ନିଜ ଘରେ ଦେଉଛନ୍ତି ଶିକ୍ଷା: ଉପାନ୍ତ ଅଞ୍ଚଳରେ ଶାଶୁ, ବୋହୂଙ୍କ ଅଙ୍ଗନଓ୍ବାଡି

ଉଦଳା,୩ା୧୨(ସନ୍ତୋଷ କୁମାର ବାଛିନୀ):ଅଙ୍ଗନଓ୍ବାଡିରେ ନା କରିଛନ୍ତି ଚାକିରି ନା ମିଳିଛି କର୍ମୀ ଦାୟିତ୍ୱ। ତଥାପି ନିଜ ଘରେ ଖୋଲିଛନ୍ତି ଏକ ସ୍ବତନ୍ତ୍ର ପାଠଶାଳା। ଘରଠାରୁ ୩ କି.ମି. ଦୂରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଇପାରୁ ନ ଥିବା ପିଲାମାନଙ୍କୁ ଦେଉଛନ୍ତି ଶିକ୍ଷା ସହ ସଂସ୍କାର। ଏଥିରେ ସହଯୋଗ କରୁଛନ୍ତି ତାଙ୍କ ଶାଶୁ। ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଜଡ଼ିଦା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଡମ୍ବରୁଝରଣ ଗ୍ରାମରେ ଏଭଳି ସ୍ବାର୍ଥବିହୀନ ସେବା ଚଳାଇଥିବା ମହିଳା ହେଲେ ସସ୍ମିତା ମାରାଣ୍ଡି ଓ ତାଙ୍କ ଶାଶୁ ବିଜୟା ମାରାଣ୍ଡି। ସେମାନେ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।
ସସ୍ମିତା ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ପାରିବାରିକ ସମସ୍ୟା କାରଣରୁ ପାଠରେ ଡୋରି ବନ୍ଧାହେବା ପରେ ସେ ବିବାହ ବନ୍ଧନରେ ବାନ୍ଧି ହେଲେ। ପାଠ ପଢ଼ିବାର ସ୍ବପ୍ନ ଉଜୁଡ଼ିବା ପୂର୍ବରୁ ସେ ନିଜ ଶାଶୁଘର ଅଞ୍ଚଳର ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼ାଇ ଭଲ ମଣିଷ ଭାବେ ଗଢ଼ିତୋଳିବା ପାଇଁ ପ୍ରୟାସ ଆରମ୍ଭ କଲେ। ୩ ବର୍ଷ ତଳେ ଡମ୍ବରୁଝରଣ ଗ୍ରାମରେ ସସ୍ମିତା ଆରମ୍ଭ କରିଥିଲେ ଅଙ୍ଗନଓ୍ବାଡି। ଏବେ ସେଠାରେ ୧୭ରୁ ଅଧିକ କୁନି କୁନି ପିଲା ପାଠ ପଢ଼ୁଛନ୍ତି। ଅଙ୍ଗନଓ୍ବାଡି ରୁଟିନ ଅନୁସାରେ ସସ୍ମିତା ସବୁ ପିଲାଙ୍କୁ ଖାଇବାକୁ ଦିଅନ୍ତି। କେବଳ ପାଠ ପଢ଼ାଇବା ଆଉ ଖାଇବାକୁ ଦେବା ନୁହେଁ ନିଜେ ଜଣେ ମା’ ଭଳି ପିଲାଙ୍କ ଯତ୍ନନେଇ ସେମାନଙ୍କୁ ଖୁଆଇ ମଧ୍ୟ ଦିଅନ୍ତି ଓ ସଂସ୍କାର ଶିଖାନ୍ତି।

ସେଥିପାଇଁ ପ୍ରତିଦିନ ସସ୍ମିତା ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯାଇ ଆଣନ୍ତି ପିଲାଙ୍କ ଖାଦ୍ୟ ସାମଗ୍ରୀ; ଯାହା ନିଶ୍ଚିତ ଭାବେ କଷ୍ଟଦାୟକ। ହେଲେ ଛୋଟ ପିଲାଙ୍କ ଶିକ୍ଷା ପାଇଁ ସେ କଷ୍ଟକୁ ପାସୋରି ଦେଇଥିବା କହିଛନ୍ତି। ସସ୍ମିତାଙ୍କୁ ଏହି କାମରେ ତାଙ୍କ ଶାଶୁ ବିଜୟା ସାହାଯ୍ୟ କରୁଛନ୍ତି। ସସ୍ମିତା ଗଁା ପିଲାଙ୍କ ପେଟ ପୂରାଇବା ପାଇଁ ନିଜର ଛୋଟ ଝିଅକୁ ଅଣ୍ଟାରେ ଜାବୁଡ଼ି ଧରି ବିପଦପୂର୍ଣ୍ଣ ଭାବେ ଜଙ୍ଗଲ ପାହାଡ଼ ଡେଇଁଯାଇଥାନ୍ତି।
ଗଁାଠାରୁ ୩ କି.ମି. ଦୂରରେ ରହିଛି ବାରବାଙ୍କ ଅଙ୍ଗନଓ୍ବାଡି କେନ୍ଦ୍ର, ଯାହାକି ଜଙ୍ଗଲ ଓ ପାହାଡ଼ ଆର ପାଖରେ। ଡମ୍ବରୁଝରଣ, ବାଘମୁଣ୍ଡା ଗ୍ରାମ ସମେତ ଅନ୍ୟ ଗ୍ରାମର ପିଲାମାନେ ପାହାଡ଼ ଚଢ଼ି ସେହି ଅଙ୍ଗନଓ୍ବାଡି କେନ୍ଦ୍ର ଯିବା କଷ୍ଟକର। ସେଥିପାଇଁ ଅଭିଭାବକକମାନେ ପିଲାଙ୍କୁ ସେଠାକୁ ଛାଡ଼ିବାକୁ ନାରାଜ। ଛୋଟ ଛୋଟ ପିଲା ଯେପରି ଶିକ୍ଷାରୁ ବଞ୍ଚିତ ନ ରୁହନ୍ତୁ ସେହି ଉଦ୍ଦେଶ୍ୟରେ ସସ୍ମିତା ନିଜ ଘରେ ୧୭ ଜଣ କୁନି ପିଲାଙ୍କୁ ପଢ଼ାଉଛନ୍ତି। ସସ୍ମିତାଙ୍କ ଏପରି ସେବାମୂଳକ କାର୍ଯ୍ୟ ବାବଦରେ ବାରବାଙ୍କ ଅଙ୍ଗନଓ୍ବାଡି କେନ୍ଦ୍ର କର୍ମୀ ଶାନ୍ତିଲତା ଗିଲୁଆଙ୍କୁ ପଚାରିବାରୁ ଶିଶୁମାନଙ୍କ ସେବା ପାଇଁ ସସ୍ମିତା ଏଭଳି ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସସ୍ମିତାଙ୍କ ଏଭଳି ପ୍ରଶଂସନୀୟ କାର୍ଯ୍ୟ ଦେଖି ବ୍ଲକ୍‌ ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରତି ମାସରେ ହଜାରେ ଟଙ୍କା ଲେଖାଏ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ହୋଇଥିଲା। ଅଦ୍ୟାବଧି ସେ ମାତ୍ର ୧୦ ହଜାର ଟଙ୍କା ପାଇଛନ୍ତି। ଏବେ ତାଙ୍କୁ ଆଉ ଟଙ୍କା ମିଳୁନାହିଁ। ଟଙ୍କାକୁ ଲୋଭ ନ କରି ନିଜ ପିଲା ଭାବି ସେବାକରି ଚାଲିଛି ବୋଲି ସସ୍ମିତା କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri