ଭଞ୍ଜପୁର ପୋଲିସକୁ ବଡ଼ ସଫଳତା: କାର୍ ସହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ
ବାରିପଦା, ୩/୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର ଭଞ୍ଜପୁର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଲକ୍ଷ୍ମୀପୋଷିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍କୁ ଅଟକାଇ…
ଶିକ୍ଷକ ଅଭାବରେ ଚାଲିଛି ବିଦ୍ୟାଳୟ: ୧୫୩ ଛାତ୍ରୀଛାତ୍ରଙ୍କୁ ମାତ୍ର ୪ ଶିକ୍ଷକ
କର୍ଲାମୁଣ୍ଡା,୩।୧୧(ପ୍ରଦୀପ କୁମାର ସାହୁ): ଶିକ୍ଷାର ବିକାଶ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଅନେକ ବିଦ୍ୟାଳୟରେ ଏବେ ବି ଶିକ୍ଷକ ଅଭାବ ଓ ଭିତ୍ତିଭୂମି ସମସ୍ୟା ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ହେଉଛି କଳାହାଣ୍ଡି…
ପ୍ରଶାସନର ବିଚିତ୍ର ନୀତି! ଅଟୋ ଚାଳକଙ୍କୁ ହେଲମେଟ ଫାଇନ୍
ଗଞ୍ଜାମ, ୩।୧୧ (ବିଦ୍ୟାଧର ସାହୁ) ପ୍ରଶାସନର ବିଚିତ୍ର ନୀତିକୁ ନେଇ ଏବେ ଚର୍ଚ୍ଚା। ବାଇକ ଚାଳକଙ୍କ ବଦଳରେ ଜଣେ ଅଟୋ ଚାଳକଙ୍କ ମୋବାଇଲକୁ ଆସିଛି ହେଲମେଟ ନ ପିନ୍ଧିବାର ଚାଲାଣ। ଏଥିପାଇଁ ତାଙ୍କୁ ୧ ହଜାର ଟଙ୍କା ଜରିମାନା ଦେବାକୁ ନୋଟିସ…
ନବୀନଙ୍କ ନିଖୋଜ ପୋଷ୍ଟରକୁ ନେଇ ଚର୍ଚ୍ଚା: ଥାନାରେ ଅଭିଯୋଗ କଲା ବିଜେଡି
ହିଞ୍ଜିଳିକାଟୁ,୩।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରେ ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଖୋଜ ସମ୍ପର୍କିତ ପୋଷ୍ଟର ଲାଗିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି ନା…
ହୀରାକୁଦ ଜଳଭଣ୍ଡାରର ୨ ସ୍ଲୁଇସ ଗେଟ୍ ବନ୍ଦ: ୩ ଗେଟରେ ବନ୍ୟାଜଳ ନିଷ୍କାସନ ଜାରି
ସମ୍ବଲପୁର,୩।୧୧(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ ଜଳଭଣ୍ଡାରର ପୂର୍ବରୁ ଖୋଲାଥିବା ୫ଟି ସ୍ଲୁଇସ ଗେଟ ମଧ୍ୟରୁ ମଙ୍ଗଳବାର ସକାଳେ ୨ଟି…
ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ଆଗୁଆ ସତର୍କତା: ଖୋଲିଲା ହରଭଙ୍ଗୀ ଜଳଭଣ୍ଡାରର ୪ ଗେଟ୍
ମୋହନା,୨।୧୧( ମନ୍ମଥ ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବ ନ କମୁଣୁ ଏବେ ସମ୍ଭାବ୍ୟ ବାତ୍ୟା ମୁରାସୁକୁ ନେଇ ବଢ଼ିଲାଣି ଚିନ୍ତା। ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ବ୍ଲକର ହରଭଙ୍ଗୀ ଜଳଭଣ୍ଡାରରୁ ଆଗୁଆ ୪ଟି…
ବିଭିନ୍ନ ଦାବି ନେଇ ଅତିରିକ୍ତ ଜିଲାପାଳଙ୍କୁ ଦାବି ପତ୍ର ଦେଲା ନିଖିଳ ଓଡ଼ିଶା ବ୍ଳକ ସମ୍ପ୍ରସାରଣ ଅଧିକାରୀ ସଂଘ
ଭବାନୀପାଟଣା,୨।୧୧(ଉତ୍ତମ କୁମାର ଦାଶ): ନିଖିଳ ଓଡ଼ିଶା ବ୍ଳକ ସମ୍ପ୍ରସାରଣ ଅଧିକାରୀ ମିଳିତ ସମନ୍ବୟ ପରିଷଦ (ଏଓବିଇଓ/ଜେସିସି) କଳାହାଣ୍ଡି ଜିଲା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ସଂଘର ସଭାପତି ଗଣପତି ତାଣ୍ଡିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭବାନୀପାଟଣାରେ ଅତିରିକ୍ତ ଜିଲାପାଳ…
ଶ୍ୱଶୁର ଘରକୁ ଯାଉଥିଲେ ଦୁର୍ଯ୍ୟ, ବାଟରେ ଛକିଥିଲା ଯମ: ଘଟିଲା…
ଲାଞ୍ଜିଗଡ଼,୨।୧୧ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କଦଳୀଘାଟି କୁଚେଇଯୋର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ ବଲକର ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ…
ବାତ୍ୟା ‘ମୁରାସୁ’ ପାଇଁ ଦାରିଙ୍ଗବାଡ଼ିରେ ଆଗୁଆ ପ୍ରସ୍ତୁତି: ୨୫ ପଞ୍ଚାୟତରୁ ୬୯୧ ଜଣଙ୍କୁ ଥଇଥାନ
ଦାରିଙ୍ଗବାଡ଼ି,୨।୧୧(ଅରୁଣ ସାହୁ): ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ବାତ୍ୟା ‘ମୁରାସୁ’କୁ ନେଇ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଦାରିଙ୍ଗବାଡ଼ି ବ୍ଲକର ୨୫ଟି ପଞ୍ଚାୟତର ଘଞ୍ଚ ଜଙ୍ଗଲ ଓ ପାହାଡ଼ ତଳେ…
ପୁଣି ବାତ୍ୟା ଓ ବନ୍ୟା ଆଶଙ୍କା, ପ୍ରଶାସନର ଜୋରଦାର ପ୍ରସ୍ତୁତି ୧୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର
ପୁରୁଷୋତ୍ତମପୁର, ୨/୧୧ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ତିକ୍ତ ଅନୁଭୂତି ଏବେ ବି ଲୋକଙ୍କ ମନରୁ ଲିଭିନାହିଁ କି ଅନେକ ଅଞ୍ଚଳରୁ ବନ୍ୟାଜଳ ସମ୍ପୂର୍ଣ୍ଣ ହଟିନାହିଁ। ଏଭଳି ସ୍ଥିତିରେ ପୁଣି ଏକ ସମ୍ଭାବ୍ୟ ବାତ୍ୟା…
ବଣୁଆ ହାତୀଙ୍କ ଉପଦ୍ରବ, ଭାଙ୍ଗିଲା ଘରଦ୍ୱାର:, ସମ୍ପର୍କୀୟଙ୍କ ଘରେ ନେଲେ ଆଶ୍ରୟ
ତୁମୁଡ଼ିବନ୍ଧ, (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ର ବେଲଘର ବନାଞ୍ଚଳରେ ଦୀର୍ଘଦିନ ହେଲା ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଛି। କେତେବେଳେ ହାତୀପଲ ଫସଲ ନଷ୍ଟ କରୁଥିବା ବେଳେ ଆଉ କେତେବେଳେ ଗାଁମୁହାଁ ହୋଇ ଘରଦ୍ୱାର ଭାଙ୍ଗି ଦେଉଛନ୍ତି।…
ଲୋକଙ୍କୁ ସହାନୁଭୂତି ଦେଖାଅ, ସହାୟତା ଯୋଗାଅ: ଅଧିକାରୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ
ଭଞ୍ଜନଗର, ୨।୧୧ (ବାବୁଲା ପ୍ରଧାନ): ଗୋଟିଏ ବାତ୍ୟାର ଦୁଃଖ ନ ଲିଭୁଣୁ ପୁଣି ଆଉ ଏକ ବାତ୍ୟାର ଆଶଙ୍କା ଦେଖାଦେଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିପନ୍ନ ଲୋକଙ୍କ ପ୍ରତି ସହାନୁଭୂତିଶୀଳ ହେବା ସହ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସୱାସ୍ଥ୍ୟମନ୍ତ୍ରୀ…

