ଚିଲିକାରେ ବାର୍ଡ ଫ୍ଲୁ ଆଶଙ୍କା: ବିଦେଶୀ ପକ୍ଷୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ

ବାଲୁଗାଁ,୨୯ା୧ (ଡି.ଏନ.ଏ.): ଚିଲିକାରେ ବିଦେଶୀ ପକ୍ଷୀଙ୍କୁ ବାର୍ଡ ଫ୍ଲୁ ବ୍ୟାପିବା ଆଶଙ୍କା କରି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇବା ସହ ତଟାଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ମଙ୍ଗଳବାର ସକାଳୁ ବାଲୁଗାଁ ପ୍ରାଣୀ ଚିକିତ୍ସା ଓ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ମିଳିତ ଭାବେ ଚିଲିକା ମଧ୍ୟସ୍ଥ ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରୁ ଅସୁସ୍ଥ ଦୃଷ୍ଟିଗୋଚର ହେଉଥିବା ତିନିଗୋଟି ବିଦେଶାଗତ ପକ୍ଷୀଙ୍କ ସ୍ବାବ୍‌ ତଥା ରକ୍ତ, ଲାଳ ଓ ମଳ ଆଦି ୬ଟି ନମୁନା ସଂଗ୍ରହ କରିଛନ୍ତି ା ଏଥିସହ ପକ୍ଷୀଙ୍କ ବାସସ୍ଥାନ ଅଞ୍ଚଳରୁ ମଧ୍ୟ ପରିବେଶ ଭିତ୍ତିକ ଜଳ, ଦଳ ଓ ପଙ୍କ ଆଦି ୯ଟି ନମୁନା ସଂଗ୍ରହ କରାଯାଇଛି। ଏହାକୁ କଟକ ଫୁଲ୍‌ନଖରାସ୍ଥିତ ପ୍ରାଣୀରୋଗ ଗବେଷଣା କେନ୍ଦ୍ରକୁ ପଠାଯାଇଛି ା ସେଠାରୁ ଆବଶ୍ୟକ ପଡିଲେ ଭୋପାଳସ୍ଥିତ ଆନିମଲ୍‌ ଡିଜିଜ୍‌ ରିସର୍ଚ୍ଚ ସେଣ୍ଟରକୁ ପୁନଃ ପରୀକ୍ଷା ପାଇଁ ପଠାଯିବ ବୋଲି ପ୍ରାଣୀ ଚିକିତ୍ସା ଅଧିକାରୀ ଦେବେନ୍ଦ୍ର କୁମାର ସୋଲାଙ୍କି ପ୍ରକାଶ କରିଛନ୍ତି ା ତେବେ ବାର୍ଡ ଫ୍ଲୁ ଆଶଙ୍କା ନେଇ ଚିଲିକା ତଟବର୍ତ୍ତୀ ଗ୍ରାମାଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏଥିପାଇଁ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ତଟାଞ୍ଚଳ କୁକୁଡା ଫାର୍ମଗୁଡିକ ଉପରେ ନଜର ରଖାଯିବା ସହ ଚିଲିକାରେ ମୃତ କିମ୍ବା ଅସୁସ୍ଥ ପକ୍ଷୀ ଦେଖାଦେଲେ ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ନିମନ୍ତେ ଅନୁରୋଧ କରାଯାଇଛି ା
‘ଏଚ୍‌-୫ ଏନ୍‌-୧’ ଭୂତାଣୁ ହେଉଛି ବାର୍ଡ ଫ୍ଲୁ ା ବିଶେଷ କରି ଶୀତଦିନେ ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀ ଏହି ଭୂତାଣୁର ବାହକ। ପରବର୍ତ୍ତୀ ସମୟରେ ସଂକ୍ରମିତ ପକ୍ଷୀଙ୍କ ଶରୀରରୁ ଏହି ଭୂତାଣୁ କୁକୁଡା, କାଉ ଆଦି ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ବ୍ୟାପିଥାଏ। ବର୍ତ୍ତମାନ ସମଗ୍ର ଚିଲିକାରେ ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ବାର୍ଡ ଫ୍ଲୁ ଆଶଙ୍କା ଦୃଢୀଭୂତ ହୋଇଛି ା ମୁଖ୍ୟତଃ ବାର୍ଡ ଫ୍ଲୁରେ ଆକ୍ରାନ୍ତ ପକ୍ଷୀଙ୍କ ନାକ ଓ ଥଣ୍ଟରୁ ଲାଳ ସଦୃଶ୍ୟ ତରଳ ପଦାର୍ଥ ନିର୍ଗତ ହୋଇଥାଏ ା ଏଥିସହ ପତଳା ମଳତ୍ୟାଗ କରି ପକ୍ଷୀ କ୍ରମଶଃ ଦୁର୍ବଳ ହୋଇପଡନ୍ତି ଏବଂ ଖଣ୍ଡିଉଡା ଦେଇ କିଛିଦିନ ମଧ୍ୟରେ ମୃତ୍ୟୁବରଣ କରିଥାନ୍ତି ା
ଗତ ୩ମାସ ମଧ୍ୟରେ ଅର୍ଥାତ୍‌ ନଭେମ୍ବର, ଡିସେମ୍ବର ଓ ଜାନୁୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ବାର୍ଡ ଫ୍ଲୁ ସନ୍ଦେହରେ ୩ଟି ପର୍ଯ୍ୟାୟରେ ମୋଟ ୩୫ଟି ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି। ଏଥିସହ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଏହି ୩ମାସ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଫାର୍ମରୁ କୁକୁଡା, ବତକ ଓ ଦେଶୀୟ ପକ୍ଷୀଙ୍କଠାରୁ ୧୨୨୫ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। କିନ୍ତୁ ଏ ସଂକ୍ରାନ୍ତୀୟ ପଜିଟିଭ୍‌ ରିପୋର୍ଟ ଆସି ନ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଡିଏଫ୍‌ଓ ଆଲୋକ ରଞ୍ଜନ ହୋତାଙ୍କୁ ପଚାରିବାରୁ ଅଦ୍ୟାବଧି ଚିଲିକାରେ ପକ୍ଷୀଙ୍କ ଶରୀରରେ ବାର୍ଡ ଫ୍ଲୁର କୌଣସି ସଙ୍କେତ ମିଳିନାହିଁ ା ତଥାପି ଏଥିପାଇଁ ସତର୍କ ଦୃଷ୍ଟି ରଖାଯାଇଛି ା ପର୍ଯ୍ୟାୟକ୍ରମେ ପକ୍ଷୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri