ପୋଲ ଉପରେ ପାଣି, ବାଡ଼ ଦେଇ ବସିଲା ପ୍ରଶାସନ
ନନ୍ଦାହାଣ୍ଡି,୧୫।୮(ଡି.ଏନ୍.ଏ): ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଏବଂ ଡଙ୍ଗରଭେଜା ସୀମାରେ ପ୍ରବାହିତ ବାଙ୍ଗିରି ନାଳରେ ଥିବା ପୋଲ ଉପରେ ଏକ ଫୁଟ ଉଚ୍ଚତାରେ ପାଣି ଚାଲୁଛି ।…
ଲଗାଣ ବର୍ଷାରେ ଭାଙ୍ଗିଲା ଆଂଶିକ ୩୯୦ ଘର
ନବରଙ୍ଗପୁର,୧୫।୮(ବି.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିଯୋଗୁ ଜିଲାର ୧୦ ବ୍ଲକ ମଧ୍ୟରୁ ୮ ବ୍ଲକର ୮୩ ପଞ୍ଚାୟତ ଅଧୀନ ୧୩୪ ଗ୍ରାମ ପ୍ରଭାବିତ ହୋଇଛି। ନବରଙ୍ଗପୁର ବ୍ଲକରେ ୧୬୭ ମିମି, ନନ୍ଦାହାଣ୍ଡିରେ ୧୪୯ମିମି,…
ସ୍ବତନ୍ତ୍ର ବିଦ୍ୟାଳୟରେ ତ୍ରିରଙ୍ଗା ଉଡ଼ାଇଲେ ଜିଲାପାଳ
ନବରଙ୍ଗପୁର,୧୫।୮(ବି.ପ୍ର.): ନବରଙ୍ଗପୁର ଜିଲା ସ୍ବତନ୍ତ୍ର ବିଦ୍ୟାଳୟ ଆଶାକିରଣରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାପାଳ ଡ. କମଳଲୋଚନ ମିଶ୍ର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପିଲାମାନଙ୍କୁ ସେମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ପିଲାମାନଙ୍କ…
ବଢ଼ୁଛି ଝାଡ଼ାବାନ୍ତି: ଆଶା, ଅଙ୍ଗନୱାଡିଙ୍କ ଭରସାରେ ରୋଗୀ
ତେନ୍ତୁଳିଖୁଣ୍ଟି, ୧୫।୮(ଡି.ଏନ୍.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡ଼ା ପଞ୍ଚାୟତ ଖୁଣ୍ଟିପଦର ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି । ଏଠାକୁ କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚତ୍ ପାରୁନାହିଁ। ଗାଁର ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀ ଘରକୁ ଘର…
ଫସଲ ନଷ୍ଟକଲେ, ଘର ଜାଳିଦେଲେ
ଉମରକୋଟ,୧୪ ।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ଜଙ୍ଗଲ ଜମିକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦ ଶନିବାର ଉଗ୍ରରୂପ ନେଇଛି। ଗ୍ରାମବାସୀଙ୍କ ଜଙ୍ଗଲ ଜମିରେ ଚାଷ…
ରୋଗୀଙ୍କୁ ୫କି.ମି.ଖଟିଆରେ ବୋହି ନଦୀପାର
ଚନ୍ଦାହାଣ୍ଡି, ୧୩।୮(ଡି.ଏନ୍.ଏ.): ରାସ୍ତା ନଖିବାରୁ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପଟଖଲିଆ ପଞ୍ଚାୟତ ଗୌରଝରିଆ ଗ୍ରାମର ଜଣେ ରୋଗୀଙ୍କୁ ୫ କି.ମି. ବୋହିବା ସହ ନଦୀ ପାର କରାଇ ଆମ୍ବୁଲାନ୍ସ ପାଖକୁ ଆଣିଛନ୍ତି ପରିବାର ଓ ଗ୍ରାମବାସୀ। ଏହି ଘଟଣାକୁ ବିିଭନ୍ନ…
ମୋବାଇଲ ଗେମ୍ ବାଳକର ଜୀବନ ନେଲା
ରାଇଘର,୧୨ା୮ (ଡି.ଏନ୍.ଏ.):ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋନା ପଞ୍ଚାୟତର ଭାରସୁଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୋବାଇଲ ଗେମ୍ର ନିଶା ୧୪ ବର୍ଷୀୟ ବାଳକଙ୍କ ଜୀବନ ନେଇଛି। ସେ ହେଲେ ଗ୍ରାମର ବିଶ୍ୱଜିତ ମିର୍ଦ୍ଧାଙ୍କ ପୁଅ ସୁମିତ। ସୂଚନା ଅନୁଯାୟୀ,…
ଉଦ୍ଘାଟନର ୭ମାସରେ ଦବିଲାଣି ପୋଲ
ଝରିଗାଁ, ୧୦।୮(ସ୍ବ.ପ୍ର.): ଦୁର୍ଗମ ଅଞ୍ଚଳର ବିକାଶକୁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଉଥିବା ବେଳେ ଉପାନ୍ତ ଯୋଜନାକୁ ନେଇ ଅଞ୍ଚଳବାସୀଙ୍କ ମୁହଁରେ ହସ ଫୁଟିଥିଲା। କାର୍ଯ୍ୟଟିକୁ ତଦାରଖ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କିଛି ଅଧିକାରୀମାନଙ୍କ ବେପରୁଆ ମନୋଭାବ ଏବଂ ଉନ୍ନୟନ…
୧୬୫ ଗାଁକୁ ପହଞ୍ଚତ୍ପାରୁନି ଆମ୍ବୁଲାନ୍ସ
ନବରଙ୍ଗପୁର, ୧୦।୮(ବି.ପ୍ର.): ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଦୁର୍ବଳତା ଯୋଗୁ ଜିଲାରେ ଏଯାଏ ୧୬୫ ଗାଁକୁ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁନାହିଁ। ୭୭ ଗାଁକୁ ପଦାଚଲା ରାସ୍ତା ରହିଛି। ୫୭ ଗାଁରେ ଲୋକ ଚୁଆ ଓ ନଦୀ ନାଳ ପାଣି ବ୍ୟବହାର କରୁଛନ୍ତି।…
ତିଆରି ହେଲା ଅସ୍ଥାୟୀ ପୋଲ, ଗାଁକୁ ଗଲା ମେଡିକାଲ ଟିମ୍
ପାପଡାହାଣ୍ଡି, ୯।୮(ଡି.ଏନ୍.ଏ.):ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ସରପଞ୍ଚ ଚନ୍ଦ୍ର ଧ୍ୱଜ ମାଝି ଝାଡାବାନ୍ତି ଆକ୍ରାନ୍ତ ଗ୍ରାମ ତୁଳସୀପଦର ଲାଗି ଅସ୍ଥାୟୀ ପୋଲ ନିର୍ମାଣ କକରିଛନ୍ତି। ସ୍ଥାନୀୟ ଅଞ୍ଚଳର କେତେଜଣଙ୍କୁ ନେଇ ନାଳରେ ଏକ ସିମେଣ୍ଟ ପୋଲ ଓ କାଠ ପକାଇ…
ଲଗାଣ ବର୍ଷାରେ ଫୁଲୁଛି ଇନ୍ଦ୍ରାବତୀ, ଭାସ୍କେଲ
କୋଡ଼ିଙ୍ଗା/କୋଷାଗୁମୁଡା, ୯।୮(ଡି.ଏନ୍.ଏ.):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରେ ୩ଦିନ ଧରି ଲଗାଣ ବର୍ଷା ଫଳରେ ଇନ୍ଦ୍ରାବତୀ, ଭାସ୍କେଲନଦୀ ଓ ଶାଖା ନଦୀ ଫୁଲି ଉଠୁଛି। ପ୍ରଭାବିତ ହେଉଛି ଲୋକଙ୍କ ଜୀବନଯାତ୍ରା। ଉଭୟ ନଦୀ ଅବବାହିକରେ ଥିବା କୋଷାଗୁମୁଡା ବ୍ଲକର ଉକିଆପାଲି, ଚିର୍ମା, ସାନଆମ୍ବଡା,…
ଆଗକୁ ରାଖୀ, ଏବେଠୁ ଦୋକାନରେ ଜମୁଛି ଭିଡ଼
ଉମରକୋଟ, ୮।୬(ସ୍ବ.ପ୍ର.): ହିନ୍ଦୁ ପରମ୍ପରା ଅନୁଯାୟୀ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ଭାଇଭଉଣୀଙ୍କ ସ୍ନେହ ପ୍ରୀତିର ବନ୍ଧନ ହେଉଛି ରାଖୀ। ଏହାକୁ ଖୁବ୍ ଉତ୍ସାହର ସହ ସବୁ ବର୍ଗର ଲୋକ ପାଳନ୍ତି। ରାଖୀ ପାଇଁ ଏବେ ବଜାର ଚଳଚଞ୍ଚଳ।…
Archives


