୫ମ ଦିବସୀୟ ନିଃଶୁଳ୍କ ଯୋଗ ଶିବିର ଉଦ୍‌ଯାପିତ; ଯୋଗ ଅଭ୍ୟାସରେ ରୋଗରୁ ମୁକ୍ତି ମିଳେ

ନୂଆପଡା ଅଫିସ/କୋମନା,୨୬।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଭେଲା ଗ୍ରାମରେ ପତଞ୍ଜଳୀ ଯୋଗ ସମିତି ଏବଂ ଅଭ୍ୟୁଦୟ ୟୁଥ କ୍ଲବ ମିଳିତ ଆନୁକୂଲ୍ୟରେ ଚାଲିଥିବା ପଞ୍ଚମ ଦିବସୀୟ ଯୋଗାଭ୍ୟାସ ଶିବିର ଉଦ୍‌ଯାପିତ ହୋଇଯାଇଛି। ୫ ଦିନ ଧରି ଯୋଗାଭ୍ୟାସ କରାଯାଇଥିବାବେଳେ ବିଭିନ୍ନ ଔଷଧୀୟ ବୃକ୍ଷରାଜିର ଉପକାରିତା ଏବଂ ବ୍ୟବହାର ଉପରେ ମାର୍ଗଦର୍ଶନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ୟୁଥ କ୍ଲବ ଶକ୍ତି ମିଶ୍ର ସଭାପତିତ୍ୱ କରିଥିବା ବେଳେ ଆଭାସ ଯୋଷୀ, ଅମନ ଛତ୍ରିଆ, ଯୋଗେନ୍ଦ୍ର ଶବର, ମାନସ ହୋତା, ସୌମ୍ୟ ପ୍ରକାଶ ଯୋଷୀ, ବିମଳ ଯୋଷୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ଶିବିର ପ୍ରତିଦିନ ସକାଳ ୫ଟାରୁ ସନ୍ଧ୍ୟା ୭ଟା ଯାଏଁ ଚାଲୁଥିବାବେଳେ ଏଥିରେ ପତଞ୍ଜଳୀ ଯୋଗପୀଠରୁ ସ୍ବୀକୃତିପ୍ରାପ୍ତ ପ୍ରଶିକ୍ଷକ ନିହାର ରଞ୍ଜନ ଯୋଷୀ ଏବଂ ପ୍ରଚାରକ କ୍ଷୀରୋଦ ଖମାରୀ ଯୋଗ ଶିକ୍ଷା ଦେଉଥିଲେ । ଯୋଗାଭ୍ୟାସରୁ କିପରି ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ସେ ଉପରେ ମାର୍ଗଦର୍ଶନ ଦେଉଥିଲେ। ସନ୍ଧ୍ୟାରେ ବିଭିନ୍ନ ଔଷଧୀୟ ବୃକ୍ଷର ଉପକାରିତା ଉପରେ ଆଲୋକପାତ କରୁଥିଲେ। ଏଥିରେ ସ୍ଥାନୀୟ ଭେଲା ସମେତ ଆଖପାଖ ବହୁ ବୁଦ୍ଧିଜୀବୀ, ମହିଳା ପୁରୁଷ, ଡ. କାଟଜୁ ହାଇସ୍କୁଲ, ଅରବିନ୍ଦ ପୂର୍ଣ୍ଣାଙ୍ଗ ସ୍କୁଲ ଛାତ୍ରୀଛାତ୍ରମାନେ ଯୋଗଦେଇ ପ୍ରତ୍ୟହ ଯୋଗଶିକ୍ଷା ଗ୍ରହଣ କରୁଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଯତିନ ମଲ୍ଲିକ, ହେତୁରାମ ଶବର, ଉଦିତ ମିଶ୍ର, ଅମୂଲ୍ୟ ଯୋଷୀ, କିଙ୍କର ଶବର, ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରୁଥିଲେ। କାର୍ଯ୍ୟକ୍ରମ ଶେଷରେ ହୋମ ଯଜ୍ଞ ହୋଇଥିଲା । ଏଥିରେ ସମସ୍ତେ ଆଳତି ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri