ପିଇଓଙ୍କ କାର୍ଯ୍ୟକୁ ନେଇ ବୈଠକରେ ଅସନ୍ତୋଷ

ଚନ୍ଦାହାଣ୍ଡି, ୧୯।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସଭାଗୃହରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ସାମାଜିକ ସହାୟତା, ପଞ୍ଚଦଶ ଅର୍ଥ ଆୟୋଗ, ଶିଶୁ ବିକାଶ ଓ ମମତା ଯୋଜନାରେ ସମ୍ପାଦିତ ହୋଇଥିବା ୨୦୨୧-୨୨ ଆର୍ଥିକ ବର୍ଷର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝିଙ୍କ ତତ୍ତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ଉପାଧ୍ୟାକ୍ଷ ବାସୁଦେବ ଗୌଡ଼, ସହକାରୀ ଯନ୍ତ୍ରୀ ଥୟ ପଟେଲ ଏବଂ ବ୍ଲକର ସମସ୍ତ ସମିତି ସଭ୍ୟାସଭ୍ୟ, ସରପଞ୍ଚଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ।
ପାଟଖଲିଆ, ମାଲଗାଁ, କୋଇଲିମୁଣ୍ଡା, ବେହେରାମୁଣ୍ଡା, ଜମାଦାରପଡା, ଧୋଡ଼ିପାଣି ଓ ଅନକାବେଡା ପଞ୍ଚାୟତ ସମୀକ୍ଷା ବୈଠକରେ ପିଇଓମାନେ ପେନସନ ରେଜିଷ୍ଟର ସମୀକ୍ଷା(ଅଡିଟ) ଦେଖି ନ ଥିଲେ ବୋଲି ବ୍ଲକ ସାମାଜିକ ସମୀକ୍ଷିକା ଜୟନ୍ତୀ ମହାରଣା କହିଥିଲେ। ଫଳରେ ମୃତ ପେନସନଧାରୀଙ୍କ ସମ୍ପର୍କରେ ଜଣାପଡି ନ ଥିଲା। ତାଙ୍କ ଭତ୍ତା ପଇସା କିଛି ଅନ୍‌ଲାଇନ ଓ କିଛି ହାତାହାତି ଦେଇଥିଲେ ବୋଲି ବ୍ଲକ ପକ୍ଷରୁ କୁହାଯାଇଛି। କିଛିଦିନ ତଳେ ମୃତବ୍ୟକ୍ତିଙ୍କ ଭତ୍ତାଟଙ୍କା ହଡ଼ପ ଘଟଣାରେ ୨ କର୍ମଚାରୀ ନିଲମ୍ବିତ ହୋଇଲେ। ଘଟଣାର ଏବେବି ତଦନ୍ତ ଚାଲିଛି। ପିଇଓଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି। ଏଥିସହିତ ଏମ୍‌ଜିଏନ୍‌ଆରଇଜିଏସ୍‌ ତଥା ଅନ୍ୟ କାର୍ଯ୍ୟଗୁଡିକରେ ଆରମ୍ଭରୁ ସାଇନ ବୋର୍ଡ କରାଯାଉ ନଥିବା ଏବଂ ଜିଆରଏସ୍‌ମାନେ ମନଇଚ୍ଛା ଡିମାଣ୍ଡ କରୁଥିବା ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ଏହି ଜନଶୁଣାଣି ଉପସ୍ଥାପିତ ବିଷୟଗୁଡିକରେ ପିଇଓମାନଙ୍କ ଅବହେଳିତ କାର୍ଯ୍ୟକଳାପକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୀକ୍ଷାରେ ସହଯୋଗ ସହ ଜନଶୁଣାଣି ଶିବିରରେ ପ୍ରସ୍ତୁତ ରହିବାକୁ ବିଡିଓ ସେମାନଙ୍କୁ ତାଗିଦା କରିଥିଲେ। ଏହି ଶିବିରରେ ଭାରପ୍ରାପ୍ତ ଜିପିଇଓ ସୂର୍ଯ୍ୟ ଭତରା, ଏପିଓ ସୁରେଶ ନାୟକ, କନିଷ୍ଠ ଯନ୍ତ୍ରୀ ରାଜୀବଲୋଚନ ଧଳ, ଚନ୍ଦନ ଦଳେଇ, ପରିଦର୍ଶିକା ନନ୍ଦିନୀ ଶତପଥୀ, ବ୍ଲକର ସମସ୍ତ ସମିତି ସଭ୍ୟାସଭ୍ୟ, ସମସ୍ତ ସରପଞ୍ଚ, ପିଇଓ, ଜିଆରଏସ୍‌ ଓ ବ୍ଲକ କର୍ମଚାରୀଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri