ଡ୍ୟାମ୍‌ ନିକଟ ପାହାଡ଼, ଗାର୍ଡଓ୍ବାଲରୁ ଚୋରି ହେଉଛି ପଥର

ତେନ୍ତୁଳିଖୁଣ୍ଟି, ୭।୧୧(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କପୁର ବାରିଆଘାଟ, ଦେଓପାଲିରେ ବନ୍ଧ ରହିଛି। କୋରାପୁଟ ଜିଲାର ମୁରାନରେ ମଧ୍ୟ ଏକ ବନ୍ଧ ରହିଛି। ଚାରୋଟି ଯାକ ବନ୍ଧକୁ ଯିବା ରାସ୍ତାର ଉଭୟ ପାର୍ଶ୍ୱରେ ପାହାଡ଼ ଉପର ଝରଣା ଜଳ ତଥା ମାଟି ଅତଡା ଖସିବା ଅବରୋଧ ପାଇଁ ଗାର୍ଡ ଓ୍ବାଲ ନିର୍ମାଣ କରାଯାଇଥିଲା। କିନ୍ତୁ କିଛି ବର୍ଷ ହେବ ଏହି ଓ୍ବାଲ୍‌ଗୁଡିକୁ ଭାଙ୍ଗି ନିୟମିତ ଭାବେ ପଥର ଚୋରି ହେଉଛି। ଏପରିକି ଡ୍ୟାମ୍‌ଗୁଡିକୁ ଲାଗିଥିବା ଛୋଟ ଛୋଟ ପାହାଡ଼ରୁ ମଧ୍ୟ ବିଭିନ୍ନ ଉପାୟରେ ପଥର ଚାଲାଣ ହେଉଛି।
ପୋଡ଼ାଗଡ ବନ୍ଧ ଉପରକୁ ଯିବା ବେଳେ ରାସ୍ତା ପାର୍ଶ୍ୱରେ ବର୍ଷତମାମ ରାସ୍ତା ମେଟାଲ ଓ ବୋଲଡ଼ର ଗଦା ଦେଖିବାକୁ ମିଳିବ। ବିଗତ ଦିନରେ ଏ ନେଇ ଖବର ପ୍ରକାଶ ପାଇଛି। ପାହାଡ଼ରୁ ପଥର ବାହାର କଲେ ପ୍ରକୃତିର ଭାରସାମ୍ୟ ବିଗିଡିବ। ଏହାପରେ ଡ୍ୟାମ ପ୍ରତି ବିପଦ ଅବଶ୍ୟମ୍ଭାବୀ। ଏ ଦିଗରେ ଜଙ୍ଗଲ, ରାଜସ୍ବ ବିଭାଗ, ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ କାହାରି ନଜର ପଡୁନି। ଇନ୍ଦ୍ରାବତୀ ପ୍ରକଳ୍ପ ପକ୍ଷରୁ ଝର ପାଣି ଦାଉରୁ ଏବଂ ଭୁସ୍ଖଳନରୁ ରାସ୍ତାକୁ ସୁରକ୍ଷିତ ରଖିବାକୁ ଗାର୍ଡ ଓ୍ବାର୍ଲ କରାଯାଇଥିଲ। ଏବେ ଏହାର ସୁରକ୍ଷା ପ୍ରତି ମଧ୍ୟ କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ଡ୍ୟାମର ସୁରକ୍ଷା ପାଇଁ ୩ଟି ପର୍ଯ୍ୟାୟରେ ୨୪ ଜଣ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ତଥାପି ଏଭଳି ପାହାଡ଼ ଓ ଗାର୍ଡଓ୍ବାଲରୁ ପଥର ଚୋରି ସୁରକ୍ଷା ବ୍ୟବସ୍ଥା ପ୍ରତି ସନ୍ଦେହ ସୃଷ୍ଟି କରୁଛି। ପାହାଡ଼ରୁ ପଥର କାଢ଼ିବା ପାଇଁ ବ୍ଲାଷ୍ଟିଙ୍ଗ୍‌ କରାଗଲେ ଡ୍ୟାମ ସୁରକ୍ଷିତ ତ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଗାର୍ଡ ଓ୍ବାଲ ପାର୍ଶ୍ୱ ଅବସ୍ଥା ଦେଖି ଅଧିକାରୀମାନେ କ’ଣ ପାଇଁ ଚୁପ୍‌ ଅଛନ୍ତି ବୋଲି ପ୍ରଶ୍ନ ଉଠିଛି। ଯଦି ଏଭଳି ପାହାଡ଼ରୁ ପଥର ନେବା ଦ୍ୱାରା ଡ୍ୟାମର ସୁରକ୍ଷା ପ୍ରତି ବିପଦ ନାହିଁ ତେବେ ଏହାକୁ ବିଧିବଦ୍ଧଭାବେ କ୍ୱାରୀ ଘୋଷଣା କରି ପ୍ରଶାସନ ରାଜସ୍ବ ଆଦାୟ କାହିଁକି କରୁନାହିଁି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ଦୁଇଟି ଡ୍ୟାମରେ ପାଚେରି ନିର୍ମାଣ ପାଇଁ ଟେଣ୍ଡର ହୋଇ କାମ ଆରମ୍ଭ ହୋଇଛି। ଏହି କାମରେ ଗାର୍ଡଓ୍ବାଲ ପଥର ଲଗାଯାଉନି ତ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଇନ୍ଦ୍ରାବତୀ ଡ୍ୟାମ୍‌ ସର୍କଲ ପୋଡ଼ାଗଡ଼ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ବିଷୋୟୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଲେ ସୁରକ୍ଷା କର୍ମୀଙ୍କୁ ଗାର୍ଡଓ୍ବାଲ ଭଙ୍ଗା ରୋକିବାକୁ କୁହାଯାଇଛି। ଠିକାଦାର ଯଦି ଗାର୍ଡଓ୍ବାଲ ଭାଙ୍ଗି ପଥର ପାଚେରି ନିର୍ମାଣରେ ବ୍ୟବହାର କରୁଥିବେ ତାଙ୍କ ବିରୋଧରେ ପଦକ୍ଷେପ ପାଇଁ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଅନିଲ ପାଣିଗ୍ରାହୀ ଆସିଲେ ଜଣାଇବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri