ଉଚ ଚିକିଛା ସୁବିଧାରୁ ବଁଚିତ୍‌ ତପସ୍ବିନୀ -ଜନ୍‌ମୁ ଗ୍ରହଣଖଣ୍ଡିଆ, ଦୁଇ ହାତ୍‌ ନାଇଁ

ସିନାପାଲି,୨୪।୯(ଡି.ଏନ୍‌.ଏ.)-
କେନ୍ଦ୍ର ସରକାର ଅନେକ୍‌ ଯୋଜନାରେ ଆଧାର କାର୍ଡ ନିହାତି ଦରକାର ବଲି ନିୟମ କରିଛନ୍‌। ଯେନ୍‌ଥିରଲାଗି ସରକାରୀ ଯୋଜନା ହକ୍‌ଦାର ହିତାଧିକାରୀ ପାସ୍‌କେ ପୁହୁଁଚି ପାରବା। ହେଲେ ଅନେକ ଜାଗାରେ ଇତାର ଉଲଟିଆ ଫଲ ବି ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା ସିନାପାଲି ବ୍ଲକ ଗୋର୍ଲା ପଁଚେତ୍‌ ପତିଏଲପଡ଼ା ଗଁାରେ।
ସୂଚନା ଅନ୍‌ସାରେ ପତିଏଲପଡ଼ା ଗଁାର ଚନ୍ଦ୍ରଧ୍ୱଜ ମାଳି ଆର ପ୍ରଭାବତୀକଁର ଝି’ ହେଉଛନ୍‌ ତପସ୍ବିନୀ ମାଳି(୨)। ଜନମ୍‌ ବେଲୁ ତପସ୍ବିନୀକଁର ଦୁଇ ହାତ୍‌ ନାଇଁଥିଲାବେଲେ ତାକର ଗ୍ରହଣଖଣ୍ଡିଆ ଅଛେ। ଗରିବ୍‌ ମା’ବାପ୍‌ ଝି’କେ ଭଲ କରବାର ଲାଗି ଆସର ପାସର ଭିନେ ଭିନେ ଡାକ୍‌ତରଖାନାକେ ନେଇ ଦେଖେଇଛନ୍‌। ହେଲେ ଟଁକା ପଏସା ଅଭାବୁ ଝି’ର ଉଚ ଚିକିଛା କରେଇ ନାଇଁ ପାରବାର। ଚନ୍ଦ୍ରଧ୍ୱଜ ଝନେ ନିହାତି ଗରିବ୍‌ ହେଇଥିଲାବେଲେ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଏନ୍‌ତାଥି ସେ ଯାହା କମଉଛନ୍‌ ପରିବାରର ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ ଅବସ୍‌ତା ହେଉଛେ। ଇଆଡ଼େ ତପସ୍ବିନୀ ସବୁବେଲେ ତରଲ ଖାଏଦ୍‌ ଖାଉଛନ୍‌। ହେଲେ ତାହାକୁ ସବୁଦିନେ କ୍ଷୀର ଘିନି ଖୁଆବାର ବି ଚନ୍ଦ୍ରଧ୍ୱଜକଁର ପକ୍ଷେ ସମ୍‌ଭବ ନୁହେ। ଏନ୍‌ତାଥି ସେ ଝି’କେ କେନ୍‌ଥେଇ ପାଲିପୁଷି ବଡ଼ କରବେ ସେ ଚିନ୍‌ତାରେ ହରମେଶା ଘାରି ହେଉଛନ୍‌। ଇଆଡ଼େ ତପସ୍ବିନୀର ଜନ୍‌ମୁ ଗ୍ରହଣଖଣ୍ଡିଆ ଆର ଦୁଇହାତ୍‌ ନାଇଁଥିବାର ଲାଗି ଆଧାର କାର୍ଡ ବି ହେଇ ନାଇଁପାରବାର। ଯେନ୍‌ଥିରଲାଗି ସେ ଅନେକ୍‌ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ଅସାହା ଗରିବ୍‌ ମା’ବାପ୍‌ ଝି’ର ଚିକିଛା ସାହାଯ୍‌ ସଂଗେ ଉନିଆ ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାକେ ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ସିନାପାଲି ବିଡିଓ ସୁରେନ୍ଦ୍ର ମେହେରକୁଁ ପଚ୍‌ରାଲାରୁ ତପସ୍ବିନୀକୁଁ ଭତା ଆର ତାକର ବାପାର ନଁାରେ ଗୁଟେ ଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀ ଡା.ସନୋଜ ମେହେରକୁଁ ପଚରାଲାରୁ ସିଡିଏମ୍‌ଓକଁର ସଂଗେ କଥା ହେଇ ଉଚ ଚିକିଛାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର

ନୂଆପଡ଼ା,୨୨।୩: ନୂଆପଡ଼ା ଜିଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ଗାଁ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ...

ବସୁଧାରୁ ମିଳୁନି ପାଣି, ଖୋଲାକୂଅ ଭରସା

ନୂଆପଡ଼ା,୨୨।୩(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ପଞ୍ଚାୟତ ଗାତିବେଡା ଗାଁରେ ଜଳ ସଙ୍କଟ ଦେଖାଦେଇଥିବା ବେଳେ କୂଅ ପାଣି ଉପରେ ଲୋକେ...

ବସ୍‌ଷ୍ଟାଣ୍ଡ ଭିତରକୁ ଯାଉନି ଘରୋଇ ବସ୍‌, ଯାତ୍ରୀ ହନ୍ତସନ୍ତ

ନୂଆପଡ଼ା,୨୫।୨(ମକାରୁ ବେମାଲ)ନୂଆପଡା ସଦର ମହକୁମାଠାରେ ନୂତନ ଭାବେ ଅତ୍ୟାଧୁନିକ ମଡେଲ ବସଷ୍ଟାଣ୍ଡ ଗତ ୧୫ ତାରିଖରେ ଉଦଘାଟିତ ହୋଇଯାଇଛି। ସରକାର ୯ କୋଟି ୭୨ ଲକ୍ଷ...

କରଙ୍ଗାଭଟା ଗାଁରେ ଏବେଠୁ ପାନୀୟ ଜଳ ସଙ୍କଟ

ନୂଆପଡ଼ା,୯।୨(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଗ୍ରୀଷ୍ମ ଋତୁ ନ ଆସିବା ପୂର୍ବରୁ ପାଣିର ଘୋର ସଙ୍କଟ ଦେଖା...

ରୋଷେଇ କରୁଥିବା ବେଳେ ଚୁଲିରେ ପଡ଼ିଗଲେ ମହିଳା

ନୂଆପଡ଼ା,୨୯।୧(ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା ସିଲଭା ପଞ୍ଚାୟତ ପଟପରପାଲି ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚୁଲିରେ ପଡି ଯାଇ ଜଣେ ମହିଳା...

ମଧ୍ୟାହ୍ନଭୋଜନ ପରେ ହେଉଛି ବିଦ୍ୟାଳୟ ଛୁଟି

ସିନାପାଲି,୨୫।୧(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଞ୍ଚାୟତ ଚଉରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଛୁଟି କରାଯାଉଥିବା...

ରାମ ମନ୍ଦିର ପ୍ରତିଷ୍ଠା ଦିନ ମଦ, ମାଂସ ବିକ୍ରି ବନ୍ଦ ହେଉ

ନୂଆପଡ଼ା,୨୦।୧(ମକାରୁ ବେମାଲ): ୨୨ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ହେବ। ଏହି ଦିନ ନୂଆପଡ଼ା ଜିଲାରେ ମଦ, ମାଂସ ବିକ୍ରି ଉପରେ ରୋକ ଲଗାଇବାକୁ ନୂଆପଡା ସଦର...

କପା ଚାଷୀ ଶୋଷଣର ଶିକାର

ଖଡ଼ିଆଳ,୧୫।୧(ସୁଜିତ୍‌ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକରେ କପା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଚାଷୀ ଶୋଷଣର ଶିକାର ହେଉଥିବା ବେଳେ ଦଲାଲ ମାଲାମାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri