ନବରଙ୍ଗପୁର

ତେଲଙ୍ଗାନାରୁ ଫେରିଲେ ୩୬ ଶ୍ରମିକ

ଡାବୁଗାଁ,୪ା୫(ଡି.ଏନ୍‌.ଏ.): ତେଲଙ୍ଗାନାରୁ ୩୬ ଶ୍ରମିକ ଆସି ରବିବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁରେ ପହଞ୍ଚିଛନ୍ତି। ଡାବୁଗାଁ ବ୍ଲକ୍‌ ଅଧୀନ ଜବାଗୁଡ଼ା, ବୋରିଗାଁ ଓ ବଡ଼ଓଲମା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୩୬ ଶ୍ରମିକ ତେଲଙ୍ଗାନା ରାଜ୍ୟର ଗୋଦାବରୀ ଜିଲାରେ କାମ କରୁଥିଲେ। ଲକ୍‌ଡାଉନ୍‌…

ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା

ରାଇଘର,୧ା୫(ଡି.ଏନ୍‌.ଏ.): କରୋନା ବିପତ୍ତି ସମୟରେ ସହାୟତାର ହାତ ବଢ଼ାଇଛି ନବରଙ୍ଗପୁର ଜିଲା ରାଇଘର ବ୍ଲକ୍‌ ଶିକ୍ଷା ବିଭାଗ। ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୮ ଲକ୍ଷ ୯୧ ହଜାର ୨୦୦ ଟଙ୍କା ପ୍ରଦାନ କରାଯାଇଛି। ଶିକ୍ଷୟିତ୍ରୀ,…

କରୋନା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ

କୋଡ଼ିଙ୍ଗା/ନବରଙ୍ଗପୁର,୩୦ା୪(ଡି.ଏନ୍‌.ଏ./ବି.ପ୍ର.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ ଏକୋରୀ ପଞ୍ଚାୟତ ଅଧୀନ ନୂନପାଣି ଗ୍ରାମରେ କରୋନା ସନ୍ଦିଗ୍ଧମାନଙ୍କ ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ବଖରାରେ ଥିବା ସମସ୍ତ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଛି।…

ପାପଡ଼ାହାଣ୍ଡିରେ କାଳବୈଶାଖୀ ତାଣ୍ଡବ: ଉଡ଼ାଇନେଲା ଘର ଛପର, ଭାଙ୍ଗିଲା ଗଛ

ପାପଡ଼ାହାଣ୍ଡି, ୨୭।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ରବିବାର କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ ବିଶେଷଭାବେ ପ୍ରଭାବିତ ହୋଇଛି ଜଟାବାଲ ପଞ୍ଚାୟତ। ପଞ୍ଚାୟତର ବାରିଗୁଡ଼ା, କୃଷ୍ଣଗୁଡ଼ା, ଝାରମୁଣ୍ଡା ଓ ଆଦିବାସୀଗୁଡା ଅଞ୍ଚଳର ବହୁ ଘରର ଚାଳ ଛପର ଉଡ଼ିଯାଇଥିବା ବେଳେ…

ବିଲରୁ ନବଜାତକର ମୃତଦେହ ଉଦ୍ଧାର

ପାପଡ଼ାହାଣ୍ଡି,୨୨ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଗାଦବାକତରା ପଞ୍ଚାୟତ ଖୁଡ଼ିଗୁଡ଼ା ନିକଟ ବିଲରୁ ବୁଧବାର ଏକ ନବଜାତକର ମୃତଦେହ ଉଦ୍ଧାର କରାଯାଇଛି। ଗତ ଦୁଇଦିନ ହେଲା ଶିଶୁଟିର ମୃତଦେହଟି ପଡ଼ିରହିଥିଲା। ଗ୍ରାମବାସୀ ଏହା ଦେଖିବା ପରେ ମଇଦଲପୁର ପୋଲିସକୁ ଖବର ଦେଇଥିଲେ।…

୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟିତ

ନବରଙ୍ଗପୁର,୨୦ା୪(ବି.ପ୍ର.): ନବରଙ୍ଗପୁର ବିଏଡ୍‌ କଲେଜଠାରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ସ୍ବାସ୍ଥ୍ୟକେନ୍ଦ୍ରକୁ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସଦୀୟ ବ୍ୟାପାର ମନ୍ତ୍ରୀ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪ ଲକ୍ଷ ୩ ହଜାର ଟଙ୍କା ସହାୟତା ପ୍ରଦାନ କଲା ଚନ୍ଦାହାଣ୍ଡି ଶିକ୍ଷା ବିଭାଗ

ଚନ୍ଦାହାଣ୍ଡି,୧୮ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ବିଇଓ ଭଜନଲାଲ ମାଝିଙ୍କ ନେତୃତ୍ୱରେ ବ୍ଲକର ଏଲିମେଣ୍ଟାରୀ ଶିକ୍ଷକ ସଂଘର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀ, ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪ ଲକ୍ଷ ୩…

କରୋନା ସହାୟତା: ଡାବୁଗାଁ ଆଞ୍ଚଳିକ ବ୍ୟବସାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩୧ ହଜାର ପ୍ରଦାନ

ଡାବୁଗାଁ, ୧୫।୪ (ଡି.ଏନ୍‌.ଏ.): କରୋନା ଭୂତାଣୁ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଭିନ୍ନ ମହଲରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ଆଞ୍ଚଳିକ ବ୍ୟବସାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା…

କରୋନାକୁ ନେଇ ମିଥ୍ୟା ଖବର ପ୍ରଚାର: ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପାପଡ଼ାହାଣ୍ଡି ଥାନା ପୋଲିସ

ପାପଡାହାଣ୍ଡି, ୧୦।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମାଳତୀଗୁଡା ଗ୍ରାମରେ କରୋନାକୁ ନେଇ ଗୁଜବ ପ୍ରଚାର କରିବା ସହ ସାମାଜିକ ଦୂରତ୍ୱ ନ ମାନିବାକୁ ନେଇ ୮ ଜଣ ଗିରଫ ହୋଇଛନ୍ତି। ପୋଲିସ ସେମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି।…

ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମାକୁ କରାଗଲା ସାନିଟାଇଜ୍‌

ପାପଡାହାଣ୍ଡି,୯।୪(ଡି.ଏନ୍‌.ଏ.): କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଗୁରୁବାର ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାକୁ ସାନିଟାଇଜ କରାଯାଇଛି। ଓୟୁଯେ ସଂଘ , ସ୍ବାସ୍ଥ୍ୟ, ବ୍ଲକ, ପୋଲିସ ଓ ଅଗ୍ନିଶମ ବିଭାଗର ମିଳିତ ଆନୁକୂଲ୍ୟରେ ଗାଁ ଅଞ୍ଚଳକୁ ପରିଷ୍କାର କରାଯାଇଥିଲା।…

ଲକ୍‌ଡାଉନ୍‌ : ହିତାଧିକାରୀଙ୍କ ଘରେ ଭତ୍ତା ପ୍ରଦାନକଲା ବ୍ଲକ ପ୍ରଶାସନ

ପାପଡ଼ାହାଣ୍ଡି,୮ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ଯୋଗୁ ଚାରିଆଡ଼େ ଲକ୍‌ଡାଉନ୍‌। ଗାଁଠୁ ସହର ଯାଏ ସମସ୍ତେ ଘରେ। ଗାଁରେ କଟକଣା ଯୋଗୁ ଲୋକେ ବାହାରକୁ ବାହାରି ପାରୁନାହାନ୍ତି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବିତରଣ କରାଯାଉଛି। ସେହିପରି କାମ…

କରୋନା ମୁକାବିଲା: ସଙ୍ଗରୋଧ ଗୃହ ଲାଗି ଉନ୍ନତିକରଣ ହେଉଛି ବିଦ୍ୟାଳୟ

ପାପଡ଼ାହାଣ୍ଡି,୬ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ଲାଗି ସରକାର ପ୍ରତ୍ୟେକ ବ୍ଲକର ପଞ୍ଚାୟତରେ ଖୋଲିଛନ୍ତି ଗୋଟିଏ ଗୋଟିଏ ସଙ୍ଗରୋଧ ଗୃହ। ପଞ୍ଚାୟତର ପ୍ରାୟ ବିଦ୍ୟାଳୟକୁ ହିଁ ଏଥିପାଇଁ ଚି଼ହ୍ନଟ କରାଯାଇଛି। ୫୦ ଶଯ୍ୟା ସହ ପଞ୍ଚାୟତ ପକ୍ଷରୁ ୫ ଲକ୍ଷ ବ୍ୟୟରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?