ଆଦିବାସୀଙ୍କୁ ତାଳସଜ ଦେଉଛି ରୋଜଗାର

ମାଲକାନଗିରି,୨୫।୪ (ଡି.ଏନ.ଏ.): ଖରାଦିନେ ଥଣ୍ଡା ପାନୀୟର ରହିଛି ଅନେକ ଚାହିଦା। ପ୍ରଚଣ୍ଡ ଗ୍ରୀଷ୍ମତାପରୁ ଟିକେ ଆଶ୍ୱସ୍ଥ ପାଇବା ଲାଗି ଲୋକେ ପଇଡ, ବିଭିନ୍ନ କମ୍ପାନୀର ଥଣ୍ଡା ପାନୀୟକୁ ଆଦରି ନେଇଥାନ୍ତି। ମାତ୍ର ଖରାଦିନେ ମିଳୁଥିବା ତାଳସଜ ଗ୍ରୀଷ୍ମତାପରୁ ଶରୀରକୁ ଆଶ୍ୱସ୍ଥି ଦେଇ କିଛି ସମୟ ପାଇଁ ସତେଜ କରିଦିଏ। ମାଲକାନଗିରି ଜିଲାରେ ମଧ୍ୟ ଏପରି ଦେଖିବାକୁ ମିଳୁଛି। ଏହି ଜିଲା ଏକ ଆଦିବାସୀ ବହୁଳ ଜିଲା ହୋଇଥିବା ବେଳେ ଏଠାକାର ଆଦିବାସୀଙ୍କ ମୁଖ୍ୟ ରୋଜଗାର ହେଉଛି ଜଙ୍ଗଲ ଜାତ ଦ୍ରବ୍ୟ ଓ ଚାଷ। ବର୍ଷ ସାରା ଜଙ୍ଗଲଜାତ ଦ୍ରବ୍ୟ ଆମ୍ବ, ପଣସ, ସପୁରି, ମକା , କାକୁଡି, ଟୋଲ, କେନ୍ଦୁପତ୍ର, ମହୁଲ ଆଦି ସଂଗ୍ରହ କରି ହାଟ ବଜାରରେ ବିକ୍ରୟ କରି ସେମାନେ ଚଳିଥାନ୍ତି। ବର୍ତ୍ତମାନ ଖରା ଦିନେ ତାଳସଜ ବିକ୍ରି କରି ସେମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି। ବିଭିନ୍ନ ସ୍ଥାନରୁ ତାଳ ତୋଳି ଆଦିବାସୀ ଯୁବକମାନେ ମାଲକାନଗିରିର ବିଭିନ୍ନ ହାଟ ଓ ବଜାରକୁ ଆଣି ବିକ୍ରୟ କରୁଛନ୍ତି। ତାଳ କ୍ରୟ ପାଇଁ ସେମାନଙ୍କ ନିକଟରେ ଲୋକଙ୍କ ଭିଡ ଜମୁଥିବା ପରିଲକ୍ଷିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri