ନବରଙ୍ଗପୁର

ନବରଙ୍ଗପୁର ଜିଲାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିଛି

ନବରଙ୍ଗପୁର,୧୩ା୩(ବି.ପ୍ର.)ସବୁ କ୍ଷେତ୍ରରେ ପଛୁଆ ଜିଲା ଭାବେ ପରିଗଣତି ନବରଙ୍ଗପୁରରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି। ଜିଲାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ପୂରଣ କରି ମଧ୍ୟ ମୋଟ ୯୭୩ଜଣ ପରୀକ୍ଷାର୍ଥୀ ପ୍ରଥମ ଦିନର ଓଡ଼ିଆ ପରୀକ୍ଷା ଦେଇନାହାନ୍ତି। ଶିକ୍ଷା...

‘ଖାଣ୍ଟି ଓଡ଼ିଆଭାବେ ମାତୃଭୂମି, ମାତୃଭାଷାକୁ ଭଲ ପାଅ’

ନବରଙ୍ଗପୁର,୧୨।୩(ବି.ପ୍ର.): ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଆ ବିଭାଗର ମୁଖ୍ୟ ତଥା ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ବରୀ ସାହୁ ଅଧ୍ୟକ୍ଷତା କରି ଶାସ୍ତ୍ରୀୟ ଓଡ଼ିଆ...

ସ୍କୁଲ ବନ୍ଦ ପରେ ପିଲାଙ୍କୁ ମିଳୁନି ଯାତାୟାତ ଖର୍ଚ୍ଚ

ନବରଙ୍ଗପୁର,୧୦।୩(ବି.ପ୍ର.): ୨୦ରୁ କମ୍‌ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଲେ। ନବରଙ୍ଗପୁର ଜିଲାରେ ୨୦୧୯-୨୦ ଶିକ୍ଷାବର୍ଷ ପରେ ଜିଲାର ୧୧୦ ପ୍ରାଥମିକ ଓ ୨୪ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇ ନିକଟସ୍ଥ ବିଦ୍ୟାଳୟରେ...

ଟିମନପୁର ଅଞ୍ଚଳରେ ମାଓବାଦୀ ଲିଫ୍‌ଲେଟ୍‌

ରାଇଘର,୬ା୩(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ରାଇଘର ବ୍ଲକରେ କିଛିଦିନର ବ୍ୟବଧାନ ପରେ ମାଓବାଦୀମାନେ ପୁଣି ଉପସ୍ଥିତି ଜାହିର କରିଛନ୍ତି। ବ୍ଲକର ଟିମନପୁର ଅଞ୍ଚଳରେ ମାଓବାଦୀ ଲିଫ୍‌ଲେଟ୍‌ ପଡିଥିବା ଦେଖିବାକୁ ମିଳିଛି। ଉଦନ୍ତୀ ଏରିଆ ମାଓବାଦୀ କମିଟି ଲେଖାଥିବା ଏହି ଲିଫ୍‌ଲେଟ୍‌ରେ ବର୍ତ୍ତମାନ ଆଦିବାସୀମାନଙ୍କ...

ସାଇବର ଠକେଇ ଅଭିଯୋଗରେ ନାବାଳକ ଅଟକ

ଉମରକୋଟ, ୫।୩ସ୍ବ.ପ୍ର.): ପେନିୟର ବାୟ ବ୍ୟାଙ୍କ ନାମରେ ଲୋକଙ୍କୁ ଠକୁଥିବା ଜଣେ ସାଇବର ଠକଙ୍କୁ ଉମରକୋଟ ପୋଲିସ ଅଟକ ରଖିଛି। ସେ ଜଣେ ନାବାଳକ। ତାଙ୍କ ଘର ଗଞ୍ଜାମ ଜିଲା ବାଲିପଦର ଥାନା ଅଞ୍ଚଳରେ ବୋଲି ଉମରକୋଟ ପୋଲିସ କହିଛି।...

ଲାଖଚାଷ, ଲାଖ ସାମଗ୍ରୀ ବିକି ଲାଭବାନ୍‌ ହେବାକୁ ପରାମର୍ଶ

ଚନ୍ଦାହାଣ୍ଡି, ୪।୩(ଡି.ଏନ୍‌.ଏ.): ନବରଙ୍ଗପୁର ସିଡିଓ ଅନ୍ୟା ଦାଶ ଚନ୍ଦାହାଣ୍ଡି ବ୍ଲକ ଗସ୍ତକରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ। ଏଥିସହ ସେ ଲାଖ ଚାଷକରି ରୋଜଗାରକ୍ଷମ ହେବାକୁ ଏସ୍‌ଏଚ୍‌ଜି ମହିଳାଙ୍କୁ ପରାମର୍ଶ ଦେଇଥିଲେ। ବ୍ଲକ ପରିସରର ଶିଶୁ ଉଦ୍ୟାନ, ଧୋଡ଼ିପାଣି...

ନଗର ବୁଲି ଭୋଗ ଖାଉଛନ୍ତି ରାଧାକୃଷ୍ଣ

ନବରଙ୍ଗପୁର,୪।୩ (ବି.ପ୍ର.): ନବରଙ୍ଗପୁରରେ ଚଳିତ ବର୍ଷ ଶ୍ରୀ ଜୀଉଙ୍କ ଦୋଳ ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ଦୋଳ ଉତ୍ସବ ନବରଙ୍ଗପୁର ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହେଉଛି। ପ୍ରତ୍ୟେକ ଦିନ ସା ଆଳତୀ ପରେ ରାଧାକୃଷ୍ଣଙ୍କୁ ବିମାନ ଯୋଗେ ନିଆଯାଇ ପ୍ରଥାନୁସାରେ...

କଥା ରଖିଲାନି ପ୍ରଶାସନ, ପୁଣି ପାଣି ପାଇଁ ରାସ୍ତାରୋକୋ

ନବରଙ୍ଗପୁର,୨୮।୨(ବି.ପ୍ର.):ପ୍ରତିଶ୍ରୁତି ରଖିଲାନି ପ୍ରଶାସନ। ପାଣି ସମସ୍ୟା ଦୂର କରିବାକୁ କହି ଭୁଲିଗଲା। ଏହା ବିରୋଧରେ ସୋମବାର ନବରଙ୍ଗପୁର ଜିଲା ସଦର ବ୍ଲକ ଅଗ୍ନିପୁର ପଞ୍ଚାୟତ ବେହେରାଗୁଡ଼ା ଗ୍ରାମବାସୀ ହାଣ୍ଡି ଗରା ରଖି ରାସ୍ତାରୋକୋ କରିଥିଲେ। ଫଳରେ ନବରଙ୍ଗପୁର-କୋଷାଗୁମୁଡ଼ା ରାସ୍ତାରେ ଯାତାୟାତ...

ସ୍ଥିତି ଅନୁଧ୍ୟାନକଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି

ନବରଙ୍ଗପୁର,୨୬।୨(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ଥାନା ଅଧୀନ ହାତିଗାଁ ପଞ୍ଚାୟତ ଖାଲେପାରାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଚନ୍ଦନ ମଲ୍ଲିକଙ୍କୁ ହତ୍ୟା ଘଟଣାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ନବରଙ୍ଗପୁର...

ଝରିଗାଁରେ ପାରମ୍ପରିକ ବିହନ ମେଳା

ଝରିଗାଁ,୨୫ା୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଭା ଗୃହଠାରେ ଏକ ଦିବସୀୟ ପାରମ୍ପରିକ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ ଆସିଥିବା ଆରସିଡିସି କର୍ମୀ ରାମକୃଷ୍ଣ ମହାରଣାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ...

ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା : ଘରୁ ଡାକିନେଇ କାଟିଲେ ଗଳା

ନବରଙ୍ଗପୁର,୨୪।୨(ଡି.ଏନ୍‌.ଏ.): କିଛିଦିନର ନୀରବତା ପରେ ପୁଣି ନବରଙ୍ଗପୁର ଜିଲାରେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଜଣେ ଯୁବକଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ରାଇଘର ବ୍ଲକ ହାତୀଗାଁ ନିକଟସ୍ଥ...

ମାଲବନ୍ଧ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଝରଣା ପାଣି

ତେନ୍ତୁଳିଖୁଣ୍ଟି, ୨୩।୨(ଡି.ଏନ୍‌.ଏ.): ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତର ଡଙ୍ଗାସିଲ ରାଜସ୍ବ ଗ୍ରାମର ମାଲବନ୍ଧ ଗ୍ରାମବାସୀ ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି। ଗ୍ରାମଠାରୁ ଅଧା କି.ମି. ଦୂରରେ ରହୁଥିବା ପର୍ବତ ତଳର ଝରୁଥିବା ପାଣିକୁ ବ୍ୟବହାର କରି ନିଜର ଜୀବନ ନିର୍ବାହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri