ଜିଲା କଂଗ୍ରେସର ଗାନ୍ଧି ଜୟନ୍ତୀ ପାଇଁ ପ୍ରସ୍ତୁତି: ୨ରୁ ଜିଲା ବ୍ୟାପୀ ଗଣପଦଯାତ୍ରା

ନୂଆପଡା ଅଫିସ,୨୭।୯-କେନ୍ଦ୍ରର ମୋଦି ସରକାରଙ୍କ ସମୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ କମ୍‌ ତାଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ମର୍ଯ୍ୟାଦା ଦେଉଛନ୍ତି। ଏହାକୁ ନୂଆପଡା ଜିଲା କଂଗ୍ରେସ ତୀବ୍ର ବିରୋଧ କରିବ। ବାପୁଜୀଙ୍କ ନୀତି ଏବଂ ଆଦର୍ଶର ପ୍ରଚାର ପ୍ରସାର ସକାଶେ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ଜିଲାବ୍ୟାପି ଗଣପଦଯାତ୍ରା କରାଯିବାକୁ ସ୍ଥିରି ହୋଇଥିବା ଜିଲା କଂଗ୍ରେସ ସଭାପତି ଘାସିରାମ ମାଝି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗୁରୁବାର ପୂର୍ବାହ୍ନ ୧୧ଟାରେ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଆହୂତ ସମ୍ମିଳନୀରେ ସଭାପତି ମାଝିଙ୍କ ସହ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ହାଲ୍ଲା ସିଂ, ଜଗଦିଶ ସାହୁ, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ରବୀନ୍ଦ୍ର ମଙ୍ଗରାଜ, ଖରିଆରରୋଡ ନଗର କଂଗ୍ରେସ ମହମ୍ମଦ ଜୁନେଦ, ଗଣପତ ରାଉତ, କୁଲଦୀପ ସୁରଜ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲା ସଭାପତି କହିଥିଲେ ଯେ ମୋଦି ସରକାର ବାପୁଜୀଙ୍କୁ ଅବହେଳା କରିବା ସହ ନାଥୁରାମ ଭଳି ଦୁଶ୍ଚରିତ୍ରକୁ ମର୍ଯ୍ୟାଦା ଦେଉଛନ୍ତି ା ଏହାକୁ କଂଗ୍ରେସ ତୀବ୍ର ବିରୋଧ କରୁଛି । ଅନ୍ୟପକ୍ଷେ ବାପୁଜୀଙ୍କୁ ଅହିଂସାକୁ ପୂଜା କରି ତାରି ପ୍ରଚାର ପ୍ରସାର କରିବାକୁ ଜିଲାବ୍ୟାପି କାଯର୍‌ୟକ୍ରମ କରିବାକୁ ସ୍ଥିର କରିଥିବା କହିଥିଲେ। ଏହି ଉପଲକ୍ଷେ ୨ ତାରିଖରେ କୋମନାଠାରୁ ଖଡିଆଳ ପର୍ଯ୍ୟନ୍ତ ଏକ ଗଣପଦଯାତ୍ରା କରାଯିବ। ଏହିଭଳି ୩ ତାରିଖରେ ବେଲଟୁକୁରୀ, ୪ ତାରିଖରେ କାଣ୍ଡେତରା, ୫ରେ ଅମାନାର, ୬ରେ ଅଗ୍ରେନ ଏବଂ ୭ରେ ଖରିଆରରୋଡରେ ଏକ ବିଶାଳ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri