ଲକ୍‌ଡାଉନ୍‌ ଦେଲା ନିଖୋଜ ପୁଅର ଠିକଣା

ନବରଙ୍ଗପୁର,୬ା୫(ବି.ପ୍ର.)- ଲକ୍‌ଡାଉନ୍‌ ସମୟରେ ମା’ ବାପାଙ୍କୁ ମିଳିଲା ଖୁସି ଖବର। ୧୫ ବର୍ଷ ହେଲା ନିଖୋଜ ବୋଲି ଭାବୁଥିବା ପୁଅର ଠିକଣା ପାଇଛନ୍ତି। ପୁଅର ପତ୍ତା ପାଇବା ପରେ ମା’, ବାପାଙ୍କ ମନରେ ଖୁସିର ଲହରି ଖେଳି ଯାଇଛି। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅଧୀନ ଦେଓବନ୍ଧ ଗାଁର ଧନବଳୀ ମାଝୀଙ୍କ ପୁଅ ଭୁବନ ଗତ ୧୫ ବର୍ଷ ତଳେ ୭ ଜଣ ସାଙ୍ଗଙ୍କ ସହ ଅହମଦାବାଦ ଯାଇଥିଲେ। ସାଙ୍ଗମାନେ ଗାଁକୁ ଫେରିଥିଲେ। କିନ୍ତୁ ଭୁବନ ଘରକୁ ଫେରି ନ ଥିଲେ । ଏପରିକି ପରିବାର ଲୋକଙ୍କ ସହ ମଧ୍ୟ ଯୋଗାଯୋଗ କରି ନ ଥିଲେ। ତେବେ ଦୀର୍ଘ ୧୫ ବର୍ଷ ପରେ ଏମପି ରମେଶ ଚନ୍ଦ୍ର ମାଝିଙ୍କ ମୋବାଇଲ ନମ୍ବର ପାଇ ଭୁବନ ଭିଡିଓ କଲିଂ ମାଧ୍ୟମରେ କଥା ହୋଇଥିଲେ। ଏହା ପରେ ପରିବାର ଲୋକ ତାଙ୍କ ଠିକଣା ଜାଣି ପାରିଥିଲେ। ଲକ୍‌ଡାଉନ ପରିସ୍ଥିତିରେ ଭୁବନ କିଭଳି ରହିଛନ୍ତି ତାହା ପରିବାର ଲୋକଙ୍କୁ ଚିନ୍ତା ଘାରିଥିଲା। ନବରଙ୍ଗପୁରର ତରୁଣ ଷଡଙ୍ଗୀ ଏକ ମଲ୍ଟିନ୍ୟାଶନାଲ ଫାର୍ମା କମ୍ପାନୀରେ ଆସିଷ୍ଟାଣ୍ଡ ମ୍ୟାନେଜର ଭାବେ କାମ କରି ଅହମଦାବାଦର ନୀଳମଣି ନଗର ସିଟିଏମରେ ରହୁୁଛନ୍ତି। ତାଙ୍କୁ ଭୁବନଙ୍କ ସମ୍ପର୍କରେ ଖବର ନେବା ପାଇଁ ଏମପି କହିଥିଲେ। ସେ ଭୁବନଙ୍କ ସହ ଯୋଗାଯୋଗ କରିଥିଲେ। ସିଟିଏମର ୫ କିମି ଦୂର ବଟୱା ଜିଆଇଡିସି ଠାରେ ଥିବା ଏକ କେମିକାଲ ଫାର୍ମରେ ଭୁବନ କାମ କରୁଥିବା ଜାଣିବାକୁ ପାଇଥିଲେ। କମ୍ପାନୀ ପକ୍ଷରୁ ରହିବା ଓ ଖାଇବା ବ୍ୟବସ୍ଥା ସହ ଦରମା ମିଳୁଥିବା ଭୁବନ କହିଥିଲେ। ସେ ଭଲରେ ଥିବା ତରୁଣ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ଲକ୍‌ଡାଉନ୍‌ ପରେ ଘରକୁ ଯିବେ ବୋଲି ସେ କହିଥିଲେ। ଏବେ ଭୁବନ ପରିବାର ଲୋକଙ୍କ ମୋବାଇଲ ନମ୍ବର ପାଇବା ପରେ ନିୟମିତ ସେମାନଙ୍କ ସହ କଥାବାର୍ତ୍ତ ମଧ୍ୟ ହୋଇ ପାରୁଛନ୍ତିି। ତେବେ ୧୫ ବର୍ଷ ତଳେ ଚନ୍ଦାହାଣ୍ଡିକୁ ମୋବାଇଲ ନେଟୱର୍କ ଓ ମୋବାଇଲ ପ୍ରଚଳନ ନ ଥିବାରୁ ସୁଦୂରରୁ ସେ ଆଉ କଥା ହୋଇ ପାରୁ ନ ଥିଲେ। ଏବେ ମା’ ବାପାଙ୍କ ସହ ଭିଡିଓ କଲିଂ ମାଧ୍ୟମରେ କଥା ହୋଇ ବେଶ୍‌ ଖୁସିରେ ରହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri