ଅଧ୍ୟାପିକାଙ୍କୁ ଚକୋଲେଟ୍‌ ଦେଇଛି ଭିନ୍ନ ଏକ ପରିଚୟ

ନବରଙ୍ଗପୁର,୧୦।୭ (ବି.ପ୍ର.): ପିଲାରୁ ବୟସ୍କ ଯାଏଁ ସମସ୍ତଙ୍କର ଚକୋଲେଟ୍‌ ପାଇଁ ଥାଏ ଦୁର୍ବଳତା। ବଜାରରେ ମଧ୍ୟ ଚକୋଲେଟ୍‌ର ଚାହିଦା ବେଶ୍‌ ରହିଛି। ସେଥିପାଇଁ ଏହାକୁ ରୋଜଗାର ମାଧ୍ୟମ କରିବାକୁ ମନ ବଳାଇଲେ ପାପଡ଼ାହାଣ୍ଡିର ସଙ୍ଗୀତା ସାହୁ। ସଙ୍ଗୀତା ପାପଡ଼ାହାଣ୍ଡିସ୍ଥିତ ଏକ ଘରୋଇ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ର ଅଧ୍ୟାପିକା। କଲେଜ କାମ ପରେ ସେ ଚକୋଲେଟ୍‌ ତିଆରିକୁ ଦିଅନ୍ତି ସମୟ। ଏବେ ଚକୋଲେଟ୍‌ ମେକରଭାବେ ପାପଡ଼ାହାଣ୍ଡିରେ ସେ ଜଣାଶୁଣା।
ନୂତନ ଜ୍ଞାନକୌଶଳ ଓ ବିଜ୍ଞାନ କାରିଗରି ମାଧ୍ୟମରେ ଲୋକଙ୍କ ଆର୍ଥତ୍କ ଓ ସାମାଜିକ ବିକାଶ ପାଇଁ ୨୦୧୮ରୁ ନବରଙ୍ଗପୁରରେ ୧୨ଟି କୃଷି ବୈଜ୍ଞାନିକ ସଂସ୍ଥା କାମ କରୁଛି। ଏହି ସଂସ୍ଥା ସବୁ ମହିଳାଙ୍କ ଆର୍ଥିକ ବିକାଶ ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ତାଲିମ ଦେଉଛି। ଘରୋଇ ଉଦ୍ୟୋଗ ମାଧ୍ୟମରେ ଆର୍ଥିକ ବିକାଶ ଲକ୍ଷ୍ୟ ନେଇ ହାଇଦ୍ରାବାଦର ସେଣ୍ଟ୍ରାଲ ଫୁଡ୍‌ ଟେକ୍ନୋଲୋଜିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ(ସିଏଫ୍‌ଟିଆର୍‌ଆଇ)ରେ ନବରଙ୍ଗପୁର ଜିଲାର ୨୪ ମହିଳାଙ୍କୁ ତାଲିମ ଦିଆଯାଇଥିଲା। ସେଠାରେ ଫ୍ରୁଟ୍‌ ଜୁସ୍‌, ଆଚାର, କେକ୍‌ ଓ ଚକୋଲେଟ୍‌ ତିଆରି ତାଲିମ ଦିଆଯାଇଥିଲା। ସଙ୍ଗୀତା ୨୦୧୯ରେ ସିଏଫ୍‌ଟିଆର୍‌ଆଇକୁ ତାଲିମ ପାଇଁ ଯାଇଥିଲେ। ସେଠାରୁ ପ୍ରଶିକ୍ଷଣ ନେଇ ଆସିବା ପରେ ସେ ଘରେ ବିଭିନ୍ନ ଫ୍ଲେବର ଚକୋଲେଟ୍‌ ତିଆରି କରିଥିଲେ। ହାତ ତିଆରି ଚକୋଲେଟ୍‌ର ନାମ ‘ଗୋଲୁସ ଚକ୍କି’ ରଖିଛନ୍ତି ସଙ୍ଗୀତା। ଚକୋଲେଟ ତିଆରିରେ ଶାଶୁ ଓ ସ୍ବାମୀ ସହଯୋଗ କରୁଛନ୍ତି। ଏହି ଗୋଲୁସ ଚକ୍କିର ଚାହିଦା ପାପଡ଼ାହାଣ୍ଡି ବଜାରରେ ବେଶ୍‌ ରହିଛି। ପ୍ରତ୍ୟେକ ଚକୋଲେଟ୍‌ର ଦାମ ରହିଛି ମାତ୍ର ୫ଟଙ୍କା। ଜନ୍ମଦିନ ଓ ଅନ୍ୟାନ୍ୟ ଉତ୍ସବ ଅବସରରେ ଲୋକେ ଅର୍ଡର ଦେଇ ଚକୋଲେଟ୍‌ ନେଉଛନ୍ତି ବୋଲି ସଙ୍ଗୀତା କହିଛନ୍ତି। ଚକୋଲେଟ୍‌ରୁ ମାସିକ ୧୦ହଜାର ଟଙ୍କା ରୋଜଗାର କରୁଥିବା ସେ କହିଛନ୍ତି। ୫୦ ଓ ୧୦୦ଟି ଚକୋଲେଟ୍‌କୁ ନେଇ ଦୁଇ ପ୍ରକାର ଆକର୍ଷଣୀୟ ପ୍ୟାକିଂ କରାଯାଉଛି। ଏଥିରେ କୌଣସି କେମିକାଲ ବ୍ୟବହାର କରାଯାଉନାହିଁ। ୨କିଲୋ ଚକୋଲେଟ୍‌ ହାତରେ ତିଆରି କଲେ ୩ ଘଣ୍ଟା ଲାଗୁଛି। ମେଶିନ ସାହାଯ୍ୟରେ ହେଲେ ଉକ୍ତ ୨ କିଲୋକୁ ୭ ମିନିଟ ଲାଗିବ ବୋଲି ସଙ୍ଗୀତା କହିଛନ୍ତି। ଚକୋଲେଟକୁ ନେଇ ଘରୋଇ କୁଟୀରଶିଳ୍ପ ମାଧ୍ୟମରେ ମହିଳାମାନଙ୍କୁ ରୋଜଗାର ପ୍ରଦାନ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ସଙ୍ଗୀତା। ଘରୋଇ ଉଦ୍ୟୋଗ ସ୍ଥାପନ ପାଇଁ ପ୍ରଶାସନ ଆର୍ଥିକ ସହାୟତା ପ୍ରଦାନ କଲେ ଅଧିକ ଉନ୍ନତି ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଇଟାଭାଟି ସିଲ୍‌ କଲା ପ୍ରଶାସନ

