ନବରଙ୍ଗପୁର

ଦିନକପରେ ୫ କି.ମି ଦୂରରେ ମିଳିଲା ଭାସିଯାଇଥିବା ଯୁବତୀଙ୍କ ମୃତଦେହ

ଝରିଗାଁ,୨୦।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମର ଜାନୀ ସାହିରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ସତୀଘାଟ ନଦୀ ପାର ହେଉଥିବା ବେଳେ ଭାସିଯାଇ ଦିନକ ପରେ ତାଙ୍କର ମୃତଦେହ ଉଦ୍ଧାର…

ଲଗାଣବର୍ଷାରେ ଧୋଇଗଲା କଲଭର୍ଟ

ଉମରକୋଟ, ୨୦।୮(ସ୍ବ.ପ୍ର.): ସପ୍ତାହବ୍ୟାପୀ ଉମରକୋଟରେ ହୋଇଥିବା ଲଗାଣ ବର୍ଷାରେ ଖଡକାଡେମ ତଳେ ଥିବା ରାସ୍ତାରେ ନିର୍ମାଣ ହୋଇଥିବା କଲଭର୍ଟ ଧୋଇଯାଇଛି। ଫଳରେ ପୂଜାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ମୂର୍ତମା, ବେହେଡା, ସୁକିଗାଁ ଓ କୋପନା ପଞ୍ଚାୟତ ଲୋକେ ନାନା…

ପ୍ରକଳ୍ପ ହସ୍ତାନ୍ତର ନ ହେଉଣୁ ଟାଙ୍କିରୁ ଗଳୁଛି ପାଣି

ଉମରକୋଟ,୧୯ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଜଳ ଜୀବନ ମିଶନରେ ପାନୀୟ ଜଳ ପ୍ରକଳ୍ପ କରାଯାଉଛିି। ହେଲେ ତଳସ୍ତରରେ ଏଥିରେ ଦୁର୍ନୀତି କରାଯାଉଥିବା ଅଭିଯୋଗ ହେଉଛି। ନିମ୍ନମାନର କାମ ଯୋଗୁ ନିର୍ମାଣର ମାତ୍ର ୩ ମାସ ନ…

ଘାଟିରେ ବସ୍‌-ଟ୍ରକ୍‌ ମୁହାଁମୁହିଁ, ୨ ଗୁରୁତର

ପାପଡ଼ାହାଣ୍ଡି,୧୯ା୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଆମପାଣି ଘାଟିର ଖଡ଼କା ନିକଟରେ ଶୁକ୍ରବାର ସକାଳୁ ଏକ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ଦୁଇ ଡ୍ରାଇଭର ଗୁରୁତର ହୋଇଛନ୍ତି। ସେମାନଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ଅବସ୍ଥା…

ଭାସିଗଲା କଂଗ୍ରା-ଦୁଖୁଗୁଡା କଲଭର୍ଟ

ତେନ୍ତୁଳିଖୁଣ୍ଟି, ୧୭।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଲଗାଣ ବର୍ଷା ରେ ବ୍ୟାପକ କ୍ଷୟ କ୍ଷତି ଘଟିଛି। କେଉଁଠି ରାସ୍ତା ଧୋଇ ହୋଇ ଯାଇଛି ତ କେଉଁଠି ଗରିବଙ୍କ ବାସ ଗୃହ ଭୁଶୁଡିଛି। କ୍ଷୟକ୍ଷତିର ଆକଳନ ରାଜସ୍ବ ବିଭାଗ ସର୍କଲ…

ଜଳ ଭିତରେ ଜୀବନ: ପଶିଲା ବନ୍ୟା ପାଣି ଲୋକେ ହନ୍ତସନ୍ତ

ପାପଡାହାଣ୍ଡି,୧୫।୮(ଡି.ଏନ୍‌.ଏ.):ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ବହୁ ଦୋକାନ ଓ ଘରେ ପାଣି ପଶିିଯାଇଛି। ଏହାସହ ବସଷ୍ଟାଣ୍ଡ, ହାଟପଦା ଓ ପାଇକ ସାହି ଅଞ୍ଚଳରେ ପାଣି ପଶିଥିବାରୁ ଲୋକେ ହନ୍ତସନ୍ତ ହୋଇଛନ୍ତି । ସଦର…

ପୋଲ ଉପରେ ପାଣି, ବାଡ଼ ଦେଇ ବସିଲା ପ୍ରଶାସନ

ନନ୍ଦାହାଣ୍ଡି,୧୫।୮(ଡି.ଏନ୍‌.ଏ): ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଏବଂ ଡଙ୍ଗରଭେଜା ସୀମାରେ ପ୍ରବାହିତ ବାଙ୍ଗିରି ନାଳରେ ଥିବା ପୋଲ ଉପରେ ଏକ ଫୁଟ ଉଚ୍ଚତାରେ ପାଣି ଚାଲୁଛି ।…

ଲଗାଣ ବର୍ଷାରେ ଭାଙ୍ଗିଲା ଆଂଶିକ ୩୯୦ ଘର

ନବରଙ୍ଗପୁର,୧୫।୮(ବି.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିଯୋଗୁ ଜିଲାର ୧୦ ବ୍ଲକ ମଧ୍ୟରୁ ୮ ବ୍ଲକର ୮୩ ପଞ୍ଚାୟତ ଅଧୀନ ୧୩୪ ଗ୍ରାମ ପ୍ରଭାବିତ ହୋଇଛି। ନବରଙ୍ଗପୁର ବ୍ଲକରେ ୧୬୭ ମିମି, ନନ୍ଦାହାଣ୍ଡିରେ ୧୪୯ମିମି,…

ସ୍ବତନ୍ତ୍ର ବିଦ୍ୟାଳୟରେ ତ୍ରିରଙ୍ଗା ଉଡ଼ାଇଲେ ଜିଲାପାଳ

ନବରଙ୍ଗପୁର,୧୫।୮(ବି.ପ୍ର.): ନବରଙ୍ଗପୁର ଜିଲା ସ୍ବତନ୍ତ୍ର ବିଦ୍ୟାଳୟ ଆଶାକିରଣରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାପାଳ ଡ. କମଳଲୋଚନ ମିଶ୍ର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପିଲାମାନଙ୍କୁ ସେମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ପିଲାମାନଙ୍କ…

ବଢ଼ୁଛି ଝାଡ଼ାବାନ୍ତି: ଆଶା, ଅଙ୍ଗନୱାଡିଙ୍କ ଭରସାରେ ରୋଗୀ

ତେନ୍ତୁଳିଖୁଣ୍ଟି, ୧୫।୮(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡ଼ା ପଞ୍ଚାୟତ ଖୁଣ୍ଟିପଦର ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି । ଏଠାକୁ କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପହଞ୍ଚତ୍ ପାରୁନାହିଁ। ଗାଁର ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀ ଘରକୁ ଘର…

ଫସଲ ନଷ୍ଟକଲେ, ଘର ଜାଳିଦେଲେ

ଉମରକୋଟ,୧୪ ।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ଜଙ୍ଗଲ ଜମିକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦ ଶନିବାର ଉଗ୍ରରୂପ ନେଇଛି। ଗ୍ରାମବାସୀଙ୍କ ଜଙ୍ଗଲ ଜମିରେ ଚାଷ…

ରୋଗୀଙ୍କୁ ୫କି.ମି.ଖଟିଆରେ ବୋହି ନଦୀପାର

ଚନ୍ଦାହାଣ୍ଡି, ୧୩।୮(ଡି.ଏନ୍‌.ଏ.): ରାସ୍ତା ନଖିବାରୁ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପଟଖଲିଆ ପଞ୍ଚାୟତ ଗୌରଝରିଆ ଗ୍ରାମର ଜଣେ ରୋଗୀଙ୍କୁ ୫ କି.ମି. ବୋହିବା ସହ ନଦୀ ପାର କରାଇ ଆମ୍ବୁଲାନ୍ସ ପାଖକୁ ଆଣିଛନ୍ତି ପରିବାର ଓ ଗ୍ରାମବାସୀ। ଏହି ଘଟଣାକୁ ବିିଭନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri