ଖାକିରେ ଲାଗିଲା ଦାଗ: ମହିଳା ହୋମ୍‌ଗାର୍ଡଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ

ନବରଙ୍ଗପୁର,୨୯ା୬(ବି.ପ୍ର.)- ଜଣେ ମହିଳା ହୋମଗାର୍ଡଙ୍କ ନାମରେ ଜଣେ ଯୁବତୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏପରି ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ। ଉମରକୋଟ ଥାନା ଅଞ୍ଚଳର ସମ୍ପୃକ୍ତା ଯୁବତୀ(୨୦)ଙ୍କୁ ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ୪ବର୍ଷ ତଳେ ଉମରକୋଟ ଥାନାର ଜଣେ ମହିଳା ହୋମ ଗାର୍ଡ ତୋତେ କାମ ଯୋଗାଇ ଦେବି କହି ଉମରକୋଟ ନେଇ ଏକ ସାହିରେ ରଖିଥିଲେ। ସେଠାରେ ତାଙ୍କୁ ମାରପିଟ କରି ଜୋର ଜବରଦସ୍ତ ହୋମଗୋର୍ଡ ଜଣକ ଯୌନ ନିର୍ଯାତନା ଦେଉଥିଲେ। ଏ ସମ୍ପର୍କରେ କାହାକୁ ଜଣାଇଲେ ଜୀବନରେ ମାରି ଦେବାକୁ ସେ ଧମକ ଦେଉଥିଲେ। ଏନେଇ ସୂଚନା ପାଇ ପରିବାର ଲୋକେ ମହିଳା ହୋମ ଗାର୍ଡଙ୍କୁ ପଚାରିଥିଲେ ମଧ୍ୟ ସେ କିଛି ଜାଣି ନ ଥିବା କହିଥିଲେ। କରୋନା ଯୋଗୁ ଲକ୍‌ଡାଉନ ହେବା ପରେ ସେ ସମ୍ପୃକ୍ତା ଯୁବତୀଙ୍କୁ ନେଇ ୧୭ା୫ା୨୦ରେ ତାଙ୍କ ଗ୍ରାମରେ ଛାଡି ଚାଲି ଆସିଥିଲେ। ଘରେ ପରିବାର ଲୋକଙ୍କୁ ଯୁବତୀ ଜଣକ ସବୁ କଥା ଜଣାଇ ଗ୍ରାମବାସୀଙ୍କ ସହ ପରାମର୍ଶ କରିଥିଲେ। ଶେଷରେ ନିଜେ ଉମରକୋଟ ଥାନାରେ ପହଞ୍ଚତ୍ ସମ୍ପୃକ୍ତା ମହିଳା ହୋମ୍‌ଗାର୍ଡଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଯୁବତୀଙ୍କୁ ପଚାରିବାରୁ ସେ କହିଲେ ଯେ, ସମ୍ପୃକ୍ତା ହୋମଗାର୍ଡ ତାଙ୍କୁ ୪ ବର୍ଷ ହେଲା ଉମରକୋଟରେ ଏକ ବନ୍ଦ ଘର ଭିତରେ ରଖି ଯୌନ ନିର୍ଯାତନା ଦେଉଥିଲେ। ସେଠାରୁ ଫେରିବା ପରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛି । ଏ ସମ୍ପର୍କରେ ଉମରକୋଟ ଥାନା ଅଧିକାରୀ ନରେଶ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ଯେ, ଘଟଣାକୁ ଆମେ ଗୁରୁତର ସହ ନେଇଛୁ। ଏନେଇ ୧୫୬/୨୦ରେ ଏକ ମାମଲା ରୁଜୁ ହୋଇଛି। ମଙ୍ଗଳବାର ୧୬୪ ଧାରାରେ ତାଙ୍କର ବୟାନ ରେକର୍ଡ ହେବ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସମ୍ପୃକ୍ତା ମହିଳା ହୋମ୍‌ଗାର୍ଡଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନରେ ଅନୟମିତତା: ବିଦ୍ୟାଳୟ ଉପସ୍ଥାନ ଖାତାରେ ଅଧିକ ପିଲା, ବାସ୍ତବରେ କମ୍‌

ଝରିଗାଁ,୭ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ସରକାରୀ ସ୍କୁଲରେ ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଥିବା ବେଳେ କିଛି ଛାତ୍ରୀଛାତ୍ର ସେହି ଭୋଜନ ଖାଉ ନାହାନ୍ତି। ଏପରିକି ଯେଉଁ ପିଲାମାନେ ଅଣ୍ଡା…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?