ଦାଣ୍ଡ ମଝିରେ ଯୁବକଙ୍କୁ ଗୁଳି, କାନ୍ଧରେ ବାଜି…

ନବରଙ୍ଗପୁର/ଝରିଗାଁ,୧୬ା୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧୀନ ବାସୁଦେବଗୁଡ଼ା ଗାଁର ଡମନା ଭତରା(୩୦)ଙ୍କୁ ସେହିଗାଁର କପୁର ଭତରା ଦେଶୀ ବନ୍ଧୁକରେ ଗୁଳି କରିଛନ୍ତି। ଡମନାଙ୍କ ଡାହାଣ କାନ୍ଧରେ ଗୁଳି ବାଜିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଶନିବାର ସନ୍ଧ୍ୟାରେ ଡମନା ଘରୁ ବାହାରି ଖଳାକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ କିଛିଲୋକ ଠିଆ ହୋଇଥିଲେ। କପୁର ଡମନା ଆସୁଛି କହି ଦେଶୀ ବନ୍ଧୁକରେ ଗୁଳି ମାରିଥିଲେ। ଗୁଳି ଆସି କାନ୍ଧରେ ବାଜିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ନବରଙ୍ଗପୁରକୁ ସ୍ଥାନାନ୍ତର କରାଯାଇଛି। ଡମନା ବିଜେଡି ପଞ୍ଚାୟତ ସଭପତି ଅଛନ୍ତି। ପୂର୍ବରୁ କପୁର ସହିତ କୌଣସି ଶତ୍ରୁତା ନ ଥିବା ଓ କେଉଁ କାରଣରୁ ଗୁଳି ଚଳାଇଛନ୍ତି ତାହା ସେ ଜାଣି ନ ଥିବା ଡମନା କହିଛନ୍ତି। କପୁର ମଦ ପିଇବା ସହିତ ଦେଶୀ ବନ୍ଧୁକ ଧରିବା ଜାଣିଛନ୍ତି। କିନ୍ତୁ ତାହା ନକଲି ବନ୍ଧୁକ ଭାବୁଥିଲି ବୋଲି ଡମନା କହିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକେ କପୁରଙ୍କୁ ମାଡ଼ ମାରିଛନ୍ତି। ଏଥିରେ କପୁରଙ୍କ ମୁହଁରେ ଜୋରରେ ଆଘାତ ହୋଇଛି।

ଝରିଗାଁ ଏଏସ୍‌ଆଇ କେଦାର ନାଥ ରାଉତ ଓ ବେଦବ୍ୟାସ ବଞ୍ଜରା,ହାବିଲଦାର ମୁରଲୀ ବିଶୋଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କପୁର ଗୁଳି କରିଥିବା ବନ୍ଧୁକ ବାହାରେ କେଉଁ ଆଡେ ଫିଙ୍ଗି ଦେଇଛନ୍ତି। ପୋଲିସ କପୁରଙ୍କୁ ଥାନାରେ ଆଣି ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପରିଷଦ ସଭ୍ୟାଙ୍କ ସ୍ବାମୀଙ୍କୁ ଆକ୍ରମଣ, ଭାଜପା କର୍ମୀଙ୍କ ନାମରେ ଥାନାରେ ଏତଲା

ଆଳି,୧୧ା୨(ବନମାଳୀ ସେନାପତି) : ଆଳି ନିର୍ବାଚନମଣ୍ଡଳୀ ଏକ ନମ୍ବର ଜୋନ ଜିଲା ପରିଷଦ ସଭ୍ୟା କନକଲତା ବେହେରାଙ୍କ ସ୍ବାମୀ ତଥା ଆଳି ବ୍ଲକ ବିଜେଡି ଯୁବ...

ବିବାହର ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ , ଗର୍ଭପାତ ପାଇଁ ଚାପ ପକାଇ ବନ୍ଧାହେଲେ ପ୍ରେମିକ

ରାଜକନିକା,୧୧ା୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଦିନକୁ ଦିନ ପ୍ରେମ ଓ ପ୍ରତାରଣା ମାମଲା ବଢ଼ିବାରେ ଲାଗିଛି। ଏ ନେଇ ଥାନା...

ଓଡ଼ିଶା ‘ଏକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମର ଷ୍ଟେଟ ଆକ୍ସନ ପ୍ଲାନ ଉନ୍ମୋଚିତ

ଭୁବନେଶ୍ୱର,୧୧।୨: ରାଜ୍ୟରେ ଜନସ୍ୱାସ୍ଥ୍ୟକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଆଜି ଲୋକସଭା ଭବନସ୍ଥିତ...

ଗାଁକୁ ପକ୍କା ରାସ୍ତାଟିଏ ନାହିଁ, ମୃତଦେହକୁ ୯ କି.ମି. କାନ୍ଧରେ ବୋହିଲେ ଗ୍ରାମବାସୀ

ଗଜପତି,୧୧ା୨(ଗିରିଧାରୀ ପରିଛା)- ଗଜପତି ଜିଲା ଗୁମ୍ମା ବ୍ଲକର ବାରୁସିଂ ଗ୍ରାମ ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଛି। ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ ଗ୍ରାମବାସୀ ନାହିଁ...

କପାମଣ୍ଡି ମେଶିନରେ ଶ୍ରମିକଙ୍କ ହାତ କଟିଗଲା

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି କପାମଣ୍ଡିରେ କାମ କରୁଥିବା ବେଳେ ମଙ୍ଗଳବାର ଜଣେ ଶ୍ରମିକଙ୍କ ଡ଼ାହାଣ ହାତ ପାପୁଲି କଟି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ...

କୋଳଶୂନ୍ୟ ହୋଇଗଲା ମାଆ: ପାଳ କୁଡ଼ିଆରେ ନିଆଁଲାଗି ୨ ଝିଅପୁଅ ଜୀବନ୍ତ ଦଗ୍ଧ

ଲାଞ୍ଜିଗଡ଼, ୧୧/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ମଙ୍ଗଳବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା I...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଣିକି ନବମ, ଦଶମ ପିଲାଙ୍କୁ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର,୧୧।୨: ବିଦ୍ୟାଳୟରେ ପିଲା ମାନଙ୍କ ଉପସ୍ଥାନ ବୃଦ୍ଧି କରିବା ପାଇଁ ଓଡିଶା ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିଦ୍ୟାଳୟରେ ନବମ ଏବଂ ଦଶମ ପିଲାମାନଙ୍କୁ...

ଜାମଝୋରରେ ଲାଗିଲା ମାଓବାଦୀ ପୋଷ୍ଟର, ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା,୧୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଜାମଝୋର ରାସ୍ତା କଡ଼ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର। ଜାମଝୋର ଗାଁ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri