ଡ୍ୟାମ୍ ନିକଟ ପାହାଡ଼, ଗାର୍ଡଓ୍ବାଲରୁ ଚୋରି ହେଉଛି ପଥର
ତେନ୍ତୁଳିଖୁଣ୍ଟି, ୭।୧୧(ଡି.ଏନ୍.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କପୁର ବାରିଆଘାଟ, ଦେଓପାଲିରେ ବନ୍ଧ ରହିଛି। କୋରାପୁଟ ଜିଲାର ମୁରାନରେ ମଧ୍ୟ ଏକ ବନ୍ଧ ରହିଛି। ଚାରୋଟି ଯାକ ବନ୍ଧକୁ ଯିବା ରାସ୍ତାର ଉଭୟ ପାର୍ଶ୍ୱରେ ପାହାଡ଼ ଉପର ଝରଣା ଜଳ ତଥା ମାଟି…
ଧାନଗଦାରେ ଲାଗିଲା ନିଆଁ: ଜଳିଗଲା ୧ ଲକ୍ଷ ଟଙ୍କାର ଊର୍ଦ୍ଧ୍ୱ ସମ୍ପତ୍ତି
ପାପଡ଼ାହାଣ୍ଡି,୨।୧୧(ଡି.ଏନ୍.ଏ.): ଧାନଗଦାରେ ନିଆଁ ଲାଗି ଜଳିଗଲା ସୁନାର ଫସଲ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚନ୍ଦ୍ରପୁର ଗାଁର ଯଦୁ ମାଝୀଙ୍କ ଖଳାରେ। ବୁଧବାର ଭୋରରେ ହଠାତ୍ ନିଆଁ ଲାଗି ଗୋଟିଏ ଧାନଗଦା ପୋଡି ନଷ୍ଟ ହୋଇଯାଇଥିଲା।…
ସାପ କାମୁଡାରେ ଚାଲିଗଲା ନାବାଳକଙ୍କ ଜୀବନ
ପାପଡାହାଣ୍ଡି,୩୧।୧୦(ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ବାମନ ମୁଣ୍ଡାଗୁଡ଼ା ଗ୍ରାମରେ ସୋମବାର ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଡମୁ ଯାନୀ(୧୪) ସୂଚନାନୁଯାୟୀ, ଡମୁ ସକାଳେ ମକା ଭାଙ୍ଗିବା ପାଇଁ ନିଜ ମା’ଙ୍କ ସହ…
‘ଆଦିବାସୀଙ୍କ ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଉଛି’
ଉମରକୋଟ,୨୯ା୧୦(ସ୍ବ.ପ୍ର.): ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଶୁକ୍ରବାର ନବରଙ୍ଗପୁର ଜିଲା ଗସ୍ତରେ ଆସି ଉମରକୋଟ ନିର୍ବାଚନମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ମନ୍ତ୍ରୀଙ୍କୁ ପ୍ରଥମେ ଏସ୍ଏସ୍ ଇଣ୍ଟରନ୍ୟାଶନାଲ ହୋଟେଲ ନିକଟରେ ସମସ୍ତ ବିଜେଡି ନେତା…
ଚାଷୀଙ୍କ ଅଜାଣତରେ ଉଠିଛି କାଳିଆ, ପିଏମ୍ କିଷାନ ଅର୍ଥ
ନବରଙ୍ଗପୁର/କୋଡିଙ୍ଗା, ୨୮।୧୦(ବି.ପ୍ର./ଡି.ଏନ୍.ଏ.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନା ରହିଛି। ଏହାର ତଦାରଖ କରିବା ପାଇଁ ପଞ୍ଚାୟତରୁ ଜିଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନେକ ପଦାଧିକାରୀ ଓ ସଚିବ ଅଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ଓ ରାଜ୍ୟର ଶାସକ ଦଳ…
ପିଇଓଙ୍କ କାର୍ଯ୍ୟକୁ ନେଇ ବୈଠକରେ ଅସନ୍ତୋଷ
ଚନ୍ଦାହାଣ୍ଡି, ୧୯।୧୦(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସଭାଗୃହରେ ଏମ୍ଜିଏନ୍ଆର୍ଇଜିଏସ୍, ସାମାଜିକ ସହାୟତା, ପଞ୍ଚଦଶ ଅର୍ଥ ଆୟୋଗ, ଶିଶୁ ବିକାଶ ଓ ମମତା ଯୋଜନାରେ ସମ୍ପାଦିତ ହୋଇଥିବା ୨୦୨୧-୨୨ ଆର୍ଥିକ ବର୍ଷର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଚନ୍ଦାହାଣ୍ଡି ବିଡିଓ…
ଯେଉଁ ବସ୍ରେ ଆସିଲେ ସେଇ ମାଡ଼ିଗଲା
ପାପଡାହାଣ୍ଡି,୧୮।୧୦(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଜଟାବାଲ ସଦର ମହାକୁମାରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ବସ୍ ଚକତଳେ ଚାପିହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୌଶଲ୍ୟା ହରିଜନ। ସୂଚନାଯୋଗ୍ୟ, କୌଶଲ୍ୟା ମାଲକାନଗିରି ଜିଲା ଏମ୍ଭି ୭୯ରୁ…
ନବରଙ୍ଗପୁରରେ ବ୍ୟାପୁଛି ଝାଡାବାନ୍ତି: ୪ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି
ପାପଡାହାଣ୍ଡି,୧୮।୧୦(ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକକୁ ପୁଣି ଫେରିଛି ଝାଡାବାନ୍ତି। ଗତ ଅଗଷ୍ଟ ମାସରେ ତୁଳସିପଦର ଓ ଗତ ସପ୍ତାହରେ ସୋରିଷପଦରରେ ଝାଡାବାନ୍ତି ଦେଖାଦେଇଥିଲା। ବର୍ତ୍ତମାନ ବ୍ଲକର ମାଝୀଗୁଡା ପଞ୍ଚାୟତ ଖଡ଼କାପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଥିବା ବେଳେ ଏହାର ପ୍ରକୃତ କାରଣ…
ଗାଁରେ ବ୍ୟାପିଛି ଝାଡାବାନ୍ତି: ୩ ଦିନରେ ୫ ଆକ୍ରାନ୍ତ
ପାପଡାହାଣ୍ଡି,୧୭।୧୦(ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକକୁ ପୁଣି ଫେରିଛି ଝାଡ଼ାବାନ୍ତି। ଅଗଷ୍ଟରେ ତୁଳସୀପଦର ଓ ଗତ ସପ୍ତାହରେ ସୋରିଷପଦରରେ ଝାଡ଼ାବାନ୍ତି ଦେଖାଦେଇଥିଲା। ବର୍ତ୍ତମାନ ବ୍ଲକର ମାଝିଗୁଡା ପଞ୍ଚାୟତ ଖଡ଼କାପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଝାଡାବାନ୍ତି ବ୍ୟାପିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ରବିବାର…
ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ
ପାପଡ଼ାହାଣ୍ଡି,୧୬ା୧୦(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ଗ୍ରାମର ଝାରମୁଣ୍ଡାଠାରେ ବୁଡ଼ି ଜଣେ ଯୁବଙ୍କର ରବିବାର ମୃତ୍ୟୁ ଘଟିଛି। ତାଙ୍କ ନାମ ମିଳନ କୁଲଦୀପ(୧୮)। ସେ ପୋଖରୀକୁ ଗାଧୋଇବା ପାଇଁ କିଛି ପିଲାଙ୍କ ସହ ଯାଇଥିଲେ। ଏହି ସମୟରେ ସେ ପହଁରା…
ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଗଲା
ଝରିଗାଁ,୧୫ା୧୦(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭଉଣୀ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜୀବନ ଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଗବାଗୁଡ଼ା ଗ୍ରାମର ସୈନିକ ଗୋପାଳଙ୍କ…
ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ଜାତୀୟ ପତାକା
ନନ୍ଦାହାଣ୍ଡି,୧୬।୧୦,(ଡି.ଏନ.ଏ): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକାକୁ ଅସମ୍ମାନ। ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶିଢ଼ି ତଳେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି କେତେଗୁଡିଏ ଜାତୀୟ ପତାକା। ଏହା ଉପରେ ପାନଛେପ ଆଦି ପଡିଛି। କିନ୍ତୁ ବିଡମ୍ବନାର…
Archives


