କେନାଲରେ ପାଣି ଛଡ଼ା ଯାଇଥିବାରୁ ତଳିଆ ଅଞ୍ଚଳରେ କୃତ୍ରିିମ ବନ୍ୟା

ମାଲକାନଗିରି,୧୫।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସତୀଗୁଡ଼ା ମଧ୍ୟମ ଜଳସେଚନ ବିଭାଗର ବାମପାର୍ଶ୍ୱ କେନାଲ ମାଲକାନଗିରି ପୌର ପରିଷଦ ମଧ୍ୟ ଦେଇ ଚାଷୀଙ୍କ ପାଇଁ ଜଳ ପ୍ରବାହିତ ହେଉଛି। ଝାଟିମାଟି କଲୋନୀଠାରୁ ରିକ୍ଲାମେଶନ କଲୋନୀ ଦେଇ ଏମ୍‌.ଭି-୨ ଗ୍ରାମକୁ ଯାଇଛିା। ବର୍ତ୍ତମାନ କେନାଲରେ ପାଣି ଛଡ଼ା ଯାଇଥିବାରୁ କେନାଲର ଉଭୟ ହୁଡ଼ା କେତେକ ସ୍ଥାନରେ ବନ୍ଧ ବୁଡ଼ି କେନାଲ ତଳେ ଥିବା ଦୈନିକ ମାଛ ବଜାର ଏବଂ ବସ୍ତି ମଧ୍ୟକୁ ଜଳ ପ୍ରବେଶ କରୁଛି। ଫଳରେ ଏହି ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କେନାଲ ସମ୍ପୂର୍ଣ୍ଣ ଅନାବନା ଗଛରେ ଭରପୁର ହୋଇଥିବାରୁ ପାଣି ନିଷ୍କାସନ ହୋଇ ନ ପାରି ଏପରି ଅବସ୍ଥା ସୃଷ୍ଟି ହୋଇଛି। ତୁରନ୍ତ କେନାଲ ସଫା କରିବା ସହ ବନ୍ଧ ଉଚ୍ଚତା ବଢ଼ାଇବା ପାଇଁ ସେହି ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ସତୀଗୁଡ଼ା ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କିଣିଲେନି କେହି, ମାଗଣାରେ ବାଣ୍ଟିଲେ ଟମାଟୋ

କୁଆଁରମୁଣ୍ଡା,୧୭।୩: ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁର ପୌରାଞ୍ଚଳର ବୁଧବାର ସାପ୍ତାହିକ ବଜାରରେ ଟମାଟୋ କେହି ନ କିଣିବାରୁ ଚାଷୀମାନେ ଶେଷରେ ମାଗଣା ବାଣ୍ଟିଥିବା ଦେଖିବାକୁ ମିଳିଛି। ଚାଷୀମାନେ...

ଯାଜପୁର ଜିଲା: ଶଟ୍‌ଡାଉନକୁ ମାନିଲେ ଲୋକେ

ଯାଜପୁର ଅଫିସ,୫ା୪-ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଘୋଷିତ ପ୍ରଥମ ଦିନର...

ବିନା ସୁରକ୍ଷାରେ ୬୩ ଘାଟରେ ନୌକା ଚାଳନା

କେନ୍ଦ୍ରାପଡ଼ା ଅଫିସ,୨୭ା୬:  କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଥାନା ଅଞ୍ଚଳର ଏକ ମାଛଧରା ଟ୍ରଲର ଗତ ୧୬ ତାରିଖରେ ବୁଡ଼ିଗଲା। ଏଥିରେ ୧୨ ଜଣ...

ପ୍ରଧାନମନ୍ତ୍ରୀ ଆବାସ, ବିଜୁପକ୍କାଘର ଯୋଜନା:ହିତାଧିକାରୀଙ୍କୁ ମିଳିନି ଶ୍ରମ ଦିବସର ଟଙ୍କା

ଜୁନାଗଡ,୧୭।୮(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କାଲୋପଲା ପଞ୍ଚାୟତରେ ଗତ ୨୦୧୬-୧୭ ଏବଂ ୨୦୧୭-୧୮ ବର୍ଷରେ ବିଜୁପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ କରିଥିବା ହିତାଧିକାରୀଙ୍କୁ ଏ ପର୍ଯ୍ୟନ୍ତ...

ଛେଣ୍ଡିପଦା ବ୍ଲକର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଛେଣ୍ଡିପଦା,୯।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରକଳ୍ପ ଗୁଡିକୁ ଶୁକ୍ରବାର ବିଧାୟକ ସୁଶାନ୍ତ କୁମାର ବେହେରା ଉଦଘାଟ୍‌ନ କରିଛନ୍ତି। ‘ଆମ ଗାଁ ଆମ...

ଧାନ ଉଠୁନି, ଜିଲାପାଳଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୨୭।୧୨: ବରଗଡ଼ ଜିଲାରେ ଧାନ ବିକ୍ରିବଟା ସମସ୍ୟା ଲାଗି ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ତାହା ବିକ୍ରି ହୋଇ...

ଯୁବକଙ୍କ ତଣ୍ଟି କାଟିବା ପରେ ପଥରରେ ଛେଚି ହତ୍ୟା

ବଣାଇଁ,୧୯।୧୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ କେନ୍ଦ୍ରୀକଳା ନିକଟରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିବା ପରେ ପୋଲିସ ପକ୍ଷରୁ...

ଗାଁରେ ଆତଙ୍କ ଖେଳାଉଛନ୍ତି ହାତୀପଲ

ବାଲେଶ୍ୱର ଅଫିସ,୫ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧିନସ୍ଥ ନଟାକଟା ପଞ୍ଚାୟତରେ ଶନିବାର ରାତିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳରୁ...

Advertisement
Archives

Model This Week