରିଓ କଲେରା) ଚିହ୍ନଟ ହୋଇଥିବା କେନ୍ଦ୍ରୀୟ ଦଳ ପକ୍ଷରୁ ସୂଚନା ମିଳିଛି। ମୋଟ ୪୯ ନମୁନା ଯାଞ୍ଚ ହୋଇଥିବାବେଳେ ସେଥିରୁ ୩୩% ହଇଜା ସଂକ୍ରମିତ…

ଝିଅ ଜନ୍ମହେବାରୁ ମାରିଦେଲେ

ଜଳେଶ୍ୱର,୧୯।୬(ନବୀନ ସାହୁ): ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳାଙ୍କ ପୁଅ ରିତେଶ କାମିଳା ୨୦୨୨ରେ ନିକଟସ୍ଥ ଚକବିଷ୍ଣୁ ଗ୍ରାମର ଜଳଧର ପ୍ରଧାନଙ୍କ କନ୍ୟା ନମିତା(୨୪)ଙ୍କୁ ଭଲ ପାଇ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଘରେ ଶାଶୁ, ଶ୍ୱଶୁର, କକା, କାକୀ ଶାଶୁ,…

ଲାଞ୍ଚ ନେଲା ବେଳେ ASI ଙ୍କୁ ମାଡିବସିଲା ଭିଜିଲାନ୍ସ, ଜମି ବିବାଦ ପାଇଁ…

ପୁରୀ,୧୮।୬: ବୁଧବାର ପୁରୀ ଜିଲା ଚନ୍ଦନପୁର ଥାନାର ସହକାରୀ ଉପ-ନିରୀକ୍ଷକ (ଏଏସଆଇ) ପ୍ରଭାତ କୁମାର ପ୍ରଧାନଙ୍କୁ ଭିଜିଲାନ୍ସ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଏକ ଜମି ବିବାଦ ମାମଲାରେ ଅଭିଯୋଗକାରୀ ଓ ତାଙ୍କ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ଏଏସଆଇ…

ନିରପେକ୍ଷ ଶାନ୍ତି ଆନ୍ଦୋଳନ ପୃଥିବୀକୁ ବିପଦରୁ ଉଦ୍ଧାର କରିପାରିବ

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ)- ଭଞ୍ଜନଗର ସହରତଳି ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ଠାରେ ପାଲେଷ୍ଟାଇନ ସଂହତି ଦିବସ ପାଳନ ଅବସରରେ ‘ଯୁଦ୍ଧ ନୁହେଁ ମୁକ୍ତ ପାଲେଷ୍ଟାଇନ’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ ତରଫରୁ ଏହି ଆଲୋଚନାଚକ୍ର ହୋଇଥିଲା। ବର୍ତ୍ତମାନ…

କାର୍ଯ୍ୟରେ ଅବହେଳା: ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ସସ୍‌ପେଣ୍ଡ

ଧର୍ମଶାଳା,୧୮।୬(ଶିବ ପ୍ରସାଦ ମହାନ୍ତି): ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ଏଭଳି ସ୍ଥିତିରେ କାର୍ଯ୍ୟରେ ଅବହେଳା ଲାଗି ଜଣେ ଡାକ୍ତରଙ୍କୁ ସସପେଣ୍ଡ କରାଯାଇଛି। ସେ ହେଲେ ଡା. ହେମନ୍ତ କୁମାର ମହାରଣା। ତାଙ୍କ…

ପ୍ରାକୃତିକ ବିପର୍ଯ୍ୟୟ ଭୟ: ମୁକାବିଲା ନିମନ୍ତେ ଦିଗପହଣ୍ଡିରେ ବସିଲା ପ୍ରସ୍ତୁତି ବୈଠକ

ଦିଗପହଣ୍ଡି,୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସଭାଗୃହରେ ବୁଧବାର ବ୍ଳକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ତହସିଲଦାର ସନ୍ତୋଷ କୁମାର ସାହୁ, ସିଡିପିଓ…

କାମ ସାରି ଘରକୁ ଫେରିବା ବାଟରେ ଅଘଟଣ: ମଇଁଷି ଚାଲି ଆସିବାରୁ ସ୍ବାମୀସ୍ତ୍ରୀ…

ଦାରିଙ୍ଗବାଡି, ୧୮।୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ ନଂ ରାଜପଥର ସିମନବାଡିର ସାରୁମାହା ସାହି ନିକଟରେ ବୁଧବାର ସଂନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ବାଇକ ଆଗକୁ ମଇଁଷି ଚାଲି ଆସିବା ଫଳରେ ବାଇକରେ ଯାଉଥିବା ଚାଳକ ଓ…

ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ AI ଭିଡିଓ ପୋଷ୍ଟ କରି ଯୁବକ ଗିରଫ

ଭୁବନେଶ୍ୱର,୧୮।୬: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ AI ତିଆରି ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ରାୟଗଡ଼ା ଜିଲାର ଜଣେ ଯୁବକଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ କିଶୋର କୌଶଲ୍ୟା ଭାବେ ଜଣାପଡ଼ିଛି। ଅଭିଯୁକ୍ତ କିଶୋର…

କୂଅରେ ଖସିପଡ଼ିଲା ଗାଈ, ଦମକଳ କେନ୍ଦ୍ର କର୍ମଚାରୀଙ୍କ ପ୍ରୟାସ ପରେ…

କୋକସରା,୧୮ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ନୂଆପଡ଼ା ନିକଟ ନାଗପଡା ଗ୍ରାମର ଏକ କୂଅରେ ପଡିଥିବା ଗାଈକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନାଗୁପଡା ଗ୍ରାମର କେଶରୀ ନାଗଙ୍କ ଗାଈ ବୁଧବାର ଚରିବାକୁ ଯାଇ…

ମା’ଙ୍କୁ ମାଡ଼, ଘରୁ ଟଙ୍କା ଚୋରି କରି ନେଉଥିଲେ; ଚନ୍ଦନଙ୍କୁ ଜେଲ ପଠାଇଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ଆର. ଚନ୍ଦନ ପାତ୍ର ଙ୍କୁ ବୁଧବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନାରେ ମାମଲା ନଂ.୨୧୩/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ…

ମଲାଡ଼ ପଞ୍ଚାୟତରେ ବିକାଶ ବାହନ ଶୁଭାରମ୍ଭ

ଗଞ୍ଜାମ,୧୮ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବୁଧବାର ସରକାରଙ୍କ ବିକାଶ ବାହନ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଶୁଭାରମ୍ଭ କରିଥିଲେ। ବ୍ଲକ୍‌ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଡ଼ିଓ ଅଚ୍ୟୁତାନନ୍ଦ ନନ୍ଦ ଜାନୀ, ସରପଞ୍ଚ ମମତା ବେହେରା,…

୧୦ ଦଫା ଦାବିରେ ସଚେତନ ନାଗରିକ ମଞ୍ଚର ଧାରଣା; କେସିଙ୍ଗାରୁ ଭୁବନେଶ୍ୱରରୁ ଟ୍ରେନ୍‌ ଚଳାଚଳ ସହ…

କେସିଙ୍ଗା,୧୮।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୦ଦଫା ଦାବି ନେଇ କେସିଙ୍ଗା ସଚେତନ ନାଗରିକ ମଞ୍ଚ ତରଫରୁ ଧାରଣା ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସହର ସ୍ଥିତ ପୁରୁଣା ଷ୍ଟେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?