ହିଞ୍ଜିଳିକାଟୁ, ୧୯ା୮(ଡି.ଏନ୍‌.ଏ)- ହିଞ୍ଜିଳିକାଟୁ ତହସିଲର ବିଭିନ୍ନ ବେଆଇନ ଇଟାଭାଟିରେ ପ୍ରଶାସନ ପକ୍ଷରୁ ସୋମାବର ଲାଲ ବାନା ଲଗାଯିବା ସହ ଭାଟିରେ ତାଲା ପକାଯାଇଛି। ହିଞ୍ଜିଳିକାଟୁ ତହସିଲର...

ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅପିଲ: ଲକ୍ଷଣ ଦେଖା ଦେଉ ନ ଥିଲେ ବି ପରୀକ୍ଷା କରାଇ ନିଅନ୍ତୁ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟ ତଥା ଦେଶ ବାହାରୁ ଫେରୁଥିବା ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅପିଲ।ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ସଂକ୍ରମିତ ହୋଇଥାଇ...

ପିଏମ୍‌ଜିଏସ୍‌ୱାଇ: ମାର୍ଚ୍ଚ ୩୧ ସୁଦ୍ଧା ଖର୍ଚ୍ଚ ନ କଲେ ଅନୁଦାନ ଫେରିବ

ଛତ୍ରପୁର,୨୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।...

କୋଭିଡ୍‌ ଆମ୍ବୁଲାନ୍ସ ଚାଳକଙ୍କୁ କରୋନା, ପଞ୍ଚାୟତ ଶଟ୍‌ଡାଉନ୍‌

ଧରାକୋଟ,୨ା୬(ଡି.ଏନ୍‌.ଏ.)- ଧରାକୋଟ ବ୍ଲକ ଗୋଲାଦାମୋଦରପଲ୍ଲୀ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସରପଞ୍ଚ ଜି.ସୂର୍ଯ୍ୟ କୁମାରୀ ରେଡ୍ଡୀ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏ ନେଇ ଗଞ୍ଜାମ ଜିଲାପାଳ,...

କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ଉପ ଜିଲାପାଳ

ଭଞ୍ଜନଗର,୨୬।୭(ଡି.ଏନ.ଏ)- ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ କରୋନା ସଂକ୍ରମିତ ପରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବାପରେ ଶନିବାର ଠାରୁ ସେ...

୩ ଟ୍ୟାଙ୍କର ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ ଅଫିସ,୯ା୫ – ଢେଙ୍କାନାଳ ଟାଉନ ଓ ସଦରଥାନା ସୀମା ହରିପୁର ଅଞ୍ଚଳର ୫୫ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶକ୍ତିସୁଗାର କମ୍ପାନୀ ମୁଖ୍ୟ ଫାଟକ...

ଜମି ବିବାଦ ତୁଟିଲା, କାର୍ଯ୍ୟକ୍ଷମ ହେଲା ଅଙ୍ଗନଓ୍ବାଡି କୋଠା

ଖଲ୍ଲିକୋଟ,୪ା୧୦(ଡି.ଏନ.ଏ.)- ଜମି ବିବାଦ ଯୋଗୁ ଖଲ୍ଲିକୋଟ ବ୍ଲକ କହ୍ନେଇପୁର ପଞ୍ଚାୟତ କନ୍ଦିଗଁାରେ ପ୍ରାୟ ବର୍ଷେ ହେଲା ନିର୍ମିତ ଅଙ୍ଗନୱାଡ଼ି କେନ୍ଦ୍ର-୧ କୋଠା କାର୍ଯ୍ୟକ୍ଷମ ହୋଇପାରୁ ନ...

୩ ଲକ୍‌ଡାଉନ୍‌ ନିୟମ ଊଲ୍ଲଂଘନକାରୀଙ୍କ ନାମରେ ମାମଲା

ବନ୍ତ, ୮ା୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧୀନ କେନ୍ଦୁଆପଦା ଓ ତୋଡଗାଁ ବଜାରରେ ସୋମବାର ୩ ଜଣ ଦୋକାନୀ ଲକ୍‌ ଡାଉନ୍‌ ଆଇନ...

Coronavirus Update

Archives

Model This Week

Why Dharitri