ଭଣଜା ଠେଙ୍ଗା ମାଡ଼ରେ ମାମୁଙ୍କ ଜୀବନଗଲା: ଭଉଣୀ ଦେଲେ ଏତଲା
ଡାବୁଗାଁ,୪।୭(ଡି.ଏନ୍.ଏ): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେଭିନ୍ୟୁଗୁଡାରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଭଣଜା ଠେଙ୍ଗା ମାଡ଼ରେ ମାମୁଙ୍କ ମୃତ୍ୟୁ ଘଟିଛି। ମୃତ ମାମୁ ହେଲେ ଗୌରଚନ୍ଦ୍ର ଗୌଡ(୫୦)। ସୂଚନାଯୋଗ୍ୟ, ଗୌରଚନ୍ଦ୍ର ଓ ସ୍ତ୍ରୀ ବୁଡ଼ୁଙ୍କ ମଧ୍ୟରେ କୌଣସି…
ଖାକିରେ ଲାଗିଲା ଦାଗ: ମହିଳା ହୋମ୍ଗାର୍ଡଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ
ନବରଙ୍ଗପୁର,୨୯ା୬(ବି.ପ୍ର.)- ଜଣେ ମହିଳା ହୋମଗାର୍ଡଙ୍କ ନାମରେ ଜଣେ ଯୁବତୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏପରି ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ। ଉମରକୋଟ ଥାନା ଅଞ୍ଚଳର ସମ୍ପୃକ୍ତା ଯୁବତୀ(୨୦)ଙ୍କୁ ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ୪ବର୍ଷ ତଳେ ଉମରକୋଟ…
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ
ଝରିଗାଁ,୨୪।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧଙ୍ଗଡ଼ାମାଲ ଗ୍ରାମରେ ବୁଧବାର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ ଚଇତୁ ସାନ୍ତା (୪୫), ଚଇତୁଙ୍କ ସ୍ତ୍ରୀ ବିକ (୪୦), ଭଉଣୀ କୁସୁମ (୩୬) ଏବଂ…
ମାଲକାନଗିରି, ନବରଙ୍ଗପୁର ଜିଲା କରୋନା ମୁକ୍ତ: ୨୮ଜିଲାରେ ୯୯୦ ସକ୍ରିୟ ରୋଗୀ
ଭୁବନେଶ୍ୱର,୮।୬(ବ୍ୟୁରୋ)-କରୋନା କବଳରେ ସାରା ରାଜ୍ୟ। ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ମାତ୍ରାରେ ବଢ଼ିବାରେ ଲାଗିଛି, ସୁସ୍ଥ ରୋଗୀଙ୍କ ସଂଖ୍ୟା ମଧ୍ୟ ସେହି ମାତ୍ରାରେ ବଢ଼ୁଛି। ତେଣୁ ବିଭିନ୍ନ ଜିଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା…
ପାପଡାହାଣ୍ଡି ଅଞ୍ଚଳରେ ପଙ୍ଗପାଳ ଭଳି କୀଟ: ଲୋକେ ଭୟଭୀତ
ପାପଡାହାଣ୍ଡି, ୪।୬ (ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଞ୍ଚଳରେ ପଙ୍ଗପାଳ ଭଳି କିଟ ଦେଖିବାକୁ ମିଳିଛି। ରାଣିସଲାଠାରୁ ଉମରାହାଣ୍ଡି ରାସ୍ତାର ଗୋଟିଏ ଗଛରେ ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଏହି କିଟ ବସି ଗଛର ପତ୍ର ଖାଉଥିବା ଦୃଶ୍ୟ ଦେଖିବାକୁ…
ବଜ୍ରପାତରେ ବୃଦ୍ଧଙ୍କ ଜୀବନ ଗଲା
ନବରଙ୍ଗପୁର,୩୦।୫(ବି.ପ୍ର.): ନବରଙ୍ଗପୁର ଜିଲା ନବରଙ୍ଗପୁର ବ୍ଲକ ବଡକୁମୁଲି ଗ୍ରାମରେ ବଜ୍ରପାତରେ ଶନିବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼କୁମୁଲି ଗ୍ରାମର ଶୁକ୍ରୁ ଗୌଡ଼ (୬୦)। ପ୍ରକାଶ ଯେ, ସକାଳେ ବର୍ଷା ହେବାରୁ ଶୁକ୍ରୁ ଅମଳ କରିଥିବା ମକାରେ…
କ୍ୱାରାଣ୍ଟାଇନରେ ଥିବାରୁ ମା’ଙ୍କୁ ପୁଅ ଦେଇପାରିଲେନି ମୁଖାଗ୍ନି
ନବରଙ୍ଗପୁର,୧୪।୫(ବି.ପ୍ର.)- କରୋନା କେବଳ ମଣିଷ ମଣିଷ ଭିତରେ ଦୂରତା ବଢ଼ାଇନାହିଁ। ଏହି ଭୂତାଣୁ ସଂକ୍ରମଣର ଆଶଙ୍କା ଯୋଗୁ ନିଜ ମା’ର ଶେଷ ଦର୍ଶନ କରିପାରିଲାନି କ୍ୱାରାଣ୍ଟାଇନରେ ଥିବା ଏକମାତ୍ର ପୁଅ। ଏପରିକି ମା’ର ମୃତଦେହ ଉପରେ ୨ ଟୋପା ଲୁହ ଝରେଇବା…
ଡାବୁଗାଁରେ ‘ଲୁଣ ମିଳିବ ନାହିଁ’ ଗୁଜବ: ଅସାଧୁ ବ୍ୟବସାୟୀ ମାଲାମାଲ; ଚିନ୍ତାରେ ଖାଉଟି
ଡାବୁଗାଁ,୧୩।୫(ଡି.ଏନ୍.ଏ.): କରୋନାକୁ ରୋକିବା ନିମନ୍ତେ ସାରା ରାଜ୍ୟରେ ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ତେବେ ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ଅହେତୁକ ମାତ୍ରାରେ ଦରବୃଦ୍ଧି କରାଇ ଖାଉଟି ମାନଙ୍କୁ ଶୋଷଣ କରୁୁଛନ୍ତି।ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ କୌଣସି…
ଲକ୍ଡାଉନ୍ ଦେଲା ନିଖୋଜ ପୁଅର ଠିକଣା
ନବରଙ୍ଗପୁର,୬ା୫(ବି.ପ୍ର.)- ଲକ୍ଡାଉନ୍ ସମୟରେ ମା’ ବାପାଙ୍କୁ ମିଳିଲା ଖୁସି ଖବର। ୧୫ ବର୍ଷ ହେଲା ନିଖୋଜ ବୋଲି ଭାବୁଥିବା ପୁଅର ଠିକଣା ପାଇଛନ୍ତି। ପୁଅର ପତ୍ତା ପାଇବା ପରେ ମା’, ବାପାଙ୍କ ମନରେ ଖୁସିର ଲହରି ଖେଳି ଯାଇଛି। ନବରଙ୍ଗପୁର ଜିଲା…
ତେଲଙ୍ଗାନାରୁ ଫେରିଲେ ୩୬ ଶ୍ରମିକ
ଡାବୁଗାଁ,୪ା୫(ଡି.ଏନ୍.ଏ.): ତେଲଙ୍ଗାନାରୁ ୩୬ ଶ୍ରମିକ ଆସି ରବିବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁରେ ପହଞ୍ଚିଛନ୍ତି। ଡାବୁଗାଁ ବ୍ଲକ୍ ଅଧୀନ ଜବାଗୁଡ଼ା, ବୋରିଗାଁ ଓ ବଡ଼ଓଲମା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୩୬ ଶ୍ରମିକ ତେଲଙ୍ଗାନା ରାଜ୍ୟର ଗୋଦାବରୀ ଜିଲାରେ କାମ କରୁଥିଲେ। ଲକ୍ଡାଉନ୍…
ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା
ରାଇଘର,୧ା୫(ଡି.ଏନ୍.ଏ.): କରୋନା ବିପତ୍ତି ସମୟରେ ସହାୟତାର ହାତ ବଢ଼ାଇଛି ନବରଙ୍ଗପୁର ଜିଲା ରାଇଘର ବ୍ଲକ୍ ଶିକ୍ଷା ବିଭାଗ। ପରିସ୍ଥିତିର ମୁକାବିଲା ପାଇଁ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୮ ଲକ୍ଷ ୯୧ ହଜାର ୨୦୦ ଟଙ୍କା ପ୍ରଦାନ କରାଯାଇଛି। ଶିକ୍ଷୟିତ୍ରୀ,…
କରୋନା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ
କୋଡ଼ିଙ୍ଗା/ନବରଙ୍ଗପୁର,୩୦ା୪(ଡି.ଏନ୍.ଏ./ବି.ପ୍ର.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍ ଏକୋରୀ ପଞ୍ଚାୟତ ଅଧୀନ ନୂନପାଣି ଗ୍ରାମରେ କରୋନା ସନ୍ଦିଗ୍ଧମାନଙ୍କ ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ବଖରାରେ ଥିବା ସମସ୍ତ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଛି।…
Archives


