କଟକକ,୨।୧୧: ଦୀପାବଳି ପୂର୍ବରୁ କଟକରେ ବଡ଼ ଧରଣର ଚଢାଉ କରାଯାଇଛି। କମିଶନରେଟ ପୋଲିସ କଟକର ୮ଟି ସ୍ଥାନରେ ଚଢ଼ାଉ କରି ୪୦ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରିଛି। ଚଢାଉ ବେଳେ ପୋଲିସ ୨ଟି କାରକୁ ଜବତ କରି ୩ ଜଣଙ୍କୁ ଗିରଫ କରିଛି।
ବେଆଇନ ବାଣ କାରବାରକୁ ରୋକିବା ପାଇ ଆଗାମୀ ଦିନରେ ଏହି ଚଢାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଫଳରେ ବେଆଇନ ବାଣ କାରବାର କରୁଥିବା ବେପାରୀଙ୍କ ମନରେ ଛନକା ପଶିଛି।

