ଆଦିବାସୀଙ୍କୁ ତାଳସଜ ଦେଉଛି ରୋଜଗାର
ମାଲକାନଗିରି,୨୫।୪ (ଡି.ଏନ.ଏ.): ଖରାଦିନେ ଥଣ୍ଡା ପାନୀୟର ରହିଛି ଅନେକ ଚାହିଦା। ପ୍ରଚଣ୍ଡ ଗ୍ରୀଷ୍ମତାପରୁ ଟିକେ ଆଶ୍ୱସ୍ଥ ପାଇବା ଲାଗି ଲୋକେ ପଇଡ, ବିଭିନ୍ନ କମ୍ପାନୀର ଥଣ୍ଡା ପାନୀୟକୁ ଆଦରି ନେଇଥାନ୍ତି। ମାତ୍ର ଖରାଦିନେ ମିଳୁଥିବା ତାଳସଜ ଗ୍ରୀଷ୍ମତାପରୁ ଶରୀରକୁ ଆଶ୍ୱସ୍ଥି ଦେଇ କିଛି…
ବସ୍ ଜାଳିଦେଲେ ମାଓବାଦୀ
ମାଲକାନଗିରି,୨୫ା୪(ଡି.ଏନ୍.ଏ.): ମାଲକାନଗିରି ସୀମାରେ ପୁଣି ମାଓବାଦୀମାନେ ତାଣ୍ଡବ ରଚିଛନ୍ତି। ଏକ ଯାତ୍ରୀବାହୀ ବସ୍ରୁ ଯାତ୍ରୀମାନଙ୍କୁ ବାହାର କରି ବସ୍ରେ ନିଆଁ ଲଗାଇ ଦେଇଛନ୍ତି। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ କଣ୍ଟାଠାରୁ ୧୫ କିଲୋମିଟର ଦୂରରେ ଏକ ଯାତ୍ରୀବାହୀ ବସ୍ରେ ମାଓବାଦୀମାନେ ନିଆଁ ଲଗାଇଛନ୍ତି।…
୨ ହାର୍ଡକୋର ମାଓବାଦୀ ଗିରଫ
ମାଲକାନଗିରି,୨୪।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ପୋଲିସ ୨ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଆଶି ରାମ(୩୮) ଓ ସନ୍ନୁ ମାଡଭି(୨୮)। ମାଓବାଦୀ ବିରୋଧୀ ଅପରେଶନ ନାରାୟଣପୁର ଜିଲାରେ ଜାରି ରହିଥିବା ବେଳେ ଶନିବାର ଡିଆର୍ଜି ଯବାନମାନେ ଛୋଟେଙ୍ଗେର…
ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବାର ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସା ଆରମ୍ଭ
ମାଲକାନଗିରି,୨୪।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବାର ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସା ସେବା ଶନିବାର ଆରମ୍ଭ ହୋଇଛି। ଏହି ଚିକିତ୍ସା ୨ଦିନ ଧରି ଚାଲିବ । ଏଥିରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜର ଲେପ୍ରୋ ସର୍ଜରି ଡା. ବନବିହାରୀ ମିଶ୍ର,…
ପାଣି ମୁନ୍ଦେ ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ
ମାଲକାନଗିରି,୨୪।୪(ଡି.ଏନ୍.ଏ.): ପ୍ରଚଣ୍ଡ ଗ୍ରୀଷ୍ମତାପକୁ ଜଳକଷ୍ଟ ଏବେ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପାନୀୟ ଜଳ ମୁନ୍ଦେ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସେମାନଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି। ଏପରି ଦେଖିବାକୁ ମିଳିଛି ମାଲକାନଗିରି…
ଜମି ଅଧିଗ୍ରହଣ ତ୍ୱରାନ୍ବିତ ଉପରେ ଗୁରୁତ୍ୱ
ମାଲକାନଗିରି/କୋରାପୁଟ/ଜୟପୁର,୨୩ା୪(ଡି.ଏନ୍.ଏ./ସ୍ବ.ପ୍ର./ନି.ପ୍ର.): ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନିକିଆ କୋରାପୁଟ-ମାଲକାନଗିରି ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ବିଶାଖାପାଟଣାରୁ ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ କୋରାପୁଟ ଷ୍ଟେଶନରେ ପହଞ୍ଚତ୍ବା ପରେ ତାଙ୍କୁ…
ମାଲକାନିଗିରିରେ କେନ୍ଦ୍ର ରେଳମନ୍ତ୍ରୀ, ଉଦ୍ଘାଟନ କଲେ ଡାକଘର
ମାଲକାନଗିରି,୨୨ା୪(ଡି.ଏନ୍.ଏ.): କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ମାଲକାନଗିରି ଗସ୍ତ କରି ଜିଲା ଡାକଘରର ଶୁଭ ଉଦ୍ଘାଟନ କରିଛନ୍ତି। ପରେ ଗ୍ରାମ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର…
ଜଳ ଛତ୍ରରେ ଦୁର୍ବୃତ୍ତ ମିସାଇଲେ ବିଷ: ପାଣି ପିଇ ୩ ଗୁରୁତର
ମାଲକାନଗିରି,୨୧।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ଏମ୍ପିଭି ୪୯ ଗ୍ରାମରେ ଜଳ ଛତ୍ରରେ ଗୁରୁବାର ଦୁର୍ବୃତ୍ତ ବିଷ ମିସାଇଦେଇଛନ୍ତି । ବିଷ ପାଣି ପିଇ ୩ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, ମାଲକାନଗିରି ଜିଲା ଅନ୍ତର୍ଗତ ଏମ୍ପିଭି ୪୯ ଗ୍ରାମରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି…
ଭିକାରୀ ବେଶଧରି ଚୋରି କରୁଥିଲେ
କାଲିମେଳା,୨୧।୪(ଡି.ଏନ.ଏ.): ମାଲାକାନଗିରି ଜିଲା କାଲିମେଳା ଥାନା ଅଞ୍ଚଳରେ ବାରମ୍ବାର ଚୋରି ଅଭିଯୋଗ ହେଉଥିଲା। କାଲିମେଳା ସଦର ଅଞ୍ଚଳରେ ଜଣଙ୍କ ଘରୁ ଚୋରି ମାମଲାର ତଦନ୍ତବେଳେ ପୋଲିସ ତଦନ୍ତ କରି ଚୋର ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ନବରଙ୍ଗପୁର…
ପୋଲିସ-ମାଓବାଦୀ ଗୁଳି ବିନିମୟ, ଯବାନ ଆହତ
ମାଲକାନଗିରି,୨୦ା୪ (ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସାର୍କୋଗୁଡ଼ା ସିଲଗରର ମୋକୁର ଅଞ୍ଚଳରେ ମଙ୍ଗଳବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ଗୁରୁତର ହୋଇଛନ୍ତି। ଖବରରୁ ଜଣାପଡିଛି, କୋବ୍ରା, ଏସ୍ଟିଏଫ୍, ସିଆର୍ପିଏଫ୍ ଏବଂ ଜିଲା…
ଚୂନ ମାରି ଲୁଟୁଛନ୍ତି ଅଧିକାରୀ, ଠିକାଦାର
ମାଲକାନଗିରି,୧୮।୪ (ଡି.ଏନ.ଏ.): ଖରା ଦିନ ଆସିଲେ ମାଲକାନଗିରି ଜିଲାରେ ଜଳ କଷ୍ଟ ବଢିଥାଏ। ଜିଲାରେ ସବୁ ବର୍ଷ ଜଳ କଷ୍ଟ ଦେଖାଦେଉଥିବା ବେଳେ ଏହା ଦୂର କରିବା ବାହାନରେ ଅଚଳ ପାନୀୟ ଜଳ ପ୍ରକଳ୍ପରେ ଚୂନ ମାରି ଅର୍ଥ ଲୁଟ କରାଯାଉଛି। ମାଲକାନଗିରି…
ରକ୍ଷଣାବେକ୍ଷଣ ହେଉନି: ନଷ୍ଟ ହେବାକୁ ବସିଲାଣି ପଞ୍ଚାୟତ ଉଦ୍ୟାନ
ମାଲକାନଗିରି,୧୮।୪ (ଡି.ଏନ.ଏ.): ଗ୍ରାମ ପଞ୍ଚାୟତ ସଦରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବହୁ ଅର୍ଥ ଖର୍ଚ୍ଚ ହେଉଛି। ତେବେ ରକ୍ଷଣାବେକ୍ଷଣ ଅଭାବରୁ କିଛି ବର୍ଷ ମଧ୍ୟରେ ସେସବୁ ନିଜର ପରିଚୟ ହରାଇବା ସ୍ଥିତିକୁ ଚାଲିଆସୁଛି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ…
Archives


