ରକ୍ତଦାନ ପାଇଁ ସଚେତନତା ଆଣିଲେ ଯୁବତୀ ସଂଘ; ସଚେତନତା ରାଲି ସହ ନାଟକ ମଞ୍ଚସ୍ଥ

ନୂଆପଡା ଅଫିସ,୨୬ା୯:  ରକ୍ତଦାନ ମହତ ଦାନ। ଏକ ବୁନ୍ଦା ରକ୍ତ ଗୋଟିଏ ଜୀବନ ବଞ୍ଚାଇପାରିବ । ଏହା ଦ୍ୱାରା ରକ୍ତଦାତା ଏବଂ ରୋଗୀଙ୍କ ହିତ ସାଧନ ହୋଇଥାଏ । ଏଥିପାଇଁ ସମସ୍ତଙ୍କୁ ଆଗେଇ ଆସି ସଚେତନତା ଆଣିବା ଆବଶ୍ୟକତା ରହିଛି ବୋଲି ବିଭିନ୍ନ ସ୍ଲୋଗାନମାନ ଦେଇ ଯୁବତୀ ସଂଘ କର୍ମକର୍ତ୍ତାମାନେ ସଚେତନତା ସୃଷ୍ଟି କରିଛନ୍ତି । ଯୁବତୀ ସଂଘ ଆହ୍ବାନରେ ଏହି ଅଭିଯାନରେ ମହିଳା ମଣ୍ଡଳ କର୍ମକର୍ତ୍ତାମାନେ ସାମିଲ ହୋଇଛନ୍ତି ।
ସ୍ଥାନୀୟ ଖରିଆରରୋଡ ସହରରେ ଅନନ୍ୟା ଯୁବତୀ ସଂଘର ଆହ୍ବାନକ୍ରମେ ରକ୍ତଦାନ ଉପରେ ଏକ ସଚେତନତା ସଭା ହୋଇଥିଲା । ଏଥିରେ ଯୁବତୀ ସଂଘ ସଭାପତି ଯଶୋଦା ପାଣ୍ଡେ ଅଧ୍ୟକ୍ଷତା କରିଥିବାବେଳେ ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ମୁଖ୍ୟଅତିଥି, ଆଶା ଓଡିଶାର ପ୍ରକଳ୍ପ ସଂଯୋଜକ ସଞ୍ଜୀବ ନାୟକ, ସେଭ ଦି ଚିଲଡ୍ରେନର ଜିଲା ଅଧ୍ୟକ୍ଷ ବିଦ୍ୟାଧର ମେହେର, ନେହେରୁ ଯୁବ କେନ୍ଦ୍ରର ଯୁବ ସମ୍ବଳ ସଂଯୋଜକ ବିଶ୍ୱଜିତ ପାଣିଗ୍ରାହୀ, ଆଶା ଓଡିଶାର ମନିଟରିଂ ଅଧିକାରୀ ସୁଚିସ୍ମିତା ନାୟକ, ମହିଳା ମଣ୍ଡଳ ସଭାପତି ନେହା ଡାଗା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହିକ୍ରମରେ ରକ୍ତଦାନର ଉପକାରୀତା ଉପରେ ବକ୍ତାମାନେ ମତ ରଖିଥିବା ବେଳେ ଏହାକୁ ବ୍ୟାପକ କରାଯାଇ ପାରିଲେ ଏକ ଜୀବନ, ପରିବାର ବଞ୍ଚତ୍ପାରିବ ବୋଲି କହିଥିଲେ। ଜିଲାର ବିଭିନ୍ନ ହସ୍ପିଟାଲରେ ରକ୍ତର ଘୋର ଅଭାବ ଦେଖାଦେଇଥାଏ। ସବୁ ପରିବାର ଲୋକ ଯଦି ସଚେତନ ହୁଅନ୍ତି ତେବେ ରକ୍ତର ଅଭାବ ରହିବ ନାହିଁ ବୋଲି କୁହାଯାଇଥିଲା। ଆଗକୁ ଏହାକୁ ଗାଁରୁ ସହର ପର୍ଯ୍ୟନ୍ତ ବ୍ୟାପକ କରିବାକୁ ମହିଳାମାନେ ସଂକଳ୍ପ ନେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକଠାରୁ ଏକ ବିଶାଳ ରାଲି ବାହାରିଥିଲା। ସହରର ସବୁ ଗଳି କନ୍ଦି ବୁଲି ବିଭିନ୍ନ ସଚେତନତା ଧର୍ମୀ ସ୍ଲୋଗାନମାନ ଦେଇଥିଲେ। ଏପରିକି ଘରକୁ ଘର ବୁଲି ପରିବାରର ସଦସ୍ୟମାନଙ୍କୁ ବୁଝାଇଥିଲେ। ଏହି ରାଲି ଦାଦିଜୀ ମନ୍ଦିର ନିକଟରେ ଶେଷ ହୋଇଥିଲା । ଏଥିରେ ଯୁବତୀ ସଂଘ, ମହିଳା ମଣ୍ଡଳ, ସହରର ବିଭିନ୍ନ ୱାର୍ଡରୁ ଠୁଳ ହୋଇଥିବା ମହିଳାମାନେ ସାମିଲ ହୋଇଥିଲେ । ସହର ମଧ୍ୟରେ ଯୁବତୀମାନେ ଏକ ସଚେତନତା ଧର୍ମୀ ପଥପ୍ରାନ୍ତ ନାଟକ ମଞ୍ଚସ୍ଥ କରିଥିଲେ । ରାଲିକୁ ଯୁବତୀ ସଂଘ ସଭାପତି ଯଶୋଦା ପାଣ୍ଡେ, ସମ୍ପାଦିକା ସଙ୍ଗୀତା ଶବର, ସହସମ୍ପାଦିକା ଶାଳିନୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଆଗକୁ ଏହାକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri