ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ବୈଠକ, ବିପର୍ଯ୍ୟୟ ସମୟରେ…

ଛତ୍ରପୁର,୨ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଜିଲାର ସମସ୍ତ ଅଞ୍ଚଳରେ ଆଗୁଆ ପ୍ରସ୍ତୁତି ରଖିବାକୁ ଜିଲାପାଳ ଭି. କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଓସ୍ବାନ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସେ ବିଭିନ୍ନ ବିଭାଗର ପ୍ରସ୍ତୁତି ଓ ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଥିଲେ।

ଜିଲାପାଳ କହିଥିଲେ ଯେ, କେବଳ ଗୋଦାମରେ ଖାଦ୍ୟ ସାମଗ୍ରୀ ମହଜୁଦ୍‌ ରଖିଲେ ହେବ ନାହିଁ, ପ୍ରତ୍ୟେକ ଗାଁରେ ଆବଶ୍ୟକ ପରିମାଣର ଖାଦ୍ୟ ଓ ପାନୀୟ ଜଳ ଆଗୁଆ ମହଜୁଦ୍‌ ରଖିବାକୁ ହେବ। ଆସିକା, ଶେରଗଡ଼, ଧରାକୋଟ ଓ ଚିକିଟି ସମେତ ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି ସେ ଆବଶ୍ୟକ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ କହିଥିଲେ। କ୍ଷେତ୍ରସ୍ତରୀୟ ଅଧିକାରୀମାନେ ସଠିକ୍‌ ତଥ୍ୟ ଯାଞ୍ଚ କରି ପ୍ରଦାନ କରିବେ। ଭୁଲ୍‌ ତଥ୍ୟ ପ୍ରଦାନ କିମ୍ବା କାର୍ଯ୍ୟରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଥିଲେ।

ବିପଦସଙ୍କୁଳ ଓ କ୍ଷତିଗ୍ରସ୍ତ ରାସ୍ତାରେ ବ୍ୟାରିକେଡ୍‌ ଲଗାଇ ଯାତାୟାତ ନିୟନ୍ତ୍ରଣ, ସମସ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଏବଂ ଜଳ ବିଶୋଧନ ଓ କ୍ଲୋରିନେଶନ କାର୍ଯ୍ୟକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆର୍‌ଡି, ଆର୍‌ଆଣ୍ଡବି ଓ ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ମରାମତି ୪୮ ଘଣ୍ଟା ମଧ୍ୟରେ ଶେଷ କରିବାକୁ କୁହାଯାଇଛି। ଧରାକୋଟ ଓ ଆସିକାର କିଛି ଅଞ୍ଚଳକୁ ବାଦ୍‌ ଦେଲେ ଜିଲାର ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବା ପୁନଃସ୍ଥାପିତ ହୋଇଥିବା ଟାଟା ପାଓ୍ବାର ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିସହ ପ୍ରତ୍ୟେକ କଚ୍ଚା ଓ ଚାଳଛପର ଘରେ ରହୁଥିବା ପରିବାରକୁ ତୁରନ୍ତ ପାଲ ବଣ୍ଟନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବିପର୍ଯ୍ୟୟ ସମୟରେ ଲୋକଙ୍କ ସହ ଧୈର୍ଯ୍ୟ, ସହାନୁଭୂତି ଓ ମାନବିକତାର ସହ ବ୍ୟବହାର କରିବା ସହ ସମସ୍ତ କାର୍ଯ୍ୟ ଆନ୍ତରିକତାର ସହ ସମ୍ପାଦନ କରିବାକୁ ଜିଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ବୈଠକରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା, ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ ଶଶ୍ୟା ରେଡ୍ଡୀ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବିଭିନ୍ନ ଜିଲାରୁ ଆସିଥିବା ବରିଷ୍ଠ ଅଧିକାରୀ, ଉପଜିଲାପାଳ, ବିଡିଓ, ତହସିଲଦାର ଓ ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ବଢିଲା ଅମିତାଭ ବଚ୍ଚନଙ୍କ ସୁରକ୍ଷା,‘ବୁଲେଟପ୍ରୁଫ କାଚ କ୍ୟାବିନ’ ପଛରେ ରହି ପ୍ରଶଂସକମାନଙ୍କୁ ଭେଟିଲେ

ମୁମ୍ବାଇ,୨।୧୧: ବଲିଉଡ ବାଦଶାହା ଅମିତାଭ ବଚ୍ଚନଙ୍କ ସୁରକ୍ଷାକୁ ନେଇ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ‘ଜଲସା’କୁ ବୋମା ଓ ଗ୍ରେନେଡ ବ୍ୟବହାର…

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ଭାଜପାରେ ଯୋଗଦେଲେ ଆମ ଆଦମୀ ପାର୍ଟି (AAP) ର ୩ ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ,୨।୧୧: ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ, ଶାସକ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ, ଆଜି ସୋମବାର (ନଭେମ୍ବର…

‘ଭିଡ଼ ଦେଖାଇବା ପାଇଁ AI-ନିର୍ମିତ ଫଟୋ’, ରାମଲୀଳା ମୈଦାନ କାର୍ଯ୍ୟକ୍ରମକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ରିଜିଜୁ

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀର ରାମଲୀଳା ମୈଦାନରେ ‘ଇଣ୍ଡିଆ’ (INDIA) ମେଣ୍ଟ ପକ୍ଷରୁ ଏକ ରାଲି ଆୟୋଜନ କରାଯାଇଥିଲା, ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଥିବା ଦାବି କରାଯାଇଛି।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ଗୌତମ ଗମ୍ଭୀରଙ୍କ ଦିନିକିଆ ଆୟ କେତେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨।୧୧: ଗୌତମ ଗମ୍ଭୀର ୨୦୨୪ରେ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ ହୋଇଛନ୍ତି। ବର୍ତ୍ତମାନ ସେ ଟିମ ଇଣ୍ଡିଆ ସହିତ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛନ୍ତି, ଯାହା…

ACF ସୌମ୍ୟ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ ସ୍ତ୍ରୀ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି,୨ା୧୧(ଗିରିଧାରୀ ପରିଚ୍ଛା): ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶେଷରେ ଆତ୍ମସମର୍ପଣ କରିଛନ୍ତି ସ୍ତ୍ରୀ ତଥା ମାମଲାର ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ବିଦ୍ୟାଭାରତୀ…

କଳାହାଣ୍ଡି ଜିଲା ଗଠନ ସମାରୋହରେ ବିଡିଓଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୨ା୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହ ପରିସରରେ ୭୭ତମ କଳାହାଣ୍ଡି ଜିଲା ଗଠନ ଦିବସ ସମାରୋହ-୨୦୨୬ ଆନୁଷ୍ଠାନିକ ଭାବେ…

IND vs NZ: ଦିନିକିଆ ସିରିଜ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ପାଇଁ ବଡ଼ ସମସ୍ୟା; ଏହି ଦୁଇ ଖେଳାଳି…

ନୂଆଦିଲ୍ଲୀ,୨।୧୧: T20 ସିରିଜରେ ପରାଜୟ ବରଣ କରିବା ପରେ, ନ୍ୟୁଜିଲ୍ୟାଣ୍ଡ ବର୍ତ୍ତମାନ ଭାରତ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ODI ସିରିଜ ଜିତିବା ଉପରେ ଧ୍ୟାନ କେନ୍ଦ୍ରିତ…

ଅଷ୍ଟ୍ରେଲୀୟ ଦଳରୁ ବାଦ ପଡ଼ିଲେ ଏହି ୩ ଖେଳାଳି; ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ନୂଆଙ୍କୁ ସୁଯୋଗ

ନୂଆଦିଲ୍ଲୀ,୨।୧୧: କ୍ରିକେଟ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଆଗାମୀ ଦିନିକିଆ (ODI) ଏବଂ ଟି-୨୦ ସିରିଜ ପାଇଁ ନିଜ ଦଳ ଘୋଷଣା କରିଛି। ଦିନିକିଆ ଦଳରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?