କ୍ୱାରାଣ୍ଟାଇନରେ ଥିବାରୁ ମା’ଙ୍କୁ ପୁଅ ଦେଇପାରିଲେନି ମୁଖାଗ୍ନି

ନବରଙ୍ଗପୁର,୧୪।୫(ବି.ପ୍ର.)- କରୋନା କେବଳ ମଣିଷ ମଣିଷ ଭିତରେ ଦୂରତା ବଢ଼ାଇନାହିଁ। ଏହି ଭୂତାଣୁ ସଂକ୍ରମଣର ଆଶଙ୍କା ଯୋଗୁ ନିଜ ମା’ର ଶେଷ ଦର୍ଶନ କରିପାରିଲାନି କ୍ୱାରାଣ୍ଟାଇନରେ ଥିବା ଏକମାତ୍ର ପୁଅ। ଏପରିକି ମା’ର ମୃତଦେହ ଉପରେ ୨ ଟୋପା ଲୁହ ଝରେଇବା ଦୂରେଥାଉ ମୁଖାଗ୍ନି ଦେବାର ଅଧିକାର ବି ଛଡ଼େଇ ନେଇଛି କୋଭିଡ୍‌-୧୯। ଏପରି ଏକ ଦୃଶ୍ୟ ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଥିଲା।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଝାଡ଼ବନ୍ଧଗୁଡ଼ା ପଞ୍ଚାୟତ ମୁର୍ଲାବାଇ ଗ୍ରାମର ଧନେଇ ଜାନୀ(୫୯)ଙ୍କ ବୁଧବାର ରାତିରେ ମୃତ୍ୟୁ ହୋଇଥିଲା। ଧନେଇଙ୍କ ଏକମାତ୍ର ପୁଅ ଶଙ୍କର ଜାନୀ (୨୦) ଗତ ୧୧ ତାରିଖରେ ହାଇଦ୍ରାବାଦରୁ ଫେରି ନନ୍ଦାହାଣ୍ଡି ବ୍ଲକର ଆଦର୍ଶ ବିଦ୍ୟାଳୟରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି। ସଙ୍ଗରୋଧର ଆବଶ୍ୟକତା ଜରୁରୀ ଥିବାରୁ ମା’ର ମୃତ୍ୟୁ ହେବା ଜାଣିବା ପରେ ମଧ୍ୟ କ୍ୱାରାଣ୍ଟାଇନରୁ ଆସି ଶୁଦ୍ଧିକ୍ରିୟା କରିପାରି ନ ଥିଲେ। ତେବେ ଜିଲା ପ୍ରଶାସନ ବଢ଼ାଇଥିଲା ସହାୟତାର ହାତ। ଧନେଇଙ୍କ ପୁତୁରା ଭଗତ ଜାନୀଙ୍କୁ ମୁଖାଗ୍ନି ଦେବା ପାଇଁ ଅନୁମତି ଦିଆଯାଇଥିଲା। ମୃତକଙ୍କ ଅନ୍ତିମ ସଂସ୍କାର ସମୟରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରସନ୍ନ ବିଶୋୟୀ ଉପସ୍ଥିତ ଥିଲେ। ଏଥିସହ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା,ଶୁଦ୍ଧିକ୍ରିୟା ପାଇଁ ୫୦ କେଜି ଚାଉଳ ଓ ୫ କେଜି ଡାଲି , ଜିଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

ଧରାପଡ଼ିଲେ କୁଖ୍ୟାତ ଗୋରୁ ମାଫିଆ

ନବରଙ୍ଗପୁର,୧୫।୫: ନବରଙ୍ଗପୁର ପୋଲିସ ଶୁକ୍ରବାର କୁଖ୍ୟାତ ଗୋରୁ ମାଫିଆ ସେକ୍‌ ଅଜିଜଙ୍କୁ ଧରିବାରେ ସଫଳ ହୋଇଛି। ସେକ୍‌ ଅଜିଜ ଘରେ ଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଛି।…

ପେଟ୍ରୋଲ, ଡିଜେଲ ଅଭାବ: ଲୋକଙ୍କ ଲମ୍ବା ଧାଡ଼ି

ନବରଙ୍ଗପୁର,୬।୫(ସଦାଶିବ ପ୍ରହରାଜ): ପେଟ୍ରୋଲ ଓ ଡିଜେଲ ଆଧୁନିକ ଜୀବନର ମୂଳ ଶକ୍ତିସ୍ରୋତ। ଏହାର ଅଭାବ କେବଳ ଯାତାୟାତକୁ ନୁହେଁ, ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଦୈନିକ…

କୁଆପଥର ବର୍ଷା ପରେ ଝରିଗାଁରେ ମୃଦୁ ଭୂମିକମ୍ପ

ଝରିଗାଁ,୨୯।୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସନ୍ଧ୍ୟା ୭ଟା ୪୨ ମିନିଟ୍ ୨୧ ସେକେଣ୍ଡରେ ଭୂକମ୍ପ…

ହାଜତରେ ଯୁବକଙ୍କ ମୃତ୍ୟୁକୁ ନେଇ ବଢିଲା ଉତ୍ତେଜନା: ଥାନା ଆଗରେ ବସିଛନ୍ତି ପରିବାର ଲୋକେ, ଆଣିଲେ ସାଂଘାତିକ ଅଭିଯୋଗ

ନବରଙ୍ଗପୁର,୨୯।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ହାଜତ ଭିତରେ ଗିରଫ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉତ୍ତେଜନା ଦେଖାଦେଇଛି। ମୃତ୍ୟୁ ଯୁବକଙ୍କ ପରିବାର ଲୋକେ…

ଥାନାରେ ଆତ୍ମହତ୍ୟା କଲେ ବଳାତ୍କାର ଅଭିଯୁକ୍ତ: ପୋଲିସର କାର୍ଯ୍ୟଦକ୍ଷତା ଉପରେ ଉଠିଲା ପ୍ରଶ୍ନ

ନବରଙ୍ଗପୁର,୨୯।୪(ସଦାଶିବ ପ୍ରହରାଜ)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ପୋଲିସ ହେପାଜତରେ ରଖିଥିବା ସମୟରେ ଥାନା ଭିତରେ ହିଁ…

ସେବାଶ୍ରମର ୭ମଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି, ୨୫।୪,(ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଏକ ସେବାଶ୍ରମ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ଗୁରୁତର

ଝରିଗାଁ,୨୩।୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ନୂଆଁଗୁଡ଼ା ଗ୍ରାମ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri