ଫସଲ ନଷ୍ଟକଲେ, ଘର ଜାଳିଦେଲେ

ଉମରକୋଟ,୧୪ ।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ଜଙ୍ଗଲ ଜମିକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦ ଶନିବାର ଉଗ୍ରରୂପ ନେଇଛି। ଗ୍ରାମବାସୀଙ୍କ ଜଙ୍ଗଲ ଜମିରେ ଚାଷ କରିବାକୁ ବିରୋଧ କରି ବନ ସୁରକ୍ଷା ସମିତିର ସଦସ୍ୟମାନେ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମର ଶତାଧିକ ଏକର ମକା ଫସଲ ନଷ୍ଟ କରିବା ସହ କପସାଭଟା ଗ୍ରାମରେ ଗୋଟିଏ ଘର ଜାଳି ଦେଇଥିବା ଅଭିଯୋଗ ହୋଇଛି।
କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ୮୦ରୁ ଊର୍ଦ୍ଧ୍ୱ ଜନଜାତି ପରିବାର ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରହି ଆସୁଛନ୍ତି। ସ୍ଥାନୀୟ ଜଙ୍ଗଲ ଜମିରେ ଚାଷକରି ପରିବାର ଚଳାଉଛନ୍ତି। ୨୦୦୫ ରୁ କୁସୁମଗୁଡ଼ା ବନ ସୁରକ୍ଷା ସମିତି ଏହି ତିନି ଗ୍ରାମର ଜନଜାତି ଲୋକକୁ ଏଠାରୁ ଉଠାଇବା ପାଇଁ ଦାବି କରିବା ସହ ଜଙ୍ଗଲ ଜମିରେ ଚାଷ କରିବାକୁ ମନା କରୁଥିଲେ। ଏହାକୁ ନେଇ ଅନେକ ଥର ବିବାଦ ସୃଷ୍ଟି ହୋଇଛି। ଗତବର୍ଷ ଚାଷ କରିବାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ତିନି ଗ୍ରାମର ଜନଜାତି ଲୋକେ ଚାଷ କରି ନ ଥିଲେ। ଚଳିତ ବର୍ଷ ବନ ସୁରକ୍ଷା ସମିତି ଚାଷ କରିବାକୁ କହିବାରୁ ଗ୍ରାମବାସୀ ଚାଷ କରିଥିଲେ। ତେବେ ଅଧିକ ଜମିରେ ଚାଷ କରିଥିବାରୁ ଶନିବାର ୮ ଖଣ୍ଡ ଗ୍ରାମର ବନ ସୁରକ୍ଷା ସମିତି ସଦସ୍ୟ ପହଞ୍ଚି ଗ୍ରାମବାସୀଙ୍କ ମକାଚାଷ ଫସଲ ନଷ୍ଟ କରି ଜମିରେ ଗୋରୁ ଛାଡ଼ି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏହି ବିବାଦକୁ ନେଇ ପୂର୍ବରୁ ଗ୍ରାମବାସୀ ପୋଲିସ-ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଚଳିତ ବର୍ଷ ଫସଲ ଅମଳ ପରେ ବିବାଦର ସମାଧାନ କରାଯିବ ବୋଲି ପୋଲିସ କହିଥିଲା। ସମାଧାନ ପୂର୍ବରୁ ଶନିବାର ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏମିତିକି ପୋଲିସ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଅଟକାଇବା ପାଇଁ ବନ ସୁରକ୍ଷା ସମିତି ପକ୍ଷରୁ ରାସ୍ତାରେ ଗଛ ପକାଇ ଅବରୋଧ କରାଯାଇଥିଲା। ଉମରକୋଟ ତହସିଲଦାର, ଥାନା ଅଧିକାରୀ, ରେଞ୍ଜର ପୋଲିସ ଫୋର୍ସ ସହ ଗାଁରେ ପହଞ୍ଚିଥିଲେ। ତେବେ କ୍ଷତିଗ୍ରସ୍ତ ଗ୍ରାମବାସୀ ଏବଂ ବନ ସୁରକ୍ଷା ସମିତି ସଦସ୍ୟଙ୍କ ସହ ଆଲୋଚନା ହୋଇପାରି ନ ଥିଲା। ଜିଲାପାଳଙ୍କୁ ସମସ୍ୟା ଜଣାଇବା ପାଇଁ ଗ୍ରାମବାସୀ ଗଁା ଛାଡ଼ି ନବରଙ୍ଗପୁର ଚାଲିଯାଇଥିଲେ। ରବିବାର ଉଭୟ ପକ୍ଷଙ୍କୁ ଏକାଠି କରି ମାମଲାର ସମାଧାନ କରାଯିବ ବୋଲି ତହସିଲଦାର କହିଛନ୍ତି। ଅନ୍ୟପକ୍ଷରେ ପୋଲିସ ନିଜ ଆଡ଼ୁ ତଦନ୍ତ କରିବ ବୋଲି କହିଛି। ଘଟଣା ନେଇ ବନ ସୁରକ୍ଷା ସମିତି ସଦସ୍ୟ ଗଙ୍ଗାଧର ମାଝି, ପୂର୍ଣ୍ଣ ଗଣ୍ଡଙ୍କୁ ପଚାରିବାରୁ ଜମିରେ ଗୋରୁ ଛାଡ଼ି ମକା ଫସଲ ନଷ୍ଟ କରାଯାଇଥିବା ସ୍ବୀକାର କରିଛନ୍ତି। ତେବେ ଘର ପୋଡ଼ି ଦେଇଥିବା ଅଭିଯୋଗ ମିଛ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଆଖିବୁଜା ଗୁଳି ଚଳାଇଲେ ସପ୍ତମ ଶ୍ରେଣୀର ଛାତ୍ର, ୨ ମୃତ

ମାନିଲା,୧୮।୮: ଫିଲିପାଇନ୍ସର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

୩୨୬ ଏମ୍‌ପି, ୧୪ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୧୮ା୮(ପି.ଟି.): ଲୋକ ସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ୨୫୧ ଜଣ ଏବଂ ରାଜ୍ୟ ସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣଙ୍କ ନାମରେ ଆପରାଧିକ ମାମଲା ରହିଥିବା…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ଆକ୍ରମଣ: ୨ ମୃତ

ଲଣ୍ଡନ, ୧୮।୮: ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri