ମାଓବାଦୀ କମାଣ୍ଡରରୁ ବିଧାୟିକା

ମାଲକାନଗିରି,୨୯ା୫: ଦିନ ଥିଲା ମାଓବାଦୀ ସଙ୍ଗଠନର ସେ ନେତୃତ୍ୱ ନେଉଥିଲେ। ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିଲେ ସମସ୍ତେ। ଯେକୌଣସି ସ୍ଥାନରେ ପୋଲିସ ଉପରକୁ ଆକ୍ରମଣ ହେଉ ଅବା ହତ୍ୟା ଘଟଣାର ସେ ପ୍ରସ୍ତୁତ କରୁଥିଲେ ନକ୍ସା। ସେ ଥିଲେ ମହିଳା ମାଓବାଦୀଙ୍କ କମାଣ୍ଡର। ଯେଉଁ ହାତ ଦିନେ ବନ୍ଧୁକ ଧରୁଥିଲା, ସେହି ହାତ ଏବେ ଲୋକଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେଉଛି। ଅତୀତରେ ମାଓବାଦୀ ଥିବା ଏପରି ଜଣେ ମହିଳା ହେଉଛନ୍ତି ଦାନସୁରି ଅଂଶୁୟା ଓରଫ୍‌ ସିତକା।
୧୬ ବର୍ଷ ବୟସରୁ ଦାନସୁରି ମାଓବାଦୀ ସଙ୍ଗଠନରେ ଯୋଗ ଦେଇଥିଲେ। ଦୀର୍ଘ ୧୭ ବର୍ଷ କାର୍ଯ୍ୟ କରିଥିଲେ। ସେଠାରେ ୧୦ ବର୍ଷ କମାଣ୍ଡର ରୂପେ କାର୍ଯ୍ୟ କରିଥିଲେ। ତେବେ ଲୋକଙ୍କ ଜୀବନ ନେବା, ସ୍ଥାନୀୟ ଅଞ୍ଚଳର ବିକାଶରେ ବାଧା ସୃଷ୍ଟି କରିବା, ଲୋକଙ୍କୁ ଭୟଭୀତ କରି ରଖିବା ଘଟଣା ତାଙ୍କ ଉପରେ ବେଶ୍‌ ପ୍ରଭାବ ପକାଇଥିଲା। ଯେଉଁ ଲକ୍ଷ୍ୟ ଆଦର୍ଶ ନେଇ ସେ ମାଓବାଦୀ ସଙ୍ଗଠନରେ ଯୋଗଦେଇଥିଲେ ତାହା ସୁଦୂର ପରାହତ ହୋଇଥିବା ଅନୁଭବ କରି ଶେଷରେ ସେ ମାଓବାଦୀ ସଙ୍ଗଠନ ଛାଡିଲେ। ଲୋକଙ୍କ ସହ ରହି ସେବା କରିବାକୁ ଚିନ୍ତା କରି ଦାନସୁରି କଂଗ୍ରେସରେ ଯୋଗ ଦେଇଥିଲେ। ନିର୍ବାଚନରେ ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନା ରାଜ୍ୟ ମୁଲକୁଲ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ଏବେ ସେ ବିଧାୟିକା। କରୋନା ମହାମାରୀ ସମୟରେ ଗାଁ ଗାଁ ବୁଲି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରୁଛନ୍ତି। ଗରିବ ରୋଗୀଙ୍କୁ ଡାକ୍ତରଖାନା ନେଇ ତାଙ୍କ ଚିକତ୍ସା କରାଉଛନ୍ତି। ଅସହାୟ ଲୋକଙ୍କୁ ଖାଦ୍ୟ ଦେଉଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ଶିକ୍ଷା, ଗମନାଗମନ, ପାନୀୟ ଜଳ ସମସ୍ୟା ଉପରେ ଗୁରୁତ୍ୱ ଦେଇ ଲୋକଙ୍କ ସେବାରେ ଲାଗିଛନ୍ତି ଦାନସୁରି। ଜଣେ ମହିଳା ମାଓବାଦୀ କମାଣ୍ଡରଙ୍କ ଏପରି ପରିବର୍ତ୍ତନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶିଲା ସମୁଦ୍ର ଜଳ

ମହାକାଳପଡ଼ା,୧୪ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଳିଆ ଅଞ୍ଚଳରେ ସମୁଦ୍ର ଜଳ ବୁଧବାର ପ୍ରବେଶ କରିଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ପରେ ଏହି...

ଭୁଲିଗଲେ ସମ୍ପର୍କ: ସ୍ତ୍ରୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ସ୍ବାମୀ

ଭୁବନେଶ୍ୱର,୭।୬(ବ୍ୟୁରୋ): ଭୁଲିଗଲେ ସମ୍ପର୍କ। ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିିଓ ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ସ୍ବାମୀ। ଏଭଳି ଏକ ଘଟଣାରେ କମିଶନରେଟ ପୋଲିସର ଭୁବନେଶ୍ୱରସ୍ଥିତ ସାଇବର...

ହରିନାମ ସଂକୀର୍ତ୍ତନର ଲୋକାଦୃତ ଲାଗି ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀର ପ୍ରୟାସ

ହେମଗିର, ୮।୨(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଗୋପାଳପୁର ପଞ୍ଚାୟତ ଝୁପୁରୁଙ୍ଗାର ଶ୍ରୀଶ୍ରୀ ତ୍ରିଶକ୍ତି ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରି ଶ୍ରୋତାମଣ୍ଡଳୀର ମନମୋହିଥିଲେ। ଗତ...

ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଖୋର୍ଦ୍ଧା ଅଫିସ,୨।୧୦: ୧୬ନଂ. ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ବାମୀ ଗୁରୁତର ଆହତ...

ବଲାଙ୍ଗୀର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ବଲାଙ୍ଗୀର ଅଫିସ, ୧୮।୪: ବଲାଙ୍ଗୀର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ (କିସ) ପରିସରରେ କାର୍ଯ୍ୟକ୍ଷମ କୋଭିଡ ହସ୍ପିଟାଲକୁ ଶନିବାର ମୁଖ୍ୟ ଶାସନ ସଚିବ ଅସିତ...

‘ଓଡ଼ିଶାର କୃଷି କ୍ଷେତ୍ରରେ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରାଯିବ’

ଭୁବନେଶ୍ୱର, ୨୭।୯(ବ୍ୟୁରୋ):ସର୍ବଭାରତୀୟ ମହାତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କୁ ନେଇ ୱାର୍ଲଡ୍‌ ସ୍କିଲ ସେଣ୍ଟରରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଦକ୍ଷତା...

୧୮ ଦିନ ହେବ ମଣ୍ଡିରେ ପଡ଼ିଛି ଧାନ: ଚିନ୍ତାରେ ଚାଷୀ

ବାଲିକୁଦା,୧।୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଳକ ଅନନ୍ତପୁର ସେବା ସମବାୟ ସମିତି ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ଜାନୁୟାରୀ ୧୩ ତାରିଖରୁ ଚାଷୀମାନେ ଧାନ ବସ୍ତା ରଖି ଜଗି...

ମନ୍ଦିରରେ ଅଧିକ ଗହଳି ହେଲେ ଦୀପଦାନ ବନ୍ଦ

ଭୁବନେଶ୍ୱର,୧୧।୩(ବ୍ୟୁରୋ): ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ କରୋନା କଟକଣାକୁ ପାଳନ କରି ଦୀପଦାନ କରିବାକୁ ଅନୁମତି ମିଳିଛି। ହେଲେ ଯଦି ଅଧିକ ଗହଳି ହୁଏ ତେବେ ଦୀପଦାନ...

Advertisement
Archives

Model This Week