ପ୍ରେମ ପାଇଁ ମହାଭାରତ: ଝିଆରୀକୁ ଦାଦା ହତ୍ୟା କରିଥିବା ଅଭିଯୋଗ

ନବରଙ୍ଗପୁର, ୧୦।୭(ବି.ପ୍ର.): ପ୍ରେମ ପାଇଁ ଝିଆରୀକୁ ହତ୍ୟା କଲେ ସମ୍ପର୍କୀୟ ଦାଦା। ଏ ନେଇ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି।
ପ୍ରକାଶ ଯେ, ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଭୀଷ୍ମ ହରିଜନ(୨୭) ସମ୍ପର୍କୀୟ ଝିଆରିକୁ ଭଲ ପାଉଥିଲେ। ବିଭିନ୍ନ ସମୟରେ ଭୀଷ୍ମ ବିବାହର ପ୍ରଲୋଭନ ଦେଖାଇ ଝିଆରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଗୁରୁବାର ଅପରାହ୍ନରେ କୌଣସି କାରଣ ପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସା ୫ଟାରେ ସ୍ଥାନୀୟ ହାଇସ୍କୁଲ ପରିସରରେ ଦୁହେଁ ଯାଉଥିବା କିଛି ଲୋକେ ଦେଖିବାକୁ ପାଇଥିଲେ l କିନ୍ତୁ ରାତି ୯ଟା ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ l ପରବର୍ତ୍ତି ସମୟରେ ଝିଅର ମୃତଦେହ ସ୍କୁଲ ପରିସରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ତୁରନ୍ତ ଝିଅକୁ ତେନ୍ତୁଳିଖୁଣ୍ଟି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଝିଅର ପରିବାର ପକ୍ଷରୁ ଭୀଷ୍ମଙ୍କ ବିରୋଧରେ ତେନ୍ତୁଳୀଖୁଣ୍ଟି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଭୀଷ୍ମଙ୍କୁ ଥାନାରେ ଅଟକରଖି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Asian Games 2026: ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆପଣମାନେ ଦେଶକୁ…’

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏସୀୟ କ୍ରୀଡ଼ା ୨୦୨୬’ (Asian Games 2026) ରେ ଭାରତୀୟ ଦଳର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୃଢ଼ ସଂକଳ୍ପ,…

ପେରୁରେ ମିଳିଲା ନୂଆ ପ୍ରଜାତିର ଏଣ୍ଡୁଅ, ଉଚ୍ଚତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲିମା,୫।୧୦ (ପେରୁ): ଦକ୍ଷିଣ ପେରୁର ଆଣ୍ଡିଜ୍‌ ପର୍ବତମାଳାରେ ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତି ଏଣ୍ଡୁଅର ସନ୍ଧାନ ପାଇଛନ୍ତି। ସମୁଦ୍ର ପତନଠାରୁ ପ୍ରାୟ ୪,୮୦୦ ମିଟରରୁ ଅଧିକ ଉଚ୍ଚ…

ଠିକାଦାର ପ୍ରୀତି: ୮୪.୪୨ କୋଟି କ୍ଷତି, ୩୫୨.୭୩ କୋଟି ରାସ୍ତା କାମର ନାହିଁ ଦ୍ରବ୍ୟ ରସିଦ୍‌

ଭୁବନେଶ୍ୱର,୫ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ କିଭଳି ଅପମିଶ୍ରିତ ଆଲକାତରା ବ୍ୟବହାର ନ ହେବ ସେଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର…

ଏସୀୟ କ୍ରୀଡ଼ାରେ ଦୁଇଟି ସ୍ବର୍ଣ୍ଣ ଜିତିବା ପରେ ଅବସର ନେଲେ ଏହି କ୍ରିକେଟର, ପ୍ରଶଂସକ କହିଲେ…

ନୂଆଦିଲ୍ଲୀ,୫।୧୦: ପାକିସ୍ତାନୀ ମହିଳା କ୍ରିକେଟର କାଇନାତ ଇମତିଆଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ଏକ ପୋଷ୍ଟ ମାଧ୍ୟମରେ ସେ ଏହି ଖବର ଜଣାଇ ଲେଖିଥିଲେ,…

ଛାତ୍ର ସଂସଦ ନିର୍ବାଚନ; ଘୋଷଣା ହୋଇନି, ଦ୍ୱନ୍ଦ୍ୱ ବି ଛିଡୁନି

ଭୁବନେଶ୍ୱର,୫ା୧୦(ସୁନିତ୍‌ ମିଶ୍ର): ଓଡ଼ିଶାରେ ଗତ ୮ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଭାଜପା ରାଜ୍ୟରେ ସରକାରକୁ ଆସିବା ପୂର୍ବରୁ ଓଡ଼ିଶାରେ ଛାତ୍ର ସଂସଦ…

ପରୀକ୍ଷାଗାରରୁ ବାହାରିଲା ‘କରୋନା ଭାଇରସ’ର ଭାଇ, ରୁଷିଆରେ ୱୁହାନ ଭଳି ଘଟଣାର ପୁନରାବୃତ୍ତି!

ମସ୍କୋ,୫।୧୦: ରୁଷିଆର ସାଇବେରିଆ ଅଞ୍ଚଳରେ ଏକ ସଂକ୍ରମଣକୁ ନେଇ ଉଦବେଗ ସୃଷ୍ଟି ହୋଇଛି। ଏକ ସ୍ଥାନୀୟ ପରୀକ୍ଷାଗାରରେ ଘଟିଥିବା ଦୁର୍ଘଟଣା ପରେ, ଏକ ସନ୍ଦିଗ୍ଧ ବିପଜ୍ଜନକ ସଂକ୍ରମଣକୁ…

ପାଣିପାଗ ବିଭାଗର ବଡ଼ ସୂଚନା, ଆସନ୍ତା ୪ ଦିନ ଯାଏ ଏହି ଜିଲାରେ କଲବଲ କରିବ ତାତି

ଭୁବନେଶ୍ୱର,୫ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ତାପମାତ୍ରା ବଢ଼ୁଛି । ଖରାତାତି ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?