ଜିନତ୍‌ ଶାବକଙ୍କ ଅପେକ୍ଷାରେ ଶିମିଳିପାଳ

ମହାରାଷ୍ଟ୍ରରୁ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟକୁ ୨୦୨୪ରେ ଅଣାଯାଇଥିବା ମହାବଳ ବାଘୁଣୀ ଜିନତ୍‌ ଉପରେ ରହିଛି ସମସ୍ତଙ୍କ ନଜର। କାରଣ କିଛିଦିନ ତଳେ ପିସିସିଏଫ୍‌ ପ୍ରେମ କୁମାର ଝା ଦେଇଥିବା ସୂଚନା ଅନୁଯାୟୀ, ଜିନତ୍‌ ମା’ ହେବାକୁ ଯାଉଛି। ତା’ ଠାରୁ ଜନ୍ମ ନେବାକୁ ଥିବା ଶାବକଙ୍କ ଅପେକ୍ଷାରେ ରିହିଛି ଶିମିଳିପାଳ। ଜିନତ୍‌ ଛୁଆ ଜନ୍ମ ଦେଲେ ଶିମିଳିପାଳରେ ବଂଶ ବୃଦ୍ଧି ସାଙ୍ଗକୁ ମହାବଳ ବାଘର ଜେନେଟିକ୍‌ରେ ପରିବର୍ତ୍ତନକୁ ନେଇ ବିଭାଗ ଯେଉଁ ପ୍ରୟାସ ଚଳାଇଛି ତାହା ସଫଳ ହେବ। ଜିନତ୍‌ ମା‘ ହେବା ଖବର ଶୁଣି ପ୍ରାଣୀପ୍ରେମୀମାନେ ମଧ୍ୟ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି।
ଜିନତ୍‌କୁ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଛଡ଼ାଯିବାର ଇତିମଧ୍ୟରେ ଏକ ବର୍ଷ ପୂରିଗଲାଣି। ୨୦୨୪ ନଭେମ୍ବର ୨୪ରେ ଜିନତ୍‌କୁ ଏନ୍‌କ୍ଲୋଜରରୁ ଜଙ୍ଗଲ ମଧ୍ୟରେ ଛଡ଼ାଯାଇଥିଲା। ଏହି ସମୟ ମଧ୍ୟରେ ଜିନତ୍‌ ମା’ ହେବା ଖବର ପ୍ରଚାର ହେବାପରେ ସବୁଠି ଆନନ୍ଦ ପ୍ରକାଶ ପାଇଥିଲା। ତେବେ ଜିନତ୍‌ର ଶାବକ ଜନ୍ମ ହୋଇଛି କି ନାହିଁ ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି। ଅଦ୍ୟାବଧି ପ୍ରକଳ୍ପରେ ଲାଗିଥିବା କ୍ୟାମେରା ସମ୍ମୁଖରେ ଶାବକକୁ ଧରି ବୁଲୁ ଥିବା ଫଟୋ ଭିଡିଓ ଆସି ନ ଥିବାରୁ ଅନିଶ୍ଚିତତା ଦେଖାଦେଇଛି। ତେବେ ପୂର୍ବରୁ ଆସିଥିବା ବାଘୁଣୀ ଯମୁନା ଓ ଜିନତ୍‌କୁ ନେଇ ବିଭାଗ ପକ୍ଷରୁ ଅନେକ ଆଶା କରାଯାଇଛି। ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ଜଙ୍ଗଲରୁ ଆଣି ଜିନତକୁ ଏନ୍‌କ୍ଲୋଜର ମଧ୍ୟରେ ରଖାଯିବାର ୧୦ଦିନ ପରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଛଡ଼ାଯାଇଥିଲା। ଉତ୍ତର ଡିଭିଜନରେ କିଛି ଦିନ ନିର୍ଭୟରେ ଘୂରିବୁଲିବା ପରେ ସେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ଜଙ୍ଗଲକୁ ପଳାଇଥିଲା। ସେଠାରୁ ଅଣାଯାଇ ପୁନର୍ବାର ଏନ୍‌କ୍ଲୋଜରକୁ ବୃଦ୍ଧି କରାଯାଇ ରଖାଯିବା ପରେ ୨୦୨୫ ଜାନୁଆରୀ ୧ରେ ତାକୁ ଜଙ୍ଗଲରେ ଛଡ଼ାଯାଇଥିଲା। ନିଜର ବାସସ୍ଥାନ ପାଇଁ ଜଙ୍ଗଲରେ ଘୁରିବୁଲିବା ସମୟରେ ଜୁନ ମାସରେ ଅଣ୍ଡିରା ବାଘ ସହିତ ତା’ର ସମ୍ପର୍କ ଗଢ଼ି ଉଠିଥିବା ପିସିସିଏଫ୍‌ ଝା ପ୍ରକାଶ କରିଥିଲେ। ମାତ୍ର ସମୟ ଅବଧି ଶେଷ ହୋଇଥିଲେ ସୁଦ୍ଧା ଜିନତ୍‌ ମା’ ହେବା ଘଟଣାର ସତ୍ୟାସତ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇ ନାହିଁ। ତେବେ ଦୁଇ ବାଘୁଣୀ ପ୍ରତି ବିଭାଗ ସତର୍କତା ଅବଲମ୍ବନ କରିଥିବା ବେଳେ ଯମୁନା ଓ ଜିନତ୍‌କୁ ନେଇ କରାଯାଇଥିବା ମିଶନ ସଫଳ ହେବ ବୋଲି ପ୍ରାଣୀପ୍ରେମୀମାନେ ଆଶାବ୍ୟକ୍ତ କରିଛନ୍ତି।

ରିପୋର୍ଟ: ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା


Enter your email to get our daily news in your inbox.

All Right Reserved By Dharitri.Com

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri