ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଶିଶୁ ବାଟିକାକୁ ମିଶାଇ ୯ଟି ଶ୍ରେଣୀ ରହିଛି। ୬ଟି କୋଠରି ରହିଥିବାରୁ ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲା ବାରଣ୍ଡାରେ ବସି ପାଠ ପଢୁଛନ୍ତି। ବିଦ୍ୟାଳୟରେ ୩୮୦ ଛାତ୍ରୀଛାତ୍ର ଥିବାବେଳେ ୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ମେଟ୍ରନ ନ ଥିବାରୁ ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ରାତି ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହଠାତ୍‌ କୌଣସି ଅସୁବିଧା ହେଲେ ଜଣାଇବା ପାଇଁ କେହି ନାହାନ୍ତି। ପରିଚାଳନା କମିଟି ଗଠନ ହୋଇ ନ ଥିବାରୁ ମନମୁଖୀ ଚଳାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଛାତ୍ରୀଛାତ୍ରଙ୍କୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ପେଟପୁରା ମିଳୁନାହିଁ। ଅବିଭାବକ ଓ ଛାତ୍ରୀଛାତ୍ର ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପାଣି ସମସ୍ୟା ରହିଥିଲେ ମଧ୍ୟ ତାହାର ସମାଧାନ କରାଯାଉ ନାହିଁ। ପାଇଖାନାରେ ପାଣିର ସୁବିଧା ନ ଥିବାରୁ ଛାତ୍ରୀଛାତ୍ର ବାହାରୁ ପାଣି ନେଇ ବ୍ୟବହାର କରୁଛନ୍ତି। ବିଦ୍ୟାଳୟ ଚର୍ତୁପାଶ୍ୱରେ ପାଚେରି ନ ଥିବାରୁ କୌଣସି ହିଂସ୍ରଜନ୍ତୁ ପଶିଯିବା ସମ୍ଭାବନା ରହିଛି। ବିଦ୍ୟାଳୟରେ ୨୦୨୪ ଓ ୨୦୨୫ରେ ଦୁଇଟି ଅଘଟଣ ଘଟିଥିବାରୁ ଛାତ୍ରୀଛାତ୍ର ଭୟଭୀତ ଅବସ୍ଥାରେ ରହିଛନ୍ତି। ଏ ସଂକ୍ରାନ୍ତରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସକୁନ୍ତଳା ତ୍ରିପାଠୀଙ୍କୁ ପଚାରିବାରୁ ବିଦ୍ୟାଳୟର ସମାସ୍ୟ ଉପରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଗ୍ରାମବାସୀଙ୍କ ବିରୋଧ ଯୋଗୁ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇପାରୁ ନାହିଁ। ଆସନ୍ତା ମାର୍ଚ୍ଚ ମାସରେ ପରିଚାଳନା କମିଟି ଗଠନ ହେବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?