ACF ସୌମ୍ୟ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ ସ୍ତ୍ରୀ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି,୨ା୧୧(ଗିରିଧାରୀ ପରିଚ୍ଛା): ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶେଷରେ ଆତ୍ମସମର୍ପଣ କରିଛନ୍ତି ସ୍ତ୍ରୀ ତଥା ମାମଲାର ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ବିଦ୍ୟାଭାରତୀ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ପରେ ସେ ଆତ୍ମସମର୍ପଣ କରିଛନ୍ତି।

ପ୍ରକାଶ ଯେ, ୨୦୨୧ରେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ମୃତ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ ଓ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ।
ଏହି ମାମଲାରେ ଦୀର୍ଘଦିନ ଧରି ଅଦାଲତରେ ହାଜର ହେବାରୁ ଅଭିଯୁକ୍ତମାନେ ଦୂରେଇ ରହିଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟ ସେମାନଙ୍କ ଆବେଦନ ଖାରଜ କରି ଏସ୍‌ଡିଜେଏମ୍‌ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୂର୍ବତନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଗତ ଦୁଇ ମାସ ମଧ୍ୟରେ କୋର୍ଟରେ ହାଜର ହୋଇ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଏବେ ବିଦ୍ୟାଭାରତୀ କୋର୍ଟରେ ପହଞ୍ଚିଥିବାରୁ ମାମଲାର ପରବର୍ତ୍ତୀ ଶୁଣାଣି ଓ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ସମସ୍ତଙ୍କ ନଜର ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ବୈଠକ, ବିପର୍ଯ୍ୟୟ ସମୟରେ…

ଛତ୍ରପୁର,୨ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଜିଲାର ସମସ୍ତ ଅଞ୍ଚଳରେ ଆଗୁଆ ପ୍ରସ୍ତୁତି ରଖିବାକୁ ଜିଲାପାଳ ଭି. କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଛନ୍ତି।…

‘ଭିଡ଼ ଦେଖାଇବା ପାଇଁ AI-ନିର୍ମିତ ଫଟୋ’, ରାମଲୀଳା ମୈଦାନ କାର୍ଯ୍ୟକ୍ରମକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ରିଜିଜୁ

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀର ରାମଲୀଳା ମୈଦାନରେ ‘ଇଣ୍ଡିଆ’ (INDIA) ମେଣ୍ଟ ପକ୍ଷରୁ ଏକ ରାଲି ଆୟୋଜନ କରାଯାଇଥିଲା, ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଥିବା ଦାବି କରାଯାଇଛି।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ଗୌତମ ଗମ୍ଭୀରଙ୍କ ଦିନିକିଆ ଆୟ କେତେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨।୧୧: ଗୌତମ ଗମ୍ଭୀର ୨୦୨୪ରେ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ ହୋଇଛନ୍ତି। ବର୍ତ୍ତମାନ ସେ ଟିମ ଇଣ୍ଡିଆ ସହିତ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛନ୍ତି, ଯାହା…

କଳାହାଣ୍ଡି ଜିଲା ଗଠନ ସମାରୋହରେ ବିଡିଓଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୨ା୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହ ପରିସରରେ ୭୭ତମ କଳାହାଣ୍ଡି ଜିଲା ଗଠନ ଦିବସ ସମାରୋହ-୨୦୨୬ ଆନୁଷ୍ଠାନିକ ଭାବେ…

IND vs NZ: ଦିନିକିଆ ସିରିଜ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ପାଇଁ ବଡ଼ ସମସ୍ୟା; ଏହି ଦୁଇ ଖେଳାଳି…

ନୂଆଦିଲ୍ଲୀ,୨।୧୧: T20 ସିରିଜରେ ପରାଜୟ ବରଣ କରିବା ପରେ, ନ୍ୟୁଜିଲ୍ୟାଣ୍ଡ ବର୍ତ୍ତମାନ ଭାରତ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ODI ସିରିଜ ଜିତିବା ଉପରେ ଧ୍ୟାନ କେନ୍ଦ୍ରିତ…

ଅଷ୍ଟ୍ରେଲୀୟ ଦଳରୁ ବାଦ ପଡ଼ିଲେ ଏହି ୩ ଖେଳାଳି; ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ନୂଆଙ୍କୁ ସୁଯୋଗ

ନୂଆଦିଲ୍ଲୀ,୨।୧୧: କ୍ରିକେଟ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଆଗାମୀ ଦିନିକିଆ (ODI) ଏବଂ ଟି-୨୦ ସିରିଜ ପାଇଁ ନିଜ ଦଳ ଘୋଷଣା କରିଛି। ଦିନିକିଆ ଦଳରୁ…

ଲାଞ୍ଜିଗଡ଼ରେ ହାତୀ ଆତଙ୍କ: ଦଳିଚକଟି ନଷ୍ଟ କଲେ ଏକର ଏକର ଚାଷଜମି

ଲାଞ୍ଜିଗଡ଼,୨ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ଉପର କଲାସୁର ଗ୍ରାମରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ…

‘ପ୍ରଧାନମନ୍ତ୍ରୀ ମୋଦି ଅଭିମନ୍ୟୁ ନୁହଁନ୍ତି, ବରଂ ଅର୍ଜୁନ’ ବିରୋଧୀଙ୍କୁ ଟାର୍ଗେଟ କରି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଦେଲେ ଏମିତି ବୟାନ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୧: ଶ୍ରୀ କଲ୍କି ଧାମର ମୁଖ୍ୟ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ, ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ‘ଇଣ୍ଡିଆ’ (INDIA) ମେଣ୍ଟର ରାଲିକୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?