ମୁଢ଼ି କରିଛି ସ୍ବାବଲମ୍ବୀ

ବାରିପଦା ଅଫିସ,୩ା୩(ରଞ୍ଜନ କୁମାର ପ୍ରଧାନ)- ବାରିପଦା ମୁଢ଼ି ମାଂସର ସ୍ବତନ୍ତ୍ରତା ରହିଛି। ଏହି ମୁଢ଼ିକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଉଦ୍ୟମ ଚଳାଇଛନ୍ତି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ତମ୍ବାଖୁରୀ ଗ୍ରାମର ରଶ୍ମି ମହାନ୍ତି। ନିଜର ଉନ୍ନୟନ ନାମକ ସ୍ବେଚ୍ଛାସେବୀ ସଂଗଠନ ସହାୟତାରେ ମୟୂରଭଞ୍ଜ ମହିଳା ଆସୋସିଏଶନ ନାମକ ସଂଘ ଗଠନ କରି ଏଥିରେ ୧୩୦ ମହିଳାମାନଙ୍କୁ ସାମିଲ କରି ସେମାନଙ୍କୁ କରାଇ ପାରିଛନ୍ତି ଆର୍ଥିକ ସ୍ବାବଲମ୍ବୀ। ଉକ୍ତ ମହିଳାମାନେ ନିଜେ ଘରେ ହାଣ୍ଡିରେ ମୁଢ଼ି ଭାଜି ଏହାକୁ ଜିଲା ଓ ଜିଲା ବାହାରକୁ ବିକ୍ରି ପାଇଁ ପଠାଉଛନ୍ତି। ବାରିପଦା ମୁଢ଼ି ବ୍ରାଣ୍ଡରେ ନାମିତ ଏହି ମୁଢ଼ିର ବର୍ତ୍ତମାନ ଚାହିଦା ବଢିବାରେ ଲାଗିଛି। ଏହା କେବଳ ଯେ ଜିଲାରେ ସୀମିତ ରହିଛି ତାହା ନୁହେଁ ଏହି ମୁଢ଼ି ପ୍ୟାକେଟକୁ ମୁମ୍ବାଇକୁ ମଧ୍ୟ ଡାକ ଯୋଗେ ପଠାଯାଉଛି।
ଉଲ୍ଲେଖଯୋଗ୍ୟ, ରାସଗୋବିନ୍ଦପୁର ବ୍ଲକ ଗଡ଼ିଘାଟି ପଞ୍ଚାୟତର ତମ୍ବାଖୁରୀ, ବନ୍ଧମୁଣ୍ଡି, ଅସ୍ତଗଡ଼ିଆ, ମାଲକଡ଼ିଆ, ଗଡ଼ିଘାଟି, ବହ୍ମପୁରା ଆଦି ଗ୍ରାମରେ ବସବାସ କରୁଥିବା କୈବର୍ତ୍ତ୍ୟ ସମ୍ପ୍ରଦାୟର ଲୋକମାନେ ଗ୍ରାମ ଦେଇ ସୁବର୍ଣ୍ଣରେଖା ନଦୀ ଯାଉଥିବାରୁ ମାଛ ଓ ଚାଷବାସ କରି ଜୀବନ ଜୀବିକା ନିର୍ବାହ କରୁଥିଲେ। ହେଲେ କିଛି ବର୍ଷ ତଳେ ନଦୀରେ ପାଣି ନ ଆସିବା ଓ କେତେକ ଲୋକଙ୍କ ଜମି ନ ଥିବାରୁ ସେମାନେ ଜୀବନ ଜୀବିକା ନିର୍ବାହ କରିବା ପାଇଁ ଚିନ୍ତାରେ ପଡ଼ି ଯାଇଥିଲେ। ଏହି ସମୟରେ ଗ୍ରାମକୁ ଯାଇଥିବା ରଶ୍ମି ଏ ନେଇ ଏକ ଉପାୟ ବାହାର କରିଥିଲେ। ବାରିପଦା ମୁଢ଼ିକୁ ମାଧ୍ୟମ କରି ମହିଳାମାନଙ୍କୁ ଆର୍ଥିକ ସ୍ବଚ୍ଛଳ କରାଇବା ନେଇ ସେ ପ୍ରୟାସ ଆରମ୍ଭ କରି ଦେଇଥିଲେ। ୨୦୦୨ରେ ମାତ୍ର ୧୪ ମହିଳାଙ୍କୁ ନେଇ ମୟୂରଭଞ୍ଜ ମହିଳା ଆସୋସିଏଶନ ଗଠନ କରିଥିଲେ। ଘରେ ହାଣ୍ଡି ଭଜା ମୁଢ଼ି ପ୍ରସ୍ତୁତ ପରେ ଏହାକୁ ପ୍ୟାକିଂକରି ବିକ୍ରି କରିଥିଲେ। ବର୍ତ୍ତମାନ ଏହି ସଂଘରେ ୨୧ଟି ଗ୍ରୁପ ସାମିଲ ହୋଇଥିବାବେଳେ ୧୩୦ ସଦସ୍ୟା ରହିଛନ୍ତି। ପ୍ରତି ମାସରେ ୫୦ରୁ ୬୦ କୁଇଣ୍ଟାଲ ମୁଢ଼ି ବିକ୍ରି କରାଯାଉଛି। ପ୍ରତିଦିନ ମହିଳାମାନେ ନିଜ ଘରୁ ହାଣ୍ଡିରେ ମୁଢ଼ି ଭାଜି ଆଣି ସଂଘ କାର୍ଯ୍ୟାଳୟରେ ଦିଅନ୍ତି। ପରେ ସେଠାରେ ଉକ୍ତ ସଂଘର ୯ ଜଣ ମହିଳା ଏହାକୁ ପ୍ୟାକିଂ କରନ୍ତି। ପ୍ରତି ପ୍ୟାକେଟରେ ୨୫୦ ଓ ୫୦୦ ଗ୍ରାମ୍‌ର ମୁଢ଼ି ରହୁଥିବାବେଳେ ଏହା ଯଥାକ୍ରମେ ୨୫ ଓ ୫୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ବିଭିନ୍ନ ସ୍ଥାନରେ ଏହାର ମୂଲ୍ୟ ପରିବର୍ତ୍ତିତ ରହୁଛି। ବିନା ୟୁରିଆ, ସୋଢ଼ା ବ୍ୟବହାର କରି ଏହି ମୁଢି ହାଣ୍ଡିରେ ଭଜା ଯାଉଛି। ବାରିପଦାର ଗରମ ମୁଢ଼ି , ଖାଇବାକୁ ଭାରି ମଜା ଟ୍ୟାଗ୍‌ ଲାଇନ୍‌ ଦେଇ ଏହି ମୁଢ଼ି ବିକ୍ରି କରାଯାଉଛି। ଏନେଇ ରଶ୍ମି କୁହନ୍ତି ଯେ, ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଖାଦ୍ୟପଦାର୍ଥରେ ଅପମିଶ୍ରଣ ହେଉଥିବା ବେଳେ ଆମେ ଲୋକମାନଙ୍କୁ ହାଣ୍ଡିରେ ପ୍ରସ୍ତୁତ ଦେଶୀ ଭଜା ମୁଢ଼ି ଦେଉଛୁ। ଘରେ ତିଆରି କରାଯାଉ ଥିବାରୁ ଏହି ମୁଢ଼ିର ଚାହିଦା ରହିଛି। ସେହିଭଳି ବର୍ତ୍ତମାନ ଚାହିଦା ବଢ଼ି ଯାଇଥିବାରୁ ଆଗାମୀ ଦିନରେ ମୁଢ଼ିର ଗୁଣବତ୍ତାରେ କୌଣସି ସାଲିସ ନ କରି ଗ୍ରାହକମାନଙ୍କୁ କିପରି ଦେଶୀ ମୁଢ଼ି ଯୋଗାଇ ଦିଆଯିବ ସେଥିପ୍ରତି ଯତ୍ନବାନ ରହିଛୁ। ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ ବାରିପଦା ମୁଢ଼ି ବିକ୍ରି କରାଯିବା ନେଇ ଲକ୍ଷ୍ୟ ରହିଥିବା ସେ ପ୍ରକାଶ କରିଛନ୍ତିି। ସଂଘର ମହିଳାମାନେ ଯେ, କେବଳ ମୁଢ଼ି ବ୍ୟବସାୟ କରୁଛନ୍ତି ତାହା ନୁହେଁ ଆମ୍ବୁଲ, ତେନ୍ତୁଳି, ସୋରିଷ ଆଦି ଦେଶୀ ଜିନିଷକୁ ପ୍ୟାକିଂ କରି ବିକ୍ରି ମଧ୍ୟ କରୁଛନ୍ତି। ବିଭିନ୍ନ ମହୋତ୍ସବରେ ଷ୍ଟଲ ଖୋଲି ଏମାନେ ବାରିପଦା ମୁଢ଼ି ସହିତ ମାଂସ ମଧ୍ୟ ବିକ୍ରି କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ୨୦୦୫ରେ ମୁଖ୍ୟମନ୍ତ୍ରୀ ଏହି ଗ୍ରାମକୁ ଆସି ବାରିପଦା ମୁଢ଼ି କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ମୁଢି ବ୍ୟବସାୟରୁ ବର୍ଷକୁ କୋଟିଏରୁ ଊର୍ଦ୍ଧ୍ୱ ରୋଜଗାର ହେଉଥିବା ମୟୂରଭଞ୍ଜ ମହିଳା ଆସୋସିଏଶନର ସଭାପତି ଇତିଶ୍ରୀ କବି ଓ ସମ୍ପାଦିକା କବିତା ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri