ଡାବୁଗାଁ,୪ା୫(ଡି.ଏନ୍.ଏ.): ତେଲଙ୍ଗାନାରୁ ୩୬ ଶ୍ରମିକ ଆସି ରବିବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁରେ ପହଞ୍ଚିଛନ୍ତି। ଡାବୁଗାଁ ବ୍ଲକ୍ ଅଧୀନ ଜବାଗୁଡ଼ା, ବୋରିଗାଁ ଓ ବଡ଼ଓଲମା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୩୬ ଶ୍ରମିକ ତେଲଙ୍ଗାନା ରାଜ୍ୟର ଗୋଦାବରୀ ଜିଲାରେ କାମ କରୁଥିଲେ। ଲକ୍ଡାଉନ୍ ଯୋଗୁ ସେଠାରେ କାମ ବନ୍ଦ ହୋଇଯାଇଥିଲା। ବହୁ କଷ୍ଟରେ ସେଠାରେ ରହିଥିବାବେଳେ ଏବେ ବାଧ୍ୟ ହୋଇ ନିଜସ୍ବ ଉଦ୍ୟମରେ ଏକ ଟାଟା ମ୍ୟାଜିକ୍ ଭଡ଼ା କରି ଗାଁକୁ ଫେରିଛନ୍ତି। ସମସ୍ତ ପ୍ରମାଣପତ୍ର ଧରି ସେମାନେ ଫେରିଛନ୍ତି। ଏଠାରେ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଶ୍ରମିକମାନଙ୍କୁ ଜବାଗୁଡ଼ା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରଖାଯାଇଛି। ଏମାନଙ୍କ ମଧ୍ୟରେ ଜବାଗୁଡ଼ା ପଞ୍ଚାୟତର ୧୩ ମହିଳା ଓ ୫ ପୁରୁଷ, ବୋରିଗାଁ ପଞ୍ଚାୟତର ୪ ମହିଳା ଏବଂ ବଡ଼ଓଲମା ପଞ୍ଚାୟତର ୧୨ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି।
Posted inHome, ଆମ ଜିଲା ଖବର, ନବରଙ୍ଗପୁର View All
ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…
ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…
ପଦୋନ୍ନତି ପରେ ବଦଳିଲେ ସାନଖେମୁଣ୍ଡି ବିଡିଓ
ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…
ମାଣତ୍ରୀ ଏସ୍ଏସ୍ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ
ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍ଏସ୍ଡି) ବାଳିକା ହାଇସ୍କୁଲ…
Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…
ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…
ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ସଚେତନ
ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମ ନୋଡାଲ ହାଇସ୍କୁଲ ପରିସରରେ ବନ୍ୟପ୍ରାଣୀ ସପ୍ତାହ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।…
କୋହଲିଙ୍କୁ କ୍ଷତି, ମାଲାମାଲ ହେଲେ ଗିଲ୍: ଆଗକୁ ହେବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୭।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ନୂଆ ଦିନିକିଆ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ରାଙ୍କିଙ୍ଗରେ ଭାରତୀୟ…
ଗାଧୋଇବାକୁ ଯାଇଥିଲେ, ଆଉ ଫେରିଲେନି: ପୋଖରୀରେ ବୁଡ଼ି ୨ ନାବାଳିକା…
କଲ୍ୟାଣସିଂହପୁର, ୭/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୂଜାରୀଗୁଡ଼ା ପଞ୍ଚାୟତର ବଡ଼ନାୟକଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶାନ୍ତିନଗର ପୋଖରୀରେ…
ଆନନ୍ଦପୁର କଲେଜ ନିର୍ବାଚନ ପାଇଁ ପୋଲିସ-ପ୍ରଶାସନର ସମନ୍ୱୟ ବୈଠକ: ପଡ଼ୁଛି ଉଠୁଛି କଲେଜ କ୍ୟାମ୍ପସ
ବଞ୍ଚୋ, ୭।୧୦ (ପ୍ରଦୋଷ ବିଶ୍ୱାଳ): ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ କଲେଜ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆନନ୍ଦପୁର ପୁଲିସ ଓ ଜିଲା…

