ବର୍ବରକାଣ୍ଡ : ଶ୍ରମିକଙ୍କୁ ତେଲ ଢାଳି ମାରିଦେଇଥିଲେ ଦିଆସିଲି, ତଦନ୍ତ ଆରମ୍ଭ କଲେ ପୋଲିସ, ଜିଲା ଶ୍ରମ ଅଧିକାରୀ
ଖଡ଼ିଆଳ,୧୭।୧(ସୁଜିତ କୁମାର ପ୍ରଧାନ) : ନୂଆପଡ଼ା ଜିଲା ଖଡ଼ିଆଳ ଥାନା ଜୁନାପାଣି ଖଲିଆଭଟା ଗ୍ରାମର ବିଦ୍ୟାଧର ମାଝୀଙ୍କୁ ଟ୍ରେନରୁ ଉଠାଇ ନେଇ କରେଣ୍ଟ ଦେଇ ତେଲଢାଳି ଦିଆସିଲି ମାରି ଦେଇଥିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବର ପ୍ରକାଶ ହେବା…
ନୂଆପଡ଼ାରେ ଥମୁନି ଦାଦନ ଦୁଃଖ: ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ
ନୂଆପଡ଼ା,୧୬ା୧ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନି। ସପ୍ତାହକ ଭିତରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିର୍ଯାତନାର ଶିକାର ହୋଇ ମରଣ ସହ ସଂଗ୍ରାମ କରୁଛନ୍ତି। ଶୁକ୍ରବାର ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ…
ଲୋମ ଟାଙ୍କୁରି ଉଠିବ…ଟ୍ରେନ୍ରୁ ଉଠାଇ ନେଇ କରେଣ୍ଟ ଦେଲେ, ତେଲ ଢାଳି ଦିଆସିଲି ମାରିଦେଲେ ଦାଦନ…
ଖଡ଼ିଆଳ,୧୬ା୧: ( ସୁଜିତ କୁମାର ପ୍ରଧାନ) : ନୂଆପଡ଼ା ଜିଲା ଖଡ଼ଆଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ରମିକଙ୍କ ପ୍ରତି ଦାଦନ ସର୍ଦ୍ଦାରର ବର୍ବରକାଣ୍ଡ ଦେଖିବାକୁ ମିଳିଛି । ଟ୍ରେନ୍ରୁ ଶ୍ରମିକକୁ ଉଠାଇ ନେଇ କରେଣ୍ଟ ଦେବା ପରେ…
ଟ୍ରେନ୍ରୁ ଖସିପଡ଼ିଲେ ଦାଦନ ଶ୍ରମିକ: ଆଉ ତା’ପରେ ଘଟିଲା…
ନୂଆପଡ଼ା,୧୫ା୧ (ମକାରୁ ବେମାଲ):ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ଦାଦନ ଶ୍ରମିକଙ୍କ ଦୁଃଖ ସରିବାର ନାଁ ନେଉନାହିଁ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ କେତେବେଳେ ଶବ ହୋଇ ତ ଆଉ କେତେବେଳେ ଅକର୍ମଣ୍ୟ ହୋଇ ଘରକୁ ଫେରୁଛନ୍ତି। ଏଭଳି…
ପେଟ ପୋଷିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ : ଫେରିଲା…
ଖଡ଼ିଆଳ,୧୪।୧(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ଥାନା ଅନ୍ତର୍ଗତ କିରିକିଟା ଗ୍ରାମର ଦାଦନ ଶ୍ରମିକ ହଳେନ୍ଦ୍ର ହଂସ (୩୦)ଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ସ୍ତ୍ରୀ ପଞ୍ଚମୀ ହଂସ ଓ ଦୁଇ ବର୍ଷର ନାବାଳକ ପୁଅ ଏକ ମାସ ପୂର୍ବେ…
ପ୍ରସ୍ତାବିତ ଗ୍ୟାସ୍ ପାଇପ୍ ଲାଇନକୁ ବିରୋଧ
ନୂଆପଡ଼ା, ୧୪।୧ (ମକାରୁ ବେମାଲ): ଛତିଶଗଡ଼ର ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଏଚ୍ପିସିଏଲ୍ ଗ୍ୟାସ୍ ପାଇପ୍ ଲାଇନ ପ୍ରକଳ୍ପକୁ ନୂଆପଡ଼ା ବ୍ଲକରେ ବିରୋଧ କରାଯାଇଛି। ମଙ୍ଗଳବାର ନୂଆପଡା ମହକୁମା ସାହୁ ସମାଜ ଭବନଠାରେ ସଦର ବ୍ଲକର କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷମାନେ ଏକଜୁଟ…
ରାଜା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ
ଖଡ଼ିଆଳ,୧୧ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଗସ୍ତରେ ଆସିଥିବା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଖଡିଆଳର ସ୍ବର୍ଗତ ରାଜା ଡ. ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହାସହ ପରିବାରର ରାଜ ମାତା ରାଜଶ୍ରୀ ଦେବୀ,…
ସୁନାଦେଈ କପ୍ କ୍ରିକେଟ: ଉଦ୍ୟାନବନ୍ଧ ଚାମ୍ପିୟନ
ନୂଆପଡ଼ା,୭ା୧(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା କଣାଭଏଁରା ଖେଳ ପଡ଼ିଆରେ ୮ତମ ଜୟ ମା’ ସୁନାଦେଈ କପ୍ କ୍ରିକେଟ ଶନିବାର ଉଦ୍ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟରେ ୧୬ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ଖେଳ ଉଦ୍ୟାନବନ୍ଧ ଏବଂ ଝଗ୍ରାହୀ…
ଚାଉଳ ଚୋରି କରି ବନ୍ଧା ହେଲେ ୩ ଅଭିଯୁକ୍ତ
ଖଡ଼ିଆଳ,୧୦ା୧ (ସୁଜିତ କୁମାର ପ୍ରଧାନ)- ଏକ ଚୋରି ଘଟଣାରେ ଖଡିଆଳ ପୋଲିସ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କଠାରୁ ଚୋରି ଚାଉଳ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖଡ଼ିଆଳ ଥାନା ଗୋଇମୁଣ୍ଡି ଗ୍ରାମର ଝଲେନ୍ଦ୍ର ଚଲାନ, ଲାଇବାନିଧି ଚଲାନ…
ଇପିଏଫ୍ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଦାବିପତ୍ର
ନୂଆପଡ଼ା, ୯।୧ (ମକାରୁ ବେମାଲ): ନୂଆପଡ଼ା ଜିଲା ଇପିଏଫ୍ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ଅତିରିକ୍ତ ଜିଲାପାଳ ସୁବାଷ…
ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ପ୍ରତିଶ୍ରୁତି ପରେ ଖୋଲିଲା ତାଲା
ନୂଆପଡ଼ା,୯ା୧ ( ମକାରୁ ବେମାଲ):ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ. ୨ ଗଡତୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଖବର ପାଇ ନୂଆପଡା ବ୍ଲକ…
ରାଜା ଜିତାମିତ୍ର ସିଂଦେଓଙ୍କୁ ଶ୍ରଦ୍ଧାଞ୍ଜଳି
ଖଡ଼ିଆଳ, ୭ା୧ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳର ରାଜା ଡ. ଜିତାମିତ୍ର ପ୍ରସାଦ ସିଂଦେଓଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ଓ ଖଡ଼ିଆଳ ମହୋତ୍ସବ କମିଟି…

