ବାଲିମେଳା ଜଳଭଣ୍ଡାରରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା

ମାଲକାନଗିରି,୧୯।୫: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ବୁଧବାର ଏକ ଯାତ୍ରୀବାସୀ ଦେଶୀ ଡଙ୍ଗା ବୁଡି ଯାଇଛି। ଫଳରେ ମହିଳା ଓ ଶିଶୁଙ୍କ ସମେତ ୩ ଜଣ ନିଖୋଜ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୧୧ ଜଣ ଯାତ୍ରୀଙ୍କୁ ନେଇ ଏକ ଦେଶୀ ଡଙ୍ଗା ଓରାପଦର ଗ୍ରାମର ବକୁଲି ଗ୍ରାମକୁ ଯାଉଥିଲା। ହେଲେ କୌଣସି କାରଣରୁ ଜଳଭଣ୍ଡାରରେ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା। ଡଙ୍ଗାରେ ବସିଥିବା ୮ ଜଣ ଯାତ୍ରୀ ପହଁରି କୂଳରେ ପହଞ୍ଚି ଥିବା ବେଳେ ମହିଳା ଓ ଶିଶୁଙ୍କ ସହ ଅନ୍ୟ ଜଣେ ବୃଦ୍ଧା ନିଖୋଜ ଅଛନ୍ତି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଡଙ୍ଗାରେ ଯାଉଥିବା ସମସ୍ତେ ଦାମଦୋରଗୁଡାର ଗ୍ରାମର ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା: କରୋନା ରୋଗୀଙ୍କ ମୃତ୍ୟୁର ୪ ଦିନ ପରେ ପରିବାରକୁ ଖବର

ବ୍ରହ୍ମପୁର ଅଫିସ,୨୯।୭ – ଗଞ୍ଜାମ ଜିଲାରେ ଏବେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଜିଲାର ଶିତଲାପଲ୍ଲୀଠାରେ ଥିବା ଟାଟା କୋଭିଡ ହସ୍ପିଟାଲରେ ସାଙ୍ଘାତିକ ଅବ୍ୟବସ୍ଥା ଦେଖିବାକୁ...

ମହିଳାଙ୍କୁ ନିର୍ଯାତନା, ଶାଶୁଘର ଲୋକଙ୍କ ନାଁରେ ଏତଲା

ଆର.ଉଦୟଗିରି,୨୩ା୫(ଡି.ଏନ.ଏ.)-ଆର.ଉଦୟଗିରି ଥାନା ସରଳାପଦର ଗ୍ରାମର ଜଣେ ମହିଳାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ବିବାହର ୧୩ ବର୍ଷ ପରେ ନିର୍ଯାତନାର ଶିକାର ହୋଇଥିବା...

ବ୍ୟବଚ୍ଛେଦ ଗୃହରେ ପଶିଲା ଡେଲି ମାର୍କେଟ ପାଣି

ଅନୁଗୋଳ ଅଫିସ, ୨୨।୬ – ଗୁରୁବାର ରାତିରେ ବର୍ଷା ଯୋଗୁ ଅନୁଗୋଳ ଡେଲିମାର୍କେଟ ପରିସରରେ ପାଣି ଜମି ରହିଥିଲା। ଶୁକ୍ରବାର ଏହାକୁ ଜିଲା ମୁଖ୍ୟ ଚିକିତ୍ସାଳୟ...

ଉପଜିଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ ଏକତା ପରିଷଦ କଳାହାଣ୍ଡି ଶାଖା

ଭବାନୀପାଟଣା,୩୧।୮(ଡି.ଏନ.ଏ.) ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଠିକ ଭାବରେ କାର୍ଯ୍ୟକାରୀ କରିବା ସହ ବ୍ୟକ୍ତିଗତ ଓ ସାମୂହିକ ଅଧିକାର ପ୍ରମାଣପତ୍ର ଏବଂ ମୋ ଜମି ମୋ...

ବୋମାମାଡ଼ ଘଟଣାରେ ୬ ଗିରଫ

କଟକ ଅଫିସ,୮ା୬: ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପରକୁ ବୋମାମାଡ଼ ଘଟଣାରେ ଜଗତପୁର ଥାନା ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ଏସ୍‌ସିବିରେ ୯ ଇକ୍‌ମୋ ମେଶିନ ଲାଗିବ

ଭୁବନେଶ୍ୱର, ୮।୭(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲ ଓ କଲେଜରେ ୯ଟି ଇକ୍‌ମୋ ମେଶିନ ଲାଗିବ। ଏନେଇ ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ...

ବିବାହ ଭୋଜିକୁ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୮ ଗୁରୁତର

ମାଲକାନଗିର,୯ା୩(ଡି.ଏନ୍‌.ଏ): ଏକ ବିବାହ ଭୋଜି ପାଇଁ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ୪୦୭ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାରୁ ପ୍ରକାଶ ଯେ, ସୋମବାର ମାଲକାନଗିରି ଜିଲା...

ଜିଲା ପରିଷଦ ଷ୍ଟାଣ୍ଡିଂ କମିଟିର କୃଷିକ୍ଷେତ୍ର ପରିଦର୍ଶନ

ସାକ୍ଷୀଗୋପାଳ, ୪।୧୨(ଡି.ଏନ୍‌.ଏ): ପୁରୀ ଜିଲା ପରିଷଦ ଷ୍ଟାଣ୍ଡିଂ କମିଟିର ନଂ.୨ ସଦସ୍ୟବୃନ୍ଦ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦୁଗଲ, ଶ୍ରୀରାମଚନ୍ଦ୍ରପୁର ଓ ବୀରରାମଚନ୍ଦ୍ରପୁର ପଞ୍ଚାୟତ କୃଷିକ୍ଷେତ୍ର ବୁଧବାର...

Advertisement


Archives

Model This Week