କାଲିମେଳା ପୂର୍ବତନ ତହସିଲଦାର ନିଲମ୍ବିତ

ମାଲକାନଗିରି/କାଲିମେଳା,୬ା୫: ମାଲକାନଗିରି ଜିଲା କାଲିମେଳା ବ୍ଲକରେ ହୋଇଥିବା ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ କରାଯାଇଛି। ବିଭାଗୀୟ ସଚିବ ଚିଠି ନଂ. ୧୩୬୩୫/୨୧ରେ ତାଙ୍କୁ ନିଲମ୍ବନ କରାଯାଇଛି। ଘଟଣାର ଅଧିକ ତଦନ୍ତ ଲାଗି ଆର୍‌ଡିସିଙ୍କ ନିର୍ଦ୍ଦେଶରେ ଏଡିଏମ୍‌ ଉପଜିଲାପାଳଙ୍କୁ ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଦୁର୍ନୀତିର ଅଧିକ ଖୋଳତାଡ ପାଇଁ ଏକ ୫ ଜଣିଆ କମିଟି ଗଠନ ହୋଇଛି। ଅନୁଗୁଳିଆ ଦୁର୍ନୀତିରେ ଜଡିତ ଥିବା ପ୍ରମାଣ ମିଳିବା ପରେ ଏହାର ତଦନ୍ତ ଜାରି ରହିଥିଲା। ତଦନ୍ତଠାରୁ ଦୂରେଇ ରଖିବା ଲାଗି ତାଙ୍କୁ ଡେପୁଟି କଲେକ୍ଟର ରୂପେ ସେତେବେଳେ କୋରାପୁଟକୁ ବଦଳି କରାଯାଇଥିଲା। ସୂଚନାଯୋଗ୍ୟ, ପୂର୍ବରୁ ଏହି ଘଟଣାରେ ତହସିଲର କର୍ମଚାରୀ ଦିବ୍ୟସିଂହ ପାଇକରାୟ ଓ ଆର୍‌ଆଇ ସୁରେଶ ପୂଜାରୀଙ୍କୁ ନିଲମ୍ବନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେଉଛି । ତେବେ ଚତୁର୍ଦ୍ଧାମୂର୍ତ୍ତିଙ୍କ...

ଦକ୍ଷେଶ୍ୱର ଉପ୍ରା ବିଦ୍ୟାଳୟ : ୮ ଶ୍ରେଣୀକୁ ୫ କୋଠରି

ଆଠମଲ୍ଲିକ, ୧୩ା୩(ଡି.ଏନ.ଏ.) – ଶିକ୍ଷାର ବିକାଶ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ ଯୋଜନା କରୁଥିବା ଡିଣ୍ଡିମ ପିଟୁଥିବାବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ...

ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୪।୬(ବ୍ୟୁରୋ):ଉତ୍ତର ପଶ୍ଚିମ ଉତ୍ତର ପ୍ରଦେଶରୁ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ସମୁଦ୍ର ପତ୍ତନରୁ ୦.୯ କି.ମି. ଉପରେ ଏକ ଟ୍ରପ୍‌ଲାଇନ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହିତ ବିହାର...

ଦେଶୀ ମାଛରୁ ପ୍ରସ୍ତୁତ ହେବ ମୂଲ୍ୟଯୁକ୍ତ, ପୁଷ୍ଟିକର ଖାଦ୍ୟ

କଟକ ଅଫିସ, ୨।୮ : ଓଡ଼ିଶାରେ ମଧୁରଜଳ ମାଛର ଚାହିଦା ଅଧିକ ଥିବାବେଳେ ଛୋଟ ମାଛଗୁଡ଼ିକ ଅଧିକ ପୁଷ୍ଟିଯୁକ୍ତ ଓ ଅନ୍ୟାନ୍ୟ ଖାଦ୍ୟସାରରେ ପରିପୂର୍ଣ୍ଣ। ତେଣୁ ଏହାର...

ରାଜ୍ୟରେ ରେକର୍ଡ କଲା ତାତି: ଆଜି ୪୪.୪ ଡିଗ୍ରୀ ସେଲ୍‌ସିୟସ ଛୁଇଁଲା

ଭୁବନେଶ୍ୱର,୧୯ା୪(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ପ୍ରତିଦିନ ତାତି ନୂଆ ନୂଆ ରେକର୍ଡ ଭାଙ୍ଗୁଛି । ଆସନ୍ତା ଦୁଇ ତିନି ଦିନ ଯାଏ ରାଜ୍ୟର...

ପ୍ରାର୍ଥୀ ଚୟନ ଚିନ୍ତାରେ ୩ ଦଳ

କଟକ ଅଫିସ,୩।୨: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ କଟକ ସହରର ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ...

ଓଡ଼ିଶାର ୨୨ ଜଣଙ୍କୁ ପୋଲିସ ପଦକ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ବର୍ଗରେ ୯୩୯ ଜଣଙ୍କୁ ପୋଲିସ...

ପରୀକ୍ଷା କେନ୍ଦ୍ରରେ କପି: ଖବର ସଂଗ୍ରହ ବେଳେ ଖବରଦାତାଙ୍କୁ ଆକ୍ରମଣ

ପାଟଣାଗଡ଼,୨୨।୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମନାଇପାଦ ହାଇସ୍କୁଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପରୀକ୍ଷା କେନ୍ଦ୍ରରେ କପି ଚାଲିଥିବା ବେଳେ ଲଳିତ...

Advertisement
Archives

Model This Week