ନିଜ ଉଦ୍ୟମରେ ରାସ୍ତା ତିଆରି କଲେ ଅନୁପଗଡବାସୀ
କୋମନା,୧୯।୯(ଡି.ଏନ.ଏ.) ଲୋକଙ୍କ ଗମନାଗମନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଅଧିକାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ସବୁବେଳେ ଫେଲ ମାରୁଛି। ଫଳରେ ଜଙ୍ଗଲ ରାସ୍ତାରେ ୟାତାୟାତ କରିବା ଲୋକଙ୍କ ପ୍ରତି ବିପଦପୂର୍ଣ୍ଣ ହେଉଛି। ନୂଆପଡା ଜିଲା କୋମନା…
ଚାଷୀଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର ଅଭିଯୋଗ: ଇନପୁଟ ସବ୍ସିଡି ପାଇଁ ଯାଇଥିବା ଚାଷୀ ହଟହଟା
ନୂଆପଡା ଅଫିସ,୧୯ା୯: ସରକାର ଚାଷୀ କିମ୍ବା କୌଣସି ହିତାଧିକାରୀ ଅଧିକାରୀଙ୍କ ନିକଟକୁ ଆସିଲେ ତାଙ୍କୁ ଉପଯୁକ୍ତ ଆତିଥ୍ୟ ଦେଇ ଗୁହାରି ଶୁଣିବାକୁ ନିର୍ଦ୍ଦେଶ ରହିଥିବାବେଳେ ନୂଆପଡ଼ା ଜିଲା କୋମନା ତହସିଲଦାର ଚାଷୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଗତବର୍ଷ ମରୁଡିର…
ପ୍ରଧାନମନ୍ତ୍ରୀ ଆବାସ ପାଇଁ ନିହ ପକାଇଲେ ବ୍ଲକ ଅଧ୍ୟକ୍ଷା
ନୂଆପଡା ଅଫିସ,୧୮ା୯ – ସରକାର ଗରିବ ଲୋକଙ୍କୁ ଅଗ୍ରାଧିକାର ଭିତିରେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ଦେବାରେ ଏକ ଅଭିଯାନ ଚଳାଇଥିବାବେଳେ ବର୍ତ୍ତମାନ ସମସ୍ତ ଗୃହ ନିର୍ମାଣ ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବର୍ତ୍ତମାନ ବ୍ଲକସ୍ତରରେ ଅଧ୍ୟକ୍ଷମାନେ ଲୋକଙ୍କ…
ବିପର୍ଯ୍ୟୟ ପ୍ରଶମନ ସକାଶେ ପ୍ରସ୍ତୁତି ବୈଠକ: ଗାଁକୁ ଯାଇ ଯୋଜନା କରିବ ସଙ୍ଗଠନ
ନୂଆପଡା ଅଫିସ,୧୮ା୯-ଜିଲାରେ ବିପର୍ଯ୍ୟୟ ପ୍ରଶମନ ସକାଶେ ଅଣୁ ଯୋଜନା କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ମଧ୍ୟସ୍ମିତା ସାହୁ ଅଧ୍ୟକ୍ଷତା କରିଥିବାବେଳେ ଅତିରିକ୍ତ ଜିଲାପାଳ ସୀତାରାମ ପଟେଲ, ଉପଜିଲାପାଳ ତରଣୀସେନ…
ଜିଲାସ୍ତରୀୟ ବ୍ୟାଡମିଣ୍ଟନ, ଭଲିବଲ ପ୍ରତିଯୋଗିତା: କ୍ରୀଡ଼ା ମାନସିକ, ଶାରୀରିକ ସୁସ୍ଥତା ଆଣିଦିଏ
ନୂଆପଡା ଅଫିସ,୧୮ା୯-ସ୍ଥାନୀୟ ମିନିଷ୍ଟାଡିୟମରେ ଜିଲା ଶିକ୍ଷା ବିଭାଗ ତରଫରୁ ମଙ୍ଗଳବାର ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଓ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିମାନେ ଯୋଗଦେଇ କ୍ରିଡା କିପରି ମାନସିକ ଏବଂ ଶାରୀରିକ ସୁସ୍ଥତା ଦିଗରେ କାମ କରିଥାଏ ସେ ଉପରେ…
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଭାଜପା ପକ୍ଷରୁ ଫଳ ବଣ୍ଟନ
କୋମନା,୧୮।୯(ଡି.ଏନ.ଏ.)-ନୂଆପଡ଼ା ଜିଲା କୋମନା ପାତାଳେଶ୍ୱର ମଣ୍ଡଳ ଭାଜପା ପକ୍ଷରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ତମ ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୋଗୀମାନଙ୍କୁ ଓ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କୁ ଭାଜପା କାର୍ଯ୍ୟକର୍ତ୍ତାମାନେ ଫଳ ବଣ୍ଟନ…
ଜୟ ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ
କୋମନା,୧୭।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ସିହିନାମୁଣ୍ଡା ଗାଁର ଖେଳ ପଡିଆରେ ଜୟ ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ ଉଦ୍ୟାନବନ୍ଧ ଓ ମାନିଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମାନିଗୁଡା ଦଳ ଉଦ୍ୟାନବନ୍ଧ…
ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ବ୍ଲକସ୍ତରୀୟ ପ୍ରତିଯୋଗିତା
ଖଡିଆଳ,୧୭।୯(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟରେ ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଖଡିଆଳ ବ୍ଲକସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ନକୁଲ ଶବରଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ…
ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟ୍ଘାଟ୍
ଖଡିଆଳ,୧୭।୯(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ଲାଞ୍ଜି ଗ୍ରାମପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟ୍ଘାଟ୍ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗ୍ରାମର ଝାଙ୍କର ତଥା ସରପଞ୍ଚ ହିରାଧର ମାଝି ଧୂପ, ଦୀପ, ନୂଆ ଚାଉଳ ଦେଇ ଧରିତ୍ରୀ ମାତାଙ୍କୁ ପୂଜାର୍ଚ୍ଚନା କରିଥିଲେ ।…
ଜମିପଟ୍ଟା ପାଇଁ ଜିଲାପାଳଙ୍କୁ ଗୁହାରି କଲେ: ଆମରଣ ଅନଶନ ସ୍ଥଗିତ କଲେ
ନୂଆପଡା ଅଫିସ,୧୭ା୯ ନୂଆପଡ଼ା ଜିଲା ଖଡିଆଳ ଏନଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ପୁରୁଷାନୁକ୍ରମେ ଶତାଧିକ ପରିବାର ଲୋକ ଘର କରି ରହୁଥିବାବେଳେ ସେମାନଙ୍କ ନିକଟରେ ସରକାରୀ ଜମିପଟା ନାହିଁ ା ସେଥିପାଇଁ ସୋମବାର ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗୁହାରୀ ଜଣାଇଛନ୍ତି…
ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗ: ଗୁହାରି ଶୁଣିବାକୁ ରାସ୍ତାକୁ ଓହ୍ଲାଇଲେ ଜିଲାପାଳ, ଏସ୍ପି
ନୂଆପଡା ଅଫିସ/କୋମନା,୧୭।୯(ଡି.ଏନ.ଏ.) ଜାତୀୟ ରାଜପଥର ଦୁରାବସ୍ଥାକୁ ନେଇ ଜିଲାବ୍ୟାପି ଅସନ୍ତୋଷ ଦୃଢୀଭୂତ ହେଉଥିବା ବେଳେ ଜିଲା ପ୍ରଶାସନ ଏହାର ଗୁରୁତ୍ୱକୁ ଉପଲବ୍ଧି କରିଛି । ନୂଆପଡ଼ା ଜିଲା କୋମନା ବ୍ଲକ ଉଦ୍ୟାନବନ୍ଧବାସୀ ଆନ୍ଦୋଳନ ମୁହାଁ ହେଉଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଖୋଦ…
ମାଓବାଦୀ ଗଡରେ ମହିଳା ଜିଲାପାଳ; ସୁନାବେଡାବାସୀଙ୍କ ସବୁ ସମସ୍ୟା ବୁଝିଲେ
ନୂଆପଡା ଅଫିସ,୧୬ା୯: ନୂଆପଡା ଜିଲାର ମାଓବାଦୀଙ୍କ ଗଡ କୁହାଯାଉଥିବା ସୁନାବେଡା ଅଭୟାରଣ୍ୟରେ ଖୁବ କମ୍ ଅଧିକାରୀ ପାଦ ମାଡିଛନ୍ତି । ସେମାନେ ବି କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଯାଇଥିବାବେଳେ ବର୍ତ୍ତମାନ ଜିଲାପାଳ ମଧୁସ୍ମିତା ସାହୁ ବିନା ପୋଲିସ କର୍ଡନରେ ଦିନସାରା ସୁନାବେଡା…
Archives


