ନବରଙ୍ଗପୁରକୁ ସରକାର ଉପେକ୍ଷା କରୁଛନ୍ତି: ରମେଶ

ନବରଙ୍ଗପୁର,୮।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁରକୁ ଭାଜପା ସରକାର ସବୁ କ୍ଷେତ୍ରରେ ଉପେକ୍ଷା କରୁଥିବା ଅଭିଯୋଗ ଆଣିଛି ବିଜେଡି। ଏକ ଖବରଦାତା ସମ୍ମିଳନୀ କରି ଶନିବାର ଜିଲା ବିଜେଡି ସଭାପତି ତଥା ପୂର୍ବତନ ଏମ୍‌ପି ରମେଶ ଚନ୍ଦ୍ର ମାଝି ଭାଜପା ଉପରେ ବର୍ଷିଛନ୍ତି।
କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୮ ନବୋଦୟ ବିଦ୍ୟାଳୟ ପାଇଁ ଅନୁମୋଦନ ମିଳିଛି। ଓଡ଼ିଶାରେ ୮ କେନ୍ଦ୍ରୀୟ ଓ ୨ଟି ନବୋଦୟ ବିଦ୍ୟାଳୟ ହେବ। କିନ୍ତୁ ନବରଙ୍ଗପୁରରେ ଏଥିମଧ୍ୟରୁ ଗୋଟିଏ ବି ବିଦ୍ୟାଳୟ ପ୍ରତିଷ୍ଠା ହେବ ନାହିଁ। ନବରଙ୍ଗପୁର ଜିଲା ପ୍ରତି ଭାଜପା ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଜିଲା ବିଜେଡି ସଭାପତି ଅଭିଯୋଗ କରିଛନ୍ତି। ସେହିଭଳି ମଣ୍ଡେଇକୁ ଭାଜପା ପ୍ରଚାର ମଞ୍ଚ କରିଛି ବୋଲି ରମେଶ ମାଝି କହିଛନ୍ତି।
ଲୋକ ମହୋତ୍ସବ ମଣ୍ଡେଇରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଉଥିଲା। ଚଳିତ ଥର କିନ୍ତୁ ନିମନ୍ତ୍ରଣ ନ କରି ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ସେହିଭଳି ପୂର୍ବରୁ ଖବରଦାତାମାନଙ୍କୁ ମଞ୍ଚ ସମ୍ମୁଖ ଭାଗରେ ସ୍ଥାନ ଦିଆଯାଉଥିଲା। ଏଥର ବହୁ ଦୂରରେ ଚେୟାର ପକାଯିବା ସହ ସେମାନଙ୍କୁ ଫଟୋ ଓ ଭିଡିଓ ଉତ୍ତୋଳନରେ ସମସ୍ୟା କରାଗଲା। ସ୍ଥାନୀୟ କଳାକାରଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି। ଉଦ୍‌ଘାଟନୀ ଦିବସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆସିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏପରି ହେଲା ନାହିଁ। ଉପମୁଖ୍ୟମନ୍ତ୍ରୀ ଆସିଥିଲେ ସୁଭଦ୍ରା ଯୋଜନା ଓ ଅନ୍ୟ କିଛି ଯୋଜନା ସମ୍ପର୍କରେ କହିଥାନ୍ତେ। ଯଦି ଉଦ୍‌ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ଆସିବେ ତେବେ ଜିଲାଭିତ୍ତିକ ନିଯୁକ୍ତି ଉପରେ ଟିପ୍ପଣୀ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି। ଭାଜପା ନିର୍ବାଚନବେଳେ ୩ହଜାର ଟଙ୍କା ଭତ୍ତା ପ୍ରତିଶ୍ରୁତି ଦେଇଥିଲା। ପରବର୍ତ୍ତୀ ସମୟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ହିଁ କେବଳ ଏହାର ଲାଭ ପାଇବେ ବୋଲି କହିଥିଲା। ସେହିଭଳି ୮୦ ପ୍ରତିଶତ ଦିବ୍ୟାଙ୍ଗକୁ ୩ ହଜାର ୫ ଶହ ଟଙ୍କା ଦିଆଯିବ ବୋଲି କହିଲେ। ଶିକ୍ଷାମନ୍ତ୍ରୀ ମଦମୁକ୍ତ କରାଯିବ ବୋଲି କହିଥିଲେ, ତାଙ୍କ ପ୍ରତିଶ୍ରୁତି ଗଲା କୁଆଡ଼େ ବୋଲି ବିଜେଡି ପ୍ରଶ୍ନ କରିଛି।
ଖୋଲିବାରେ ବିଳମ୍ବ ଯୋଗୁ ଗ୍ରାମାଞ୍ଚଳରେ ଲୋକେ କମ୍‌ ଦରରେ ଧାନ ବିକ୍ରି କରିଛନ୍ତି। ନୂଆ ସରକାର ଆସିବା ପରେ ଡିପିସି ହୋଇପାରି ନ ଥିବାରୁ ବିକାଶ କାର୍ଯ୍ୟ ହେଉନାହିଁ। ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଏକ ପ୍ରହସନ ବୋଲି ଡାବୁଗାଁ ବିଧାୟକ ମନୋହର ରନ୍ଧାରି କହିଛନ୍ତି। ମାଗଣାରେ ୩୦୦ ୟୁନିଟ୍‌ ବିଦ୍ୟୁତ୍‌ ଯୋଗାଣ କେବେ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ସୁଭଦ୍ରା ଯୋଜନା ପ୍ରହସନରେ ଚାଲିଛି, ମୁଣ୍ଡ ପିଛା ଆୟ କମିଛି। ଦରଦାମ ବୃଦ୍ଧି ପାଇଛି। ରୋଷେଇଘରକୁ ମାଡ଼ ହେଉଛି ବୋଲି ନବରଙ୍ଗପୁର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ କହିଛନ୍ତି। ଚାଷୀଙ୍କୁ ଟୋକନ ମିଳୁନାହିଁ। ଏଫ୍‌ଏକ୍ୟୁ ନାମରେ ମେଶିନ ଲଗାଇ ଚାଷୀଙ୍କୁ ହନ୍ତସନ୍ତ କରିବାକୁ ଚକ୍ରାନ୍ତ ଚାଲିଛି ବୋଲି ବିଜେଡି ନେତା ସରୋଜ ପତ୍ର କହିଛନ୍ତି। ମହିଳା ବିଜେଡି ଜିଲା ସଭାନେତ୍ରୀ ମଞ୍ଜୁଳା ମାଝୀ, ନଗର ସଭାପତି ପ୍ରମୋଦ ରଥ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଭାରତୀଙ୍କୁ ଝଟକା: ଏଥର ହେବେ ବନ୍ଧା!

ବାରିପଦା/ଭୁବନେଶ୍ୱର, ୩୧।୧୦: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଅଡ଼ୁଆ ବଢ଼ିଛି। ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ…

ଗଞ୍ଜାମ ପୋଲିସ ପକ୍ଷରୁ ‘ରନ୍ ଫର୍ ୟୁନିଟି’ ଓ ‘ନିଶାମୁକ୍ତ ଓଡ଼ିଶା’

ଛତ୍ରପୁର, ୩୧।୧୦ (ଦିଲ୍ଲୀପ ସାମଲ): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଞ୍ଜାମ ପୋଲିସ ପକ୍ଷରୁ ‘ରନ୍ ଫର୍…

ନଭେମ୍ୱର ୧ରୁ ବଦଳିବ ଟଙ୍କା-ପଇସା ସହ ଜଡ଼ିତ ଏହି ସବୁ ବଡ଼ ନିୟମ: ପେନଶନଭୋଗୀଙ୍କ ଠାରୁ ସାଲାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ପଡ଼ିବ ସିଧା ପ୍ରଭାବ

ନୂଆଦୀଲ୍ଲୀ,୩୧।୧୦: ନଭେମ୍ୱର ମାସ ଆରମ୍ଭ ହେବା ମାତ୍ରେ ଟଙ୍କା ଏବଂ ଟିକସ ସମ୍ୱନ୍ଧୀୟ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି। ଏହାର ସିଧାସଳଖ ପ୍ରଭାବ ପେନସନଭୋଗୀ, ଟିକସଦାତା,…

SBI ୟୁଜର୍ସଙ୍କୁ ବଡ଼ ଝଟ୍‌କା: ଡିସେମ୍ୱର ୧ରୁ ତେଲ ଭରିବା-ଟ୍ରାନ୍ସପୋର୍ଟ ଖର୍ଚ୍ଚ ଉପରେ ଲାଗିବ ଏକ୍ସର୍ଟା ଚାର୍ଜ

ନୂଆଦିଲ୍ଲୀ,୩୧।୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ର କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ବାସ୍ତବରେ, ଏସବିଆଇ କାର୍ଡସ (SBI Cards)…

ସେମିଫାଇନାଲ ସ୍ବପ୍ନ ଚୂର୍‌ମାର: ଟୁର୍ନାମେଣ୍ଟରୁ ବିଦାୟ ନେଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୩୧।୧୦: ହଂକଂ ସୁପର ସିକ୍ସେସ ୨୦୨୬ରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି। ଦଳର ପ୍ରଦର୍ଶନ କେତେ ଖରାପ ଥିଲା, ତାହା ଏଥିରୁ ଅନୁମାନ କରାଯାଇପାରେ…

ପ୍ରଖର ସ୍ରୋତରେ ଦବିଲା ଋଷିକୁଲ୍ୟା ନଦୀ ପଥର ବନ୍ଧ, ପାଣି ପଶିବା ଭୟରେ ତୁରନ୍ତ ସହାୟତା ପାଇଁ ଆଗେଇ ଆସିଲେ…

ଗଞ୍ଜାମ, ୩୧।୧୦(ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ନଦୀର ସ୍ରୋତ…

ଟିମ୍‌ଇଣ୍ଡିଆରେ ସ୍ଥାନ ପକ୍କା କରିବା ପାଇଁ ଚୁପଚାପ କରୁଛନ୍ତି ଏହି କାମ: କୋଚ କରିଦେଲେ…

ନୂଆଦିଲ୍ଲୀ,୩୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ମଧ୍ୟ ନିଜ ଦକ୍ଷତା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ୧୫…

ରାତିରୁ ନିଖୋଜ ଥିଲେ, ପୋଖରୀ କୂଳରୁ ମିଳିଲା ଛାତ୍ରୀଙ୍କ ମୃତଦେହ; ଏକତରଫା ପ୍ରେମରୁ ହତ୍ୟାକୁ ନେଇ…

ମାର୍ଶାଘାଇ, ୩୧।୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଏକ ଅଭାବନୀୟ ଓ ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗତକାଲି ରାତିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?