ମାଲକାନଗିରି

କରୋନାରେ ଆକ୍ରାନ୍ତ ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି/ଏମ୍‌ଭି୭୯,୧୩।୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲାରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପରେ ଗୁରୁବାର କରୋନାରେ ଆକ୍ରାନ୍ତ ହୋଇ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଅର୍ଜୁନ ତାତି ଓ ଲକ୍ଷ୍ମୀ ତାତି। ଆତ୍ମସମର୍ପଣ ପରେ ଦମ୍ପତିଙ୍କ ଚିକିତ୍ସା ବ୍ୟବସ୍ଥା…

ଆତ୍ମସମର୍ପଣ କଲେ ମାଓବାଦୀଙ୍କୁ ଯୋଗାଇ ଦିଆଯିବ ଚିକିତ୍ସା

ମାଲକାନଗିରି,୯ା୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତଓ୍ବୋଡ଼ା ଜିଲାର ବିଭିନ୍ନ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ମଧ୍ୟ କରୋନା କବଳରୁ ମୁକୁଳି ପାରିନାହାନ୍ତି। ୫୦ରୁ ଊର୍ଦ୍ଧ୍ୱ ମାଓବାଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏପରି କି ୨୫ ଲକ୍ଷ ଟଙ୍କା ପୁରସ୍କାର…

ବୃଦ୍ଧଙ୍କ ଗଳା କାଟିଦେଲେ

ମାଲକାନଗିରି/ପଡ଼ିଆ,୮ା୫: ମାଲକାନଗିରି ଜିଲା ପଡ଼ିଆ ବ୍ଲକ ନିଲିଗୁଡା ପଞ୍ଚାୟତ ନିଲିଗୁଡା ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ୨ ଜଣ ଯୁବକ ଜଣେ ବୃଦ୍ଧଙ୍କୁ ଗଳା କାଟି ହତ୍ୟା କରିଥିଲେ। ମୃତକ ହେଲେ ଗ୍ରାମର ବୁଦୁରା ପଡିଆମି (୭୪)।…

କାଲିମେଳା ପୂର୍ବତନ ତହସିଲଦାର ନିଲମ୍ବିତ

ମାଲକାନଗିରି/କାଲିମେଳା,୬ା୫: ମାଲକାନଗିରି ଜିଲା କାଲିମେଳା ବ୍ଲକରେ ହୋଇଥିବା ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ କରାଯାଇଛି। ବିଭାଗୀୟ ସଚିବ ଚିଠି ନଂ. ୧୩୬୩୫/୨୧ରେ ତାଙ୍କୁ ନିଲମ୍ବନ କରାଯାଇଛି। ଘଟଣାର ଅଧିକ…

କୁର୍ତ୍ତି ହାଟରେ ପିଇଥିଲେ ଲସି: ରାତି ନପାହୁଣୁ ଶତାଧିକ ବ୍ୟକ୍ତି ମେଡିକାଲରେ ଭର୍ତ୍ତି

ମାଲକାନଗିରି,୧।୫(ଡି.ଏନ୍‌.ଏ.): ଲସି ପିଇ ଶତାଧିକ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା କାଲଦା ପଞ୍ଚାୟତର ବିଭିନ୍ନ ଗାଁରେ। ଉକ୍ତ ଅଞ୍ଚଳର ୬୦ ଜଣଙ୍କୁ ପଡ଼ିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କ ମଧ୍ୟରୁ କେତେକ ଘରେ ରହି…

ଆମ୍ବୁଲାନ୍ସରେ ଘଣ୍ଟାଘଣ୍ଟା ଧରି ଅଟକି ରହିଲେ ମା’ଓ ଯାଆଁଳା ଶିଶୁ

ମାଲକାନଗିରି,୩୦ା୪: ନର୍ସଙ୍କ ଅବହେଳା ଯୋଗୁ ରାତି ଅନ୍ଧାରରେ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ମଧ୍ୟରେ ଫସି ରହିଥିଲେ ଦୁଇ ନବଜାତ ଶିଶୁ। ପରିବାର ଲୋକେ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ଡାକ୍ତରଖାନା ନର୍ସ ସେମାନଙ୍କୁ ଚିକିତ୍ସା ପାଇଁ ଆଡ୍‌ମିଶନ କରି ନ…

ମାଓବାଦୀଙ୍କ ବର୍ବରତା: ଜାଳି ଦେଲେ ୭ ଗାଡ଼ି

ମାଲକାନଗିରି,୨୬ା୪: ଛତିଶଗଡ଼ରେ ଅପରେଶନ ପ୍ରହାର-୩କୁ ବିରୋଧ କରି ମାଓବାଦୀଙ୍କ ପକ୍ଷରୁ ଏପ୍ରିଲ ୨୬ରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ସୋମବାର ମାଲକାନଗିରି ଜିଲାରେ ଦେଖିବାକୁ ମିଳିଥିଲା। ବନ୍ଦ ଡାକରା ଯୋଗୁ ଜିଲାରେ ସମସ୍ତ ସରକାରୀ ବସ୍‌ ଚଳାଚଳ ବନ୍ଦ…

କରୋନା ଆକ୍ରାନ୍ତ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇଲେ ଡାକ୍ତର

ମାଲକାନଗିରି,୨୬ା୪: ମାଲକାନଗିରି ଜିଲା ସଦରସ୍ଥିତ କୋଭିଡ୍‌ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ମହିଳା ସୋମବାର ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ମହିଳା ଜଣକ କରୋନା ସଂକ୍ରମିତ ହୋଇଥିବାରୁ ତାଙ୍କର ପ୍ରସବ କିପରି ହେବ ସେ ନେଇ ପରିବାର ଲୋକେ ଚିନ୍ତିତ ଥିଲେ।…

ଅପହୃତ ଏଏସ୍‌ଆଇଙ୍କୁ ହତ୍ୟା କଲେ ମାଓବାଦୀ, ଅଟକାଇଲେ ଯାତ୍ରୀବାହୀ ଟ୍ରେନ୍‌; ଲଗାଇଲେ ପୋଷ୍ଟର

ମାଲକାନଗିରି,୨୪।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଜଣେ ପୋଲିସ ଏଏସ୍‌ଆଇଙ୍କୁ ଅପହରଣର ତିନିଦିନ ପରେ ମାଓବାଦୀମାନେ ଶୁକ୍ରବାର ପ୍ରଜାକୋର୍ଟରେ ହତ୍ୟା କରିଛନ୍ତି। ଡିଆରଜି ଯବାନ ଭାବେ କାର୍ଯ୍ୟ କରୁଥିବା ମୁରଲି ତାତି ଗତ ଛୁଟିରେ ନିଜ ଗଁା ବିଜାପୁର…

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଭାଙ୍ଗିଲା କେନାଲ

ମାଲକାନଗିରି,୨୧ା୪: ମାଲକାନଗିରି ଜିଲା ପୋଟେରୁ ଜଳସେଚନ ବିଭାଗର ତମସା ମୁଖ୍ୟ କେନାଲ ଭାଙ୍ଗି ବୁଧବାର ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ପାଣି ମାଡି ଚାଷ ଜମି ବାଲିଚର ହୋଇଯାଇଛି। ଏପରି କି ୬ ଜଣଙ୍କ ଘରେ ପାଣି ପଶିଛି। ମିଳିଥିବା…

ମାଓବାଦୀ ନେତା କ୍ରିଷ୍ଣାଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୧।୪ (ଡି.ଏନ୍‌.ଏ.): ଆନ୍ଧ୍ର- ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓବାଦୀ ନେତା ତଥା ସ୍ବାଭିମାନ ଅଞ୍ଚଳରେ ସଙ୍ଗଠନର ମୁଖ୍ୟ ଥିବା ଜଳନ୍ଧର ରେଡ୍ଡି ଓରଫ ଭେଙ୍କାଟା କ୍ରିଷ୍ଣା ଓରଫ କ୍ରିଷ୍ଣା ମଙ୍ଗଳବାର ବିଜୟଓ୍ବାଡାଠାରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଆନ୍ଧ୍ର ଡିଜିପି ଗୌତମ…

ମାଓବାଦୀଙ୍କ ବର୍ବର କାଣ୍ଡ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଦୁଇ ଛାତ୍ରଙ୍କୁ ହତ୍ୟା

ମାଲକାନଗିରି,୧୯।୪(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ସୋମବାର ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ମାନବିକତାକୁ ଳାଳି ଦେଇ ଦୁଇ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ। ସୂଚନୁନୁଯାୟୀ, ସୁକୁମା ଜିଲା ଜଗରଗୁଣ୍ଡା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